ଗଞ୍ଜାମ ଆସିକାରେ ଦମ୍ପତ୍ତିଙ୍କୁ ଧକ୍କାଦେଲା ଟ୍ରକ୍ ; ଘଟଣାସ୍ଥଳରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

Published By : Prameya-News7 Bureau | November 09, 2018 IST

ଗଞ୍ଜାମ ୯|୧୧:  ଗଞ୍ଜାମ ଜିଲ୍ଲା ଆସିକା ଉପକଣ୍ଠରେ ଚିନି କାରଖାନା ଥିବା ନୂଆଗାଁ ଛକରେ ସ୍କୁଟିରେ ଯାଉଥିବା ଦମ୍ପତ୍ତିଙ୍କୁ ଟ୍ରକ୍ ଧକ୍କା ଦେଇଛି । ଫଳରେ ଘଟଣାସ୍ଥଳରେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ସ୍ବାମୀ ଗୁରୁତର ଅବସ୍ଥାରେ ଆସିକା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୃତ ମହିଳା ହେଲେ ମାଧୁରୀ ମହାରଣା ଓ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ତାଙ୍କ ସ୍ବାମୀ ହେଲେ ଗୋପାଳ କୃଷ୍ଣ ମହାରଣା । ସୂଚନା ଅନୁସାରେ ଉଭୟ ଦମ୍ପତି ବୁଗୁଡାରୁ ନିଜ ଝିଅ ଘର ଆସିକା କୁମ୍ଭାର ସାହିକୁ ଭାର ଧରି ସ୍କୁଟିରେ ଆସୁଥିଲେ । ଆସିକା ସୁଗାର ଫ୍ୟାକ୍ଟ୍ରି୍ ନୂଆଗାଁ ଛକଠାରେ ଏକ ଟ୍ରକ୍ ସେମାନଙ୍କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଉଭୟ ଗାଡିରୁ ଛିଟିକି ପଡିଥିଲେ । ଘଟଣାସ୍ଥଳରେ ମାଧୁରୀଙ୍କର ମୃତ୍ୟୁ ହୋଇଥିବାବେଳେ ଗୋପାଳକୃଷ୍ଣ ଗୁରୁତର ହୋଇଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ  ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ଆସିକା ମେଡ଼ିକାଲକୁ ପଠାଇଥିବା ବେଳେ ଟ୍ରକକୁ ଜବତ କରିଥିବା ସୂଚନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.