ପରକିୟା ପ୍ରୀତିର କରୁଣ ପରିଣତି; ସ୍ତ୍ରୀର ହତ୍ୟାକାରୀ ସାଜିଲା ସ୍ୱାମୀ
18/03/2023 at 10:32 PM

ନୀଳଗିରି ୧୮/୩: ପରକିଆ ପ୍ରୀତିର କରୁଣ ପରିଣତି। ସ୍ୱାମୀ ନେଲା ସ୍ତ୍ରୀର ଜୀବନ। ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକେ। ନୀଳଗିରି ଉପଖଣ୍ଡ ବରହମପୁର ଥାନା ଅନ୍ତର୍ଗତ ଗରଡ଼ିହି ଗାଁରେ ଏମିତି ଅପରାଧିକ କାଣ୍ଡ ସାମ୍ନାକୁ ଆସିଛି।
ସୂଚନା ଅନୁସାରେ ୨୦୧୮ ଗରଡ଼ିହି ଗାଁର ମୁରଲୀଧର ବେହେରାଙ୍କ ପୁଅ ଦୀପ୍ତି କିଶୋର ମୟୁରଭଞ୍ଜର କପ୍ତିପଦା ଥାନା ଅନ୍ତର୍ଗତ ପ୍ରଶାନ୍ତ ମଣ୍ଡଳଙ୍କ ଝିଅ ସବିତାଙ୍କୁ ବୈଦିକି ରିତିନୀତିରେ ବାହା ହୋଇଥିଲେ। ବିବାହର କିଛିମାସ ପରେ ଦୀପ୍ତିଙ୍କ ସହିତ ତାଙ୍କ ବାପା ମାଆ ଓ ପରିବାର ଲୋକେ ଅଧିକ ଯୌତୁକ ଦାବିକରି ପିଟାମରା କରିଆସୁଥିବା ଅଭିଯୋଗ ହୋଇଛି। ସବିତାଙ୍କ ଘର ଲୋକେ ଏହା ଜାଣିବା ପରେ ବହୁବାର ଉଭୟ ପରିବାର ମଧ୍ଯରେ ବୁଝାସୁଝା ହୋଇଥିଲା।
ଏଥିରେ କୌଣସି ସୁଫଳ ନମିଳିବାରୁ ୨୦୨୦ରେ ବରହମପୁର ଥାନାରେ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଥିଲା। ପରେ ଦୀପ୍ତିଙ୍କ ସହ ଗାଁର ଅନ୍ୟଜଣେ ମହିଳାଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଏହାକୁ ବିରୋଧ କରୁଥିଲେ ସବିତା। ଏଥିପାଇଁ ସବିତା ଓ ଦୀପ୍ତିଙ୍କ ମଧ୍ୟରେ ବାରମ୍ୱାର ଝଗଡ଼ା ମଧ୍ୟ ହେଉଥିଲା।

ଖବର ଅନୁସାରେ, ଗତକାଲି ଦୀପ୍ତିଙ୍କ ପ୍ରେମିକା ତାଙ୍କ ଘରକୁ ଆସିବାରୁ ପାଟିତୁଣ୍ଡ ହୋଇଥିଲା। ପରେ ଏହା ଉଗ୍ରରୂପ ନେବାରୁ ସବିତାଙ୍କୁ ଦୀପ୍ତି ମାଡ଼ କରିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ଆତ୍ମହତ୍ୟାର ରୂପଦେବାକୁ ଚେଷ୍ଟା କରିଥିବା ସବିତାଙ୍କ ପରିବାର ଲୋକ କହିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ ସବିତା ବିଷ ଖାଇ ଏବେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଥିବା ଦୀପ୍ତିଙ୍କ ଘରେ ଫୋନ୍ରେ କହିଥିଲେ । ସେପଟେ ମୃତଦେହ ଦେଖି ବରହମପୁର ଥାନାରେ ତାଙ୍କ ବାପଘର ଲୋକେ ଲିଖିତ ଅଭିଯୋଗ କରିଛନ୍ତି। ଏହାସହ ହତ୍ୟାକାରୀକୁ ଉଚିତ ଦଣ୍ଡ ମିଳୁ ବୋଲି ଦାବି କରିଛନ୍ତି ସବିତାଙ୍କ ଭାଇ ଓ ଦାଦା।