ଶାରିରୀକ ସମ୍ପର୍କ ରଖିବାକୁ ମନା କରିଦେଇଥିଲା ସ୍ବାମୀ : ସ୍ତ୍ରୀ କଲା ଏପରି କାଣ୍ଡ ,ଜାଣନ୍ତୁ
6/07/2019 at 11:07 AM

ଉଗାଣ୍ଡାରେ ଜଣେ ସ୍ତ୍ରୀ ଶାରିରୀକ ସମ୍ପର୍କ ରକ୍ଷା କରିବାକୁ ମନା କରିବାରୁ ସ୍ବାମୀର ଯୈାନାଙ୍ଗକୁ କାଟିଦେଇଥିଲା।
ବାସ୍ତବେର ଜୁନ୍ ୩୦ତାରିଖରେ ରାତିରେ ୩୫ବର୍ଷ ବୟସ୍କା ଭିଟ୍ରାଇସ୍ ଏସେନ ଘରକୁ ପହଞ୍ଚି ନିଜ ସ୍ବାମୀ ଓକୋଟଙ୍କୁ ଶାରିରୀକ ସମ୍ପର୍କ ରଖିବାକୁ କହିଥିଲା। ପେଶାରେ ଜଣେ କୃଷକ ଥିବା ସ୍ବାମୀ ଓକୋଟ ଶାରିରୀକ ସମ୍ପର୍କ ରଖିବାକୁ ମନା କରି ଦେଇଥିଲା। ସ୍ବାମୀ ମନା କରିବାରୁ ଏସେନ ରାଗିଯାଇ ତାଙ୍କ ଯୈାନାଙ୍ଗ କାଟି ଦେଇଥିଲା।
ଓକୋଟଙ୍କ କହିବାନୁସାରେ ସାରା ଦିନ ପଶୁଙ୍କ ଶିକାର କରିଥିବା କାରଣରୁ ସେ ଅତ୍ୟନ୍ତ ଥକି ଯାଇଥିଲା। ସେଥିପାଇଁ ଘରେ ପହଞ୍ଚି ଖାଇସାରି ଶୋଇ ପଡ଼ିଥିଲା। ସେହି ସମୟରେ ସ୍ତ୍ରୀ ତାଙ୍କ ଉପରେ ଆକ୍ରମଣ କରିଥିଲା ଏବଂ ତାଙ୍କ ଯୈାନାଙ୍ଗକୁ କାଟି ଦେଇଥିଲା।
ଓକୋଟଙ୍କ କହିବାନୁସାରେ ସେ ନିଜ ସ୍ତ୍ରୀକୁ ଶାରିରୀକ ସମ୍ପର୍କ ରଖିବାକୁ ଏଥିପାଇଁ ମଧ୍ୟ ମନା କରିଥିଲା ଯେ ଏସେନକୁ ମଦ ପିଇବା ନିଶା ଥିଲା। ଓକୋଟ ଆଶା କରିଥିଲେ ଯେ ଦିନେ ଏସେନ ମଦ ନିଶାରୁ ବିରତ ହେବ। ଗାଁ ମୁଖିଆଙ୍କ ଅନୁସାରେ ତାଙ୍କ ଗାଁରେ ମହିଳାମାନେ ମଧ୍ୟ ପୁରୁଷଙ୍କ ଭଳି ଖୁବ୍ ମଦ ପିଅନ୍ତି ଏବଂ ଏହା ପ୍ରଥମ ଘଟଣା ନୁହେଁ ଓକୋଟଙ୍କ ସ୍ତ୍ରୀ ତାଙ୍କ ଉପରେ ଆକ୍ରମଣ କରିଛି। ଏହା ପୂର୍ବରୁ ଏସେନ ପୂର୍ବରୁ ମଧ୍ୟ ନିଜ ସ୍ବାମୀଙ୍କ ଉପରେ ଆକ୍ରମଣ କରି ତାଙ୍କ ହାଡ଼ ଭାଙ୍ଗି ଦେଇଥିଲେ।
ଉଗାଣ୍ଡାରେ ଘରୋଇ ହିଂସା ଚରମ ଅବସ୍ଥାରେ ରହିଛି। ଏକ ସର୍ଭେ ଅନୁସାରେ ଉଗାଣ୍ଡାରେ ପାଖାପାଖି ୯୨ପ୍ରତିଶତ ଲୋକ ଘରୋଇ ହିଂସାର ଶିକାର ହେଉଛନ୍ତି।