ଆଇସୋଲେସନ ସେଣ୍ଟରରେ ଅଭାବନୀୟ ଘଟଣା, ସ୍ୱାମୀଙ୍କ ମୃତ୍ୟୁ ପରେ ସେଇଠି ଝୁଲି ପଡିଲେ ସ୍ତ୍ରୀ

Published By : Prameya-News7 Bureau | July 02, 2020 IST

ଜଗତସିଂପୁର, ୦୨|୦୭: ଜଗତସିଂହପୁରରେ ଘଟିଛି ଏକ ଅଭାବନୀୟ ଘଟଣା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  ଆଇସୋଲେସନ ସେଣ୍ଟରରେ ଜଣେ ପ୍ରବାସୀ ଯୁବକଙ୍କର ମୃତ୍ୟୁ ହେବା ପରେ ସେହି ସେଣ୍ଟର ଭିତରେ ତାଙ୍କର ସ୍ତ୍ରୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି  । ଉଭୟ ଦମ୍ପତି ତେଲେଙ୍ଗାନାରୁ ଆସିବା ପରେ  ଏରସମା କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ । 

ବୁଧବାର ସ୍ୱାମୀଙ୍କର ଦେହ ଅସୁସ୍ଥ ହେବାରୁ ତାଙ୍କୁ ଏରସମାରୁ ଅଣାଯାଇ ଏସଭିଏମ କଲେଜ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖା ଯାଇଥିଲା । ସେଠାରେ ଅସୁସ୍ଥ ହେବାରୁ ବୁଧବାର ରାତିରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ ଆଇସୋଲେସନ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଆଜି ମଧ୍ୟାହ୍ନରେ ସ୍ୱାମୀଙ୍କର ମୃତ୍ୟୁ ହେବା ପରେ ତାଙ୍କର ସ୍ତ୍ରୀ ସେହି ସେଣ୍ଟର ମଧ୍ୟରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତ ଯୁବକଙ୍କର ସ୍ୱାବ ରିପୋର୍ଟ ନେଗେଟିଭ ଆସିଥିବା ବେଳେ ସ୍ତ୍ରୀଙ୍କର ସ୍ୱାବ ରିପୋର୍ଟ ଆସିନାହିଁ । ଘଟଣା ସ୍ଥଳରେ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ , ଏସ୍ଡିପିଓ ଓ ସିଡିଏମଓ ପ୍ରମୁଖ ପହଁଚି ତଦନ୍ତ ଚଳାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.