ଧରା ପଡିଲା ସ୍ତ୍ରୀର ପରକୀୟା ପ୍ରୀତି: ପ୍ରେମିକ ହାତରେ ସ୍ତ୍ରୀର ହାତ ଦେଲେ ସ୍ୱାମୀ

Published By : Prameya-News7 Bureau | November 06, 2018 IST

ପଟ୍ଟାମୁଣ୍ଡେଇ ୬/୧୧ : ପ୍ରେମିକ ହାତରେ ସ୍ତ୍ରୀର ହାତକୁ ଛନ୍ଦିଦେଲେ ସ୍ବାମୀ । ସ୍ତ୍ରୀଙ୍କର ପରକିୟା ପ୍ରୀତି ଧରା ପଡ଼ିବା ପରେ ଏଭଳି ପଦକ୍ଷେପ ନେଲେ ସ୍ବାମୀ । ସ୍ତ୍ରୀ ଓ ପ୍ରେମିକଙ୍କ ସମ୍ମତି ପରେ କୋର୍ଟରେ ସେମାନଙ୍କର ବାହାଘର କରାଇ ଦେଇଦେଲେ । ୪ ବର୍ଷ ତଳେ କରିଥିଲେ ପ୍ରେମ ବିବାହ । କୋଳରେ କୁନି ଝିଅ । ତଥାପି ଏ ମହିଳାଙ୍କର ହୋଇଛି ବାହାଘର । ତାହା ପୁଣି ତାଙ୍କ ପ୍ରେମିକଙ୍କ ସାଥୀରେ … ମହିଳାଙ୍କ ସ୍ବାମୀ ହିଁ ଏ ବାହାଘରର ମୁଖ୍ୟ ପୁରୋଧା କହିଲେ ଅତ୍ୟୁକ୍ତି ହେବନି । ବେଦୀରେ ବସି ବାହା ହୋଇଥିବା ସ୍ବାମୀଙ୍କୁ ଡିଭୋର୍ସ ଦେବା ପରେ କୋର୍ଟରେ ପ୍ରେମିକଙ୍କ ସହ ମହିଳାଙ୍କର ବାହାଘର ହୋଇଛି । କେନ୍ଦ୍ରାପଡ଼ା ପଟ୍ଟାମୁପଣ୍ଡାଇ ବ୍ଲକ୍ ଏଣ୍ଡୁଳାପୁର ଗାଁର ଏହି ମହିଳାଙ୍କ ସ୍ବାମୀ କୋଲକାତାରେ ରହନ୍ତି । ହେଲେ ବର୍ଷକ ତଳେ ରଙ୍ଗ୍ ନମ୍ବରରୁ ଗାଁ ପାଖ ସୁରେଶ ଲେଙ୍କାଙ୍କ ସହ ତାଙ୍କର ସମ୍ପର୍କ ଗଢ଼ି ଉଠିଥିଲା । କିଛି ଦିନ ତଳେ ସଂପୃକ୍ତ ମହିଳା ଓ ତାଙ୍କ ସ୍ବାମୀଙ୍କୁ ଶାଶୁ ଓ ଶ୍ବଶୂର ରେଡ୍ ହାଣ୍ଡ୍ ଧରିଥିଲେ । ଗାଁ ଲୋକଙ୍କୁ ଡାକି ସୁରେଶଙ୍କୁ ଅଟକ ରଖିବା ପରେ ମହିଳାଙ୍କ ସ୍ବାମୀଙ୍କୁ କୋଲକାତାରୁ ଡକାଇଥିଲେ । ମହିଳାଙ୍କ ସ୍ବାମୀ ତାଙ୍କୁ ଡିଭୋର୍ସ ଦେବା ପରେ କୋର୍ଟରେ ହୋଇଥିଲା ସାନି ବିବାହ । ତେବେ ବିବାହ ପରେ ମହିଳାଙ୍କୁ ସ୍ତ୍ରୀ ଭାବେ ଏବଂ ତାଙ୍କ ଝିଅଙ୍କୁ ଝିଅ ଭାବେ ଗ୍ରହଣ କରିଛନ୍ତି ସୁରେଶ । ପରକୀୟା ପ୍ରୀତିରୁ ବିଚ୍ଛେଦ, ଆଉ ତା ପରେ ପ୍ରେମିକଙ୍କ ସହ ବିବାହ । ମହିଳାଙ୍କ ପରିବାର ଏ ବାବଦରେ ମୁହଁ ଖୋଲି ନଥିବା ବେଳେ ମହିଳାଙ୍କ ସ୍ବାମୀ ହିଁ ନେଇଛନ୍ତି ବାଇଣ୍ଡିଂ ଆଣ୍ଡ୍ ଫାଇନାଲ୍ ଡିସିସନ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.