ସ୍ବାମୀଙ୍କ ମୃତ୍ୟୁକୁ ସହିପାରିଲେନି ସ୍ତ୍ରୀ, ଦୁଇ ଦିନ ପରେ ହାରିଦେଲେ ଜୀବନ

Published By : Prameya-News7 Bureau | November 14, 2023 IST

ଖୋର୍ଦ୍ଧା ୧୪।୧୧: ସ୍ବାମୀଙ୍କ ମୃତ୍ୟୁ ପରେ ଜୀବନ ହାରିଲେ ସ୍ତ୍ରୀ । ଖୋର୍ଦ୍ଧା ଜିଲ୍ଲା ବାଙ୍କୋଇ ନିକଟ ବେଣାଗାଡ଼ିଆରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ଦୀପାବଳି ସନ୍ଧ୍ୟାରେ ଅଜଣା ଗାଡି ଧକ୍କାରେ ଖୋର୍ଦ୍ଧା ଜିଲ୍ଲା ବାଙ୍କୋଇ ନିକଟ ବେଣାଗାଡ଼ିଆ ନିକଟରେ ଗୋକୁଳ ଚନ୍ଦ୍ର ସାହୁଙ୍କର ମୃତ୍ୟୁ ହୋଇଥିଲା । ମଙ୍ଗଳବାର ବିଳମ୍ବିତ ରାତିରେ ଗୋକୁଳଙ୍କ ସ୍ତ୍ରୀ ଅସହାୟ ହୋଇ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତ ମହିଳା ଆନନ୍ଦିତା ସୁବୁଦ୍ଧି ।

ତେବେ ରାଜସୁନାଖଳାର ବ୍ୟବସାୟୀ ଗୋକୁଳ ଚନ୍ଦ୍ର ସାହୁ ଦୀପାବଳି ସନ୍ଧ୍ୟାରେ ଖୋର୍ଦ୍ଧା ବ୍ୟାଙ୍କ ଅଫ୍ ଇଣ୍ଡିଆ ନିକଟରେ ଥିବା ନିଜ ଘରକୁ ବାଇକ୍ ଯୋଗେ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଦୁଇ ଦିନ ପରେ ଅର୍ଥାତ୍ ମଙ୍ଗଳବାର ଦିନ ସ୍ତ୍ରୀ ଆତ୍ମହତ୍ୟା କରିଥିଲେ । ବାଙ୍କୋଇ ଫାଣ୍ଡି ଅଧିକାରୀ ସଂଗ୍ରାମ ପାଇକରାୟ ଶବ ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧାକୁ ପଠାଇ ଘଟଣାର ତଦନ୍ତ କରୁଛନ୍ତି ।

You Can Read :

wp:embed {"url":"https://www.prameyanews7.com/woman-falls-in-deep-borewell-at-sonepur/","type":"wp-embed","providerNameSlug":"prameya-news-7"}
https://www.prameyanews7.com/woman-falls-in-deep-borewell-at-sonepur/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.