ସ୍ୱାମୀଙ୍କୁ ହତ୍ୟାକରି ଶରୀରକୁ ଖଣ୍ଡ ଖଣ୍ଡ କରିଲେ, ପରେ ବିରିୟାନୀ କରି ଖାଇଲେ

Published By : Prameya-News7 Bureau | August 23, 2022 IST

ନୂଆଦିଲ୍ଲୀ: ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ବଚସା ଏବଂ ପରେ ହିଂସାର ଅନେକ ମାମଲା ସାରା ଦୁନିଆରୁ ସାମନାକୁ ଆସିଥାଏ । ଅନେକ ଥର ଦୁହେଁ ପରସ୍ପରର ଜୀବନ ମଧ୍ୟ ନେବାକୁ ପଛାନ୍ତି ନାହିଁ । କିନ୍ତୁ ଇରାନରୁ ଏପରି ଏକ ଭୟଙ୍କର ମାମଲା ସାମନାକୁ ଆସିଛି, ଯାହାକୁ ଜାଣିବା ପରେ ଲୋକେ ଶହେ ଥର ଚିନ୍ତା କରିବେ । ଏଠାରେ ଜଣେ ସ୍ତ୍ରୀ ନିଜ ସ୍ୱାମୀଙ୍କୁ ପ୍ରଥମେ ହତ୍ୟା କରିଥିଲେ ଏବଂ ଶରୀରକୁ ଖଣ୍ଡ ଖଣ୍ଡ କରି ତାର ବିରିୟାନୀ କରି ଖାଇଗଲେ ।

ଘଟଣାଟି ଇରାନର ରାଜଧାନୀ ତେହରାନର । ଏଠାର ଏସଲାମଶହର ନାମକ ସ୍ଥାନରେ ଏହି ଅବିଶ୍ୱସୀୟନ ଘଟଣା ଘଟିଛି । ଦ ସନର ରିପୋର୍ଟ ଅନୁସାରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଦୀର୍ଘ ଦିନରୁ ବଚସା ଲାଗି ରହିଥିଲା । ରିପୋର୍ଟ ଅନୁସାରେ ଦୁହିଁଙ୍କ ମଧ୍ୟରେ ଝଗଡା ଏତେ ଅଧିକ ଥିଲା ଯେ, ପ୍ରତିଦିନ ଦୁହେଁ ଦୁହିଁଙ୍କୁ ପିଟାମରା କରୁଥିଲେ। ଦୁହିଁଙ୍କ ପାଞ୍ଚ ବର୍ଷର ଜଣେ ଝିଅ ଅଛି ।

ରିପୋର୍ଟ ଅନୁସାରେ, ମୃତ ବ୍ୟକ୍ତିଙ୍କ ଅନ୍ୟ ଜଣେ ମହିଳାଙ୍କ ସହ ପରକୀୟା ପ୍ରତି ଥିଲା। ଏହି କଥା ତାଙ୍କ ପତ୍ନୀଙ୍କୁ ପସନ୍ଦ ନଥିଲା । ଅନ୍ୟପଟେ ନିଜ ପତ୍ନୀ ଝଗଡା କରୁଥିବାରୁ ତାଙ୍କ ସ୍ୱାମୀ ତାଙ୍କୁ ପସନ୍ଦ କରୁନଥିଲେ । ଦ ସନର ରିପୋର୍ଟ ଅନୁସାରେ, ଦିନେ ଝଗଡା ଅଧିକ ହେବା ପରେ ସ୍ୱାମୀ ଛୁରି ଧରି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ମହିଳା ଜଣକ ସେହି ଛୁରି ଛଡାଇ ସ୍ୱାମୀଙ୍କୁ ହତ୍ୟା କରିଥିଲେ ।

ଘଟଣା କେବଳ ଏତିକିରେ ସୀମିତ ନାହିଁ । ଏହାପରେ ଯାହା ଘଟିଲା ତାହା କେହି କଳ୍ପନା ମଧ୍ୟ କରିନଥିବେ । ମହିଳା ଜଣଙ୍କ ନିଜ ସ୍ୱାମୀଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ସେଥିରେ ବିରିୟାନୀ କରି ଖାଇଥିଲେ । ପୋଲିସ ଘଟଣା ବିଷୟରେ ଜାଣିବା ପରେ ପତ୍ନୀଙ୍କ ଘରେ ପହଞ୍ଚଥିଲା, ସେଠାରୁ ମୃତ ବ୍ୟକ୍ତିଙ୍କ ଅଧା ଶରୀର ଉଦ୍ଧାର କରିଥିଲେ। ପୋଲିସର ଜେରାରେ ମହିଳା ଜଣଙ୍କ ପୂରା ଘଟଣା କରିଥିଲେ । ପୋଲିସର ସୂଚନା ଅନୁସାରେ, ପଡୋଶୀମାନେ ଦୁର୍ଗନ୍ଧ ବାରିବା ପରେ ଅଭିଯୋଗ କରିଥିଲେ । ବର୍ତ୍ତମାନ ହତ୍ୟାକାରୀ ମହିଳାକୁ ପୋଲିସ ଗିରଫ କରିଛି। ଗିରଫ ମହିଳାଙ୍କ ବୟସ ୨୨ ବର୍ଷ ହୋଇଥିବା ବେଳେ ୧୫ ବର୍ଷ ବୟସରେ ତାଙ୍କୁ ଜୋର କରି ତାଙ୍କର ବିବାହ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.