ଘରୋଇ କଳିରୁ ସର୍ବନାଶ, ସ୍ତ୍ରୀକୁ କୁରାଢୀ ବେଣ୍ଟରେ ପିଟି ପିଟି ହତ୍ୟା କଲା ସ୍ୱାମୀ

Published By : Prameya-News7 Bureau | June 11, 2023 IST

ଭୁବନେଶ୍ୱର ୧୧।୦୬ : ବାଲେଶ୍ୱର ଜିଲ୍ଲା ଔପଦା ଥାନା ଫତେପୁର ପଞ୍ଚାୟତ ପାଇକପଡ଼ା ଗାଁରେ ଅଭାବନୀୟ ଘଟଣା । ଘରୋଇ କଳିରୁ ସର୍ବନାଶ । ସ୍ତ୍ରୀକୁ କୁରାଢୀ ବେଣ୍ଟର ପିଟି ହତ୍ୟା କଲା ସ୍ୱାମୀ ।

wp:embed {"url":"https://www.prameyanews7.com/5t-secretary-visits-keonjhar-bhimkund-will-be-developed-as-a-global-tourist-destination/","type":"wp-embed","providerNameSlug":"prameya-news-7"}
https://www.prameyanews7.com/5t-secretary-visits-keonjhar-bhimkund-will-be-developed-as-a-global-tourist-destination/
/wp:embed

ଖବର ଅନୁଯାୟୀ, ସିଂହସାହି ଗାଁର ରାମ ଚନ୍ଦ୍ର ସିଂ ବୟସ (୩୫) ଓ ପତ୍ନୀ ଶର୍ମିଳା ସିଂ ବୟସ (୩୦) l ସ୍ୱାମୀ ରାମଚନ୍ଦ୍ର ଜଣେ ପେସାରେ ଗାଡି ଚାଳକ l ଶନିବାର ଅପରାହ୍ନ ୫ଟା ସମୟରେ ରାମଚନ୍ଦ୍ର ଘରକୁ ଫେରିବା ପରେ କୌଣସି କାରଣକୁ ନେଇ ସ୍ତ୍ରୀ ଶର୍ମିଳା ସହ ପାଟି ତୁଣ୍ଡ ଲାଗିଥିଲେ l ଏଥିରେ ରାମଚନ୍ଦ୍ର ଉତକ୍ଷିପ୍ତ ହୋଇ ଘରେ ଥିବା ଏକ ଶାବଳରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ । ହେଲେ ପାଖରେ ଥିବା ଦୁଇ ପୁଅ ସେହି ଶାବଳକୁ ବାପାଙ୍କ ପାଖରୁ ଛଡାଇ ନେଇଥିଲେ l କିଛି ସମୟ ପରେ ଦୁଇ ପୁଅ ପାଖ ପଡିଆକୁ ଛେଳି ଆଣିବାକୁ ଯାଇଥିଲେ । ଏହି ସମୟରେ ରାମଚନ୍ଦ୍ର ଏକ କୁରାଢ଼ୀ ବେଣ୍ଟ ସାହାଯ୍ୟରେ ସ୍ତ୍ରୀ ଶର୍ମିଳାଙ୍କ ମୁଣ୍ଡକୁ ପିଟିଦେଇଥିଲେ । ଯାହାଫଳରେ ତାଙ୍କର ଘଟଣାସ୍ଥଳରେ ହିଁ ହୋଇଥିଲା ।

wp:embed {"url":"https://www.prameyanews7.com/sreejagannath-sena-performed-puja-on-the-track-of-puri-railway-station/","type":"wp-embed","providerNameSlug":"prameya-news-7"}
https://www.prameyanews7.com/sreejagannath-sena-performed-puja-on-the-track-of-puri-railway-station/
/wp:embed

ସେପଟେ କୌଣସି ସୁତ୍ରରୁ ଖବର ପାଇ ଔପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଏହାସହ ଅଭିଯୁକ୍ତ ରାମ ସିଂଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଥିବା ଜଣାପଡିଛି ।

You Can Read :

wp:embed {"url":"https://www.prameyanews7.com/wtc-final-2023-shubman-gills-controversial-dismissal-sparks-debate/","type":"wp-embed","providerNameSlug":"prameya-news-7"}
https://www.prameyanews7.com/wtc-final-2023-shubman-gills-controversial-dismissal-sparks-debate/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.