ବାଇକ୍‌କୁ ଧକ୍କା ଦେଲା ଟ୍ରକ୍ : ସ୍ତ୍ରୀଙ୍କ ମୁଣ୍ଡ ଉପରେ ଚଢିଗଲା ଚକ, ସ୍ବାମୀ ଗୁରୁତର

Published By : Prameya-News7 Bureau | August 28, 2023 IST

କେନ୍ଦୁଝର ୨୮।୮: କେନ୍ଦୁଝରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ । କେନ୍ଦୁଝର ୪୯ ନମ୍ବର ଜାତୀୟ ରାଜପଥ ଡଙ୍ଗାପାଣି ନିକଟରେ ଘଟିଛି ଦୁର୍ଘଟଣା । ଟ୍ରକ୍ ଧକ୍କାରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ ଗୁରୁତର ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ୪୯ ନମ୍ବର ଜାତୀୟ ରାଜପଥ ଡଙ୍ଗାପାଣି ନିକଟରେ ମୋଟର ସାଇକେଲ ଉପରେ ଚଢିଗଲା ଟ୍ରକ୍ । ଦୁର୍ଘଟଣାରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ଵାମୀ ଗୁରୁତର ହୋଇଛନ୍ତି । ଦିନ ପ୍ରାୟ ୧ଟା ୨୦ ମିନିଟ୍ ସମୟରେ ଦମ୍ପତ୍ତି ଏକ ମୋଟର ସାଇକେଲରେ କେନ୍ଦୁଝର ଆଡକୁ ଆସୁଥିଲେ । ସେହି ସମୟରେ ପଛପଟୁ ଏକ ଆଇରନ ବୋଝେଇ ଟ୍ରକ୍ ଆସି ଧକ୍କା ଦେଇଥିଲା । ଦୁର୍ଘଟଣା ଫଳରେ ସ୍ତ୍ରୀ ଜଣଙ୍କ ତଳେ ପଡିଯିବା ପରେ ଟ୍ରକ୍ ଚକଟି ତାଙ୍କ ମୁଣ୍ଡ ଉପରେ ଚଢିଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସ୍ଵାମୀ ଜଣଙ୍କ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।

You Can Read :

wp:embed {"url":"https://www.prameyanews7.com/train-hits-bolero-in-paradeep/","type":"wp-embed","providerNameSlug":"prameya-news-7"}
https://www.prameyanews7.com/train-hits-bolero-in-paradeep/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.