ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ସ୍ବାମୀଙ୍କ ଘର ଆଗରେ ଧାରଣା ଦେଲେ ସ୍ତ୍ରୀ : ନୀଚ ଜାତି ଯୋଗୁଁ ଘରେ ପୁରାଉନାହାନ୍ତି ଶ୍ବଶୁରଘର ଲୋକେ

19/08/2021 at 6:00 PM

ଜଳେଶ୍ବର ୧୯।୮: ପ୍ରେମ ବିବାହ ହେଲା କାଳ । ନୀଚ ଜାତି ହୋଇଥିବାରୁ ଶ୍ବଶୁର ଘରେ କେହି ପୁରାଇ ଦେଉ ନାହାନ୍ତି ବୋହୂକୁ । ଶେଷରେ ନ୍ୟାୟ ପାଇଁ ବୋହୂ ଜଣଙ୍କ ଶ୍ବଶୁର ଘର ପିଣ୍ଢାରେ ବସିଛନ୍ତି ଧାରଣାରେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳରେ ।

ପଂଚୁପାଲି ଗ୍ରାମର ଜଣେ ଯୁବକଙ୍କୁ ପ୍ରେମକରି ୮ ମାସ ତଳେ ମନ୍ଦିରରେ ବିବାହ କରିଥିଲେ ପୀଡିତା ମହିଳା । ସ୍ବାମୀ-ସ୍ତ୍ରୀ ଦୁହେଁ ବାଲେଶ୍ବରରେ ଏକ ଭଡା ଘରେ ରହୁଥିଲେ । ତେବେ ବୁଧବାର ମହିଳାଙ୍କର ସ୍ବାମୀ ଘରୁ ଟଙ୍କା ନେଇ ଯାଉଥିବା ବେଳେ ସ୍ତ୍ରୀ ପଚାରିବାରୁ ସେ ଘରକୁ ଯିବେ ବୋଲି କହିଥିଲେ । ସେ ତାଙ୍କ ପଛେପଛେ ବାଲିଆପାଳ ଥାନା ପଂଚୁପାଲି ଶ୍ବଶୁର ଘରେ ପହଞ୍ଚିଥିଲେ । ସେଠାରେ ତାଙ୍କ ସ୍ବାମୀଙ୍କୁ ନ ପାଇ ଘର ଭିତରକୁ ପ୍ରବେଶ କରୁଥିଲା ବେଳେ ତାଙ୍କୁ ତାଙ୍କ ଶାଶୁ, ଶ୍ବଶୁର, ଜାଆ ଅଟକାଇଥିଲେ । ନୀଚ ଜାତି ବୋଲି ଘରେ ପୁରାଇ ଦେଇ ନଥିଲେ ଏବଂ ମାଡ଼ ମଧ୍ୟ ମାରିଥିଲେ ।

ସ୍ବାମୀକୁ ପାଇବା ପାଇଁ ଓ ନ୍ୟାୟ ପାଇଁ ବୁଧବାର ରାତିଠାରୁ ମହିଳା ଜଣଙ୍କ ଶ୍ବଶୁର ଘର ପିଣ୍ଡାରେ ଧାରଣାରେ ବସିଛନ୍ତି । ଏପଟେ ଘର ଲୋକ ଗେଟରେ ତାଲା ପକାଇ ଫେରାର ହୋଇ ଯାଇଛନ୍ତି ।

   Related Posts