scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଝିଅକୁ ମନେପକାଇ ଭାବପ୍ରବଣ ହେଲେ ମହମ୍ମଦ ଶାମି, କହିଲେ-ଠିକ୍‌ ସେ କଥା ହୋଇପାରୁ ନାହିଁ…

12/02/2024 at 11:55 AM

ନୂଆଦିଲ୍ଳୀ ୧୨।୦୨: ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମି।  ବର୍ତ୍ତମାନ ସେ ତାଙ୍କ ଝିଅ ଏବଂ ପତ୍ନୀଙ୍କ ଠାରୁ ଦୂରରେ ଅଛନ୍ତି। ଶାମି ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ କିଛି ଠିକ୍‌ ଚାଲିନାହିଁ। ଯେଉଁଥିପାଇଁ ଦୁହେଁ ପରସ୍ପର ଠାରୁ ଅଲଗା ରହିବାକୁ ସ୍ଥିର କରିଥିଲେ। ହେଲେ ଶାମି ତାଙ୍କ ପରିବାରକୁ ସବୁବେଳେ ମିସ୍ କରନ୍ତି । ଏନେଇ ଏକ ସାକ୍ଷାତକାର ସମୟରେ ଶାମି କହିଥିଲେ ଯେ କିଏ ତାଙ୍କ ପିଲା ଏବଂ ପରିବାରକୁ ମନେ କରନ୍ତି ନାହିଁ। ବେଳେବେଳେ ପରିସ୍ଥିତି ଏପରି ହୋଇଥାଏ ଯେ ଆମେ ସେମାନଙ୍କୁ ଭେଟି ପାରୁ ନାହିଁ କିନ୍ତୁ ଆମେ ସେମାନଙ୍କୁ ମିସ୍ କରୁ । ଏହା ଅତ୍ୟନ୍ତ କଷ୍ଟ ।

ଶାମି ତାଙ୍କ ଝିଅକୁ ମନେ ପକାଇ ଭାବପ୍ରବଣ ହୋଇଥିଲେ

ODI ବିଶ୍ୱକପ ୨୦୨୩ରେ ନିଜର ଚମତ୍କାର ବୋଲିଂ ସହ ଏକ ଉତ୍ସାହ ସୃଷ୍ଟି କରିଥିବା ମହମ୍ମଦ ଶାମି ବର୍ତ୍ତମାନ ଆହତ କାରଣରୁ ଟିମ୍ ଇଣ୍ଡିଆ ବାହାରେ ଅଛନ୍ତି। କିନ୍ତୁ ସୋସିଆଲ ମିଡିଆରେ ଶାମି ସର୍ବଦା ଚର୍ଚ୍ଚାରେ ରୁହନ୍ତି। ନିକଟରେ ଶାମି ଏକ ଟିଭି ଚ୍ୟାନେଲକୁ ଏକ ସାକ୍ଷାତକାର ଦେଇଥିଲେ। ଯେଉଁଥିରେ ଶାମି ତାଙ୍କ ପରିବାରକୁ ମନେ ପକାଇ ଟିକେ ଭାବପ୍ରବଣ ଦେଖାଯାଉଥିଲେ । ସେ କହିଥିଲେ ଯେ ମୋର ତାଙ୍କ ସହ ବହୁତ କମ୍ କଥାବାର୍ତ୍ତା ହୁଏ। କାରଣ ଯେତେବେଳେ ମୋ ପତ୍ନୀ ଚାହିଁଲେ ମୁଁ ମୋ ଝିଅ ସହିତ କଥାବାର୍ତ୍ତା କରିପାରେ । ବହୁତ ଦିନ ହେଲା ମୁଁ ମୋ ଝିଅକୁ ଦେଖି ନାହିଁ ।

ଶାମି ଆହୁରି କହିଥିଲେ ଯେ ମୋର ଏବଂ ହସିନ୍ ମଧ୍ୟରେ କିଛି ଚାଲିଥାଉ ନା କାହିଁକି, ଏଥିରେ ମୋର କୌଣସି ପରକ ପଡେ ନାହିଁ । ମୁଁ ସବୁବେଳେ ଚାହେଁ ମୋ ଝିଅ ସୁସ୍ଥ ରହୁ। ମୁଁ ନିଶ୍ଚିତ ଯେ ସେ ଭଲ ଜୀବନଯାପନ କରୁଛନ୍ତି। ମୁଁ ମୋ ଝିଅକୁ ବହୁତ ମିସ୍‌ କରୁଛି। କହିବାକୁ ଗଲେ ମହମ୍ମଦ ଶାମି ୨୦୧୪ରେ ହସିନ ଜାହାଁଙ୍କୁ ବିବାହ କରିଥିଲେ । ୨୦୧୫ରେ ସେମାନଙ୍କ ଝିଅ ଜନ୍ମ ହୋଇଥିଲେ। ଶାମିଙ୍କ ଝିଅର ନାମ ଆୟରା । ଆୟାର ବର୍ତ୍ତମାନ ତାଙ୍କ ମା ହସିନଙ୍କ ସହ ରୁହନ୍ତି। ହସିନ୍ ଜାହାନ ମଧ୍ୟ ମହମ୍ମଦ ଶାମିଙ୍କ ବିରୋଧରେ ଅନେକ ଥର ଗମ୍ଭୀର ଅଭିଯୋଗ ଆଣିଛନ୍ତି।

   Related Posts