Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସ୍ତ୍ରୀକୁ କଟୁରୀରେ ହାଣି ହତ୍ୟା କଲା ସ୍ୱାମୀ : ନା ମାନେ ନା

14/05/2018 at 11:18 AM

ସାମାନ୍ୟ କଥାକୁ ନେଇ ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ … ଖାଲି ସ୍ତ୍ରୀ ନୁହେଁ ଝିଅକୁ ମରଣାନ୍ତକ ଆକ୍ରମଣ କରିଛି ଅଭିଯୁକ୍ତ … ଗୁରୁତର ଝିଅ ଏସସିବି ରେ ମୃତ୍ୟୁ ସହ ଲଢେଇ କରୁଛି …
ଖବରଟି ଆସିଛି ବାଲିପାଟଣା କଣ୍ଟାସାହି ଗାଁରୁ … ସ୍ୱାମୀ ସ୍ତ୍ରୀ ଦୁଇ ପିଲାଙ୍କୁ ନେଇ ବାମଦେବଙ୍କ ସଂସାର … ଠିକାଦାରୀ କରି ପରିବାର ଚଳାଉଥିଲେ ବାମଦେବ … କିଛି ବର୍ଷ ପରେ କାମ ଭଲରେ ଚାଲୁନଥିବା ବେଳେ ଆର୍ଥିକ ଅନାଟନ ଦେଇ ଗତି କରୁଥିଲା ବାମଦେବଙ୍କ ପରିବାର … ତାପରେ ଆରମ୍ଭ ହୋଇଥିଲା ସ୍ତ୍ରୀଙ୍କ ସହ ମତାନ୍ତର … ଅନେକ ଥର ଝଗଡା ହୋଇଛି କିନ୍ତୁ ସମାଧାନ ମଧ୍ୟ ହୋଇଛି … କିନ୍ତୁ ଶନିବାର ସନ୍ଧ୍ୟା ୫ଟାରେ କୌଣସି କାରଣରୁ ସ୍ତ୍ରୀଙ୍କ ସହ ଝଗଡା ହୋଇଥିଲା … ଏଥିରେ ଉତକ୍ଷିପ୍ତ ହୋଇ ସ୍ତ୍ରୀକୁ ଆକ୍ରମଣ କରିଥିଲେ ବାମଦେବ … ଜୀବନ ଭୟରେ ଦଉଡି ପଳାଇଥିଲେ ସ୍ତ୍ରୀ … ହେଲେ ରାଗରେ ଅନ୍ଧ ସ୍ୱାମୀ ଗୋଡ଼ାଇ ଗୋଡ଼ାଇ ସ୍ତ୍ରୀଙ୍କ ମୁଣ୍ଡକୁ ଚୋଟ ପରେ ଚୋଟ ମାରିଥିଲା … ଝିଅ ବାପାକୁ ଅଟକାଇବାକୁ ଚେଷ୍ଟା କରିଥିବା ବେଳେ ଝିଅକୁ ମଧ୍ୟ କଟୁରୀରେ ଆକ୍ରମଣ କରିଥିଲା ବାପା … ପାଟି ଶୁଣି ପଡୋଶୀ ଆସି ମା ଓ ଝିଅକୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ … ତେବେ ଡାକ୍ତରଖାନାରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ଝିଅ ଜୀବନ ସହ ସଂଗ୍ରାମ କରୁଛି …

Leave a Reply

   Related Posts