oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ପାରିବାରିକ କଳହର କରୁଣ ପରିଣତି, ସ୍ବାମୀକୁ ପଥରରେ ଛେଚି ହତ୍ୟା କଲା ସ୍ତ୍ରୀ

17/04/2019 at 8:19 AM

ଉଦଳା ୧୭|୪: ପାରିବାରିକ କଳହର କରୁଣ ପରିଣତି । ସାମାନ୍ୟ କଥାକୁ କେନ୍ଦ୍ର କରି ସ୍ବାମୀ ସ୍ତ୍ରୀ ମଧ୍ୟରେ ହେଲା ବଚସା । ଯାହାକୁ ନେଇ ସ୍ତ୍ରୀ ପଥରରେ ଛେଚି ସ୍ବାମୀକୁ ହତ୍ୟା କରିଛି । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ମଝିଗଡିଆ ପଂଚାୟତ ମହୁଲପଙ୍ଖା ଗ୍ରାମରେ । 

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ମଝିଗଡିଆ ପଂଚାୟତ ମହୁଲପଙ୍ଖା ଗ୍ରାମର ଟୁନା ବେସ୍ରା ଏବଂ ତାଙ୍କ ସ୍ତ୍ରୀ ଚମ୍ପା ବେସ୍ରା ମଧ୍ୟରେ ଗତକାଲି ସନ୍ଧ୍ୟାରେ ନିକଟସ୍ଥ ଭେଜିଡିହା ହାଟରୁ ଫେରିବା ପରେ ବଚସା ହୋଇଥିଲା । ବଚସାର ରୂପ ଏତେ ଉଗ୍ର ଥିଲା ଯେ ଉଭୟଙ୍କ ମଧ୍ୟରେ ହାତାହାତି ହୋଇଥିଲା । ଶେଷରେ ଉତ୍ତ୍ୟକ୍ତ ସ୍ତ୍ରୀ ଚମ୍ପା ସ୍ବାମୀ ଟୁନାର ମୁଣ୍ଡକୁ ଏକ ପଥରରେ ଛେଚିଦେଇଥିଲେ । ସ୍ବାମୀର ଆକ୍ରମଣରେ ସ୍ତ୍ରୀ ମଧ୍ୟ ଗୁରୁତର ହୋଇଥିଲେ । ପରେ ସ୍ଥାନୀୟ ଲୋକେ ଘଟଣା ସଂପର୍କରେ ଜାଣିପାରି ଉଭୟଙ୍କୁ କପ୍ତିପଦା ଡାକ୍ତରଖାନାରେ ଭର୍ତ୍ତି କରିଥିବାବେଳେ ସେଠାରେ ଟୁନାଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଚମ୍ପା ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛି । କପ୍ତିପଦା ପୋଲିସ ଡାକ୍ତରଖାନାରେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ତଦନ୍ତ ପରେ ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ ଜଣାପଡିବ । 

   Related Posts