Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ସୂଚନା ଅଧିକାରର ଉପଯୋଗ କରି ସ୍ୱାମୀଙ୍କ ଆୟର ବିବରଣୀ ହାସଲ କଲେ ମହିଳା

3/10/2022 at 4:32 PM

ବରେଲୀ ୩।୧୦: କେତେ ଆୟ କରୁଛ? ଏହି ପ୍ରଶ୍ନ କାହାରିକୁ ବି ଅସହଜ କରିପାରେ। ଏପରି ବ୍ୟକ୍ତିଗତ ତଥ୍ୟ କେବଳ ପରିବାର ଲୋକଙ୍କୁ ହିଁ ଜଣାଥାଏ। ତେବେ ବୈବାହିକ ବିବାଦ ମାମଲାରେ କଥା ଟିକେ ଅଲଗା। ଯେତେବେଳେ ବିବାହ ବିଚ୍ଛେଦ ଲାଗି ଡିଭୋର୍ସ ଫାଇଲ କରନ୍ତି, ସେତେବେଳେ ଭାବନାତ୍ମକ ଆହ୍ୱାନ ସମେତ ଆପଣଙ୍କୁ ଆର୍ଥିକ ସମସ୍ୟା ସହ ମଧ୍ୟ ଲଢିବାକୁ ପଡେ। କାରଣ ସମ୍ପତ୍ତି ଦୁଇଜଣଙ୍କ ମଧ୍ୟରେ ବଣ୍ଟାଯାଇଥାଏ।

ଯଦି ସହମତିରେ ବିବାହ ବିଚ୍ଛେଦ ହୋଇ ନପାରେ ସେତେବେଳେ ପତ୍ନୀ ଆୟର ସୂଚନା ମାଗି ପାରନ୍ତି ଓ ଭରଣପୋଷଣ ଦାବି ମଧ୍ୟ କରିପାରନ୍ତି। ଏଥିରେ ଯଦି ପତି ଆୟର ତଥ୍ୟ ଦେବାକୁ ଅମଙ୍ଗ ହୁଅନ୍ତି ତେବେ ପତ୍ନୀ ଅନ୍ୟ ଉପାୟରେ ମଧ୍ୟ ଆୟ ସନ୍ଧାନ କରିପାରିବେ। ରିପୋର୍ଟ ଅନୁସାରେ ନିକଟରେ କେନ୍ଦ୍ରୀୟ ସୂଚନା କମିଶନ (ସିଆଇସି) ଆୟକର ବିଭାଗଙ୍କୁ ୧୫ ଦିନ ମଧ୍ୟରେ ମହିଳାଙ୍କୁ ତାଙ୍କ ପତିଙ୍କ ନେଟ୍ ଟ୍ୟାକ୍ସେବଲ ଇନକମ ଓ ଗ୍ରସ୍ ଇନକମର ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ସଞ୍ଜୁ ଗୁପ୍ତା ନାମ୍ନୀ ଜନୈକା ମହିଳା ୨୦୧୮-୧୯ ଓ ୨୦୧୯-୨୦ରେ ତାଙ୍କ ପତିଙ୍କ ନିଟ୍ ଟ୍ୟାକ୍ସେବଲ ଇନକମ ଓ ଗ୍ରସ୍ ଇନକମ ସୂଚନା ପାଇବାକୁ ଉଦ୍ୟମ କରିଥିଲେ। ଏଥିପାଇଁ ସେ ଏକ ଆରଟିଆଇ ଦାଖଲ କରିଥିଲେ। ତେବେ ସେଣ୍ଟ୍ରାଲ ପବ୍ଲିକ ଇନଫର୍ମେସନ ଅଫିସର (ସିପିଆଇଓ), ଆୟକର ବିଭାଗଙ୍କ ବରେଲୀ ଦପ୍ତର ଇନକମ ଟ୍ୟାକ୍ସ ଅଫିସର ଆରଟିଆଇରେ ତଥ୍ୟ ଦେବାକୁ ମନା କରିଦେଇଥିଲେ। କାରଣ ମହିଳାଙ୍କ ପତି ଏଥିଲାଗି ରାଜି ନଥିଲେ।

ଏଥିରେ ମହିଳା ପ୍ରଥମ ଅପିଲେଟ୍ ଅଥରିଟି( ଏଫଏଏ)ଙ୍କ କୋର୍ଟରେ ଅପିଲ ଦାୟର କରି ସହାୟତା ମାଗିଥିଲେ। ତେବେ ଏଫଏଏ ମଧ୍ୟ ସିପିଆଇଓଙ୍କ ଆଦେଶକୁ କାୟମ ରଖିଥିଲେ ଓ ସିଆଇସିରେ ମହିଳାଙ୍କୁ ଦ୍ୱିତୀୟବାର ଆବେଦନ କରିବାକୁ କହିଥିଲେ। ସିଆଇସି ମାମଲାରେ ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ନିର୍ଦ୍ଦେଶର ନିରୀକ୍ଷଣ କରିଥିଲେ ପରେ ୧୯ ସେପ୍ଟେମ୍ବର ୨୦୨୨ରେ ମହିଳାଙ୍କୁ ତାଙ୍କ ପତିଙ୍କ ନିଟ୍ ଟ୍ୟାକ୍ସେବଲ ଇନକମ ଓ ଗ୍ରସ୍ ଇନକମର ସୂଚନା ୧୫ ଦିନ ମଧ୍ୟରେ ଦେବା ପାଇଁ ସିପିଆଇଓଙ୍କୁ ନିର୍ଦ୍ଦେଶ ଦେଇଥିଲେ।  

ଉଲ୍ଲେଖଯୋଗ୍ୟ ଯେ ପ୍ରପର୍ଟି ଲାୟବିଲିଟିଜ୍, ଆୟକର ରିଟର୍ଣ୍ଣ, ଇନଭେଷ୍ଟମେଣ୍ଟର ତଥ୍ୟ  ଓ ଉଧାର ଆଦି ପର୍ସନାଲ ଡିଟେଲ କ୍ୟାଟଗରୀରେ ଆସିଥାଏ। ଆରଟିଆଇ ଅଧିନିୟମ ଧାରା ୮(୧)(ଜେ) ଅନୁସାରେ ଏଭଳିତଥ୍ୟ ସୁରକ୍ଷିତ ରଖାଯିବା ଦରକାର। ତେବେ ସୁଭାଷଚନ୍ଦ୍ର ଅଗ୍ରୱାଲ ମାମଲାରେ କୋର୍ଟ ଯଦି ଜନସ୍ୱାର୍ଥ ପୁରା ହେଉଥାଏ ତେବେ ଏଥିଲାଗି ଅନୁମତି ଦିଆଯାଇପାରେ ବୋଲି ଉଲ୍ଲେଖ କରିଛନ୍ତି।  

   Related Posts