ନୀଳଗିରିରେ ଯୌତୁକ ପାଇଁ ସ୍ତ୍ରୀକୁ ନିର୍ଯ୍ୟାତନା ଅଭିଯୋଗରେ ସ୍ୱାମୀ ଗିରଫ
7/10/2018 at 1:58 PM

ନୀଳଗିରି ୭/୧୦ : ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଧିନସ୍ଥ ଉଲଡଙ୍ଗ ଗ୍ରାମର ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ନିର୍ଯାତନା ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଉଲଡଙ୍ଗ ଗ୍ରାମର ଭରତ ସାହୁଙ୍କ ପୁଅ ଅଜିତ ୧୦ ବର୍ଷ ଆଗରୁ ସରଗାଁ ଗ୍ରାମର ନନ୍ଦକିଶୋର ସାହୁଙ୍କ ଝିଅକୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ବେଳକୁ ସମସ୍ତ ଗହଣା ସହ ୪୦ ହଜାର ଟଙ୍କା ଯୌତୁକ ଦେଇଥିଲେ । ହେଲେ ବିବାହ ପରଠାରୁ ପ୍ରତିମାକୁ ତାଙ୍କ ସ୍ୱାମୀ ମାରପିଟ କରି ଆସୁଥିବା ବେଳେ ମହିଳା ଜଣକ ଆଉ ସହିନପାରିବାରୁ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ । ପୂର୍ବରୁ ଏନେଇ ବାରମ୍ବାର ମିମାଂସା ହୋଇ ଆସୁଥିଲା । ତେବେ ଗତକାଲି ସ୍ୱାମୀ ଜଣକ ଏକ ଠେଙ୍ଗାରେ ଅତି ଅମାନୁଷିକ ଭାବେ ମାଡ଼ ମାରିଥିବା ବେଳେ ମହିଳାଙ୍କ ଭାଇ ଅଜୟ ସାହୁ ଏକ ଲିଖିତ ଏତଲା ଦେବାପରେ ନୀଳଗିରି ପୋଲିସ ଏକ ମାମଲା ରୁଜୁ କରି ସ୍ୱାମୀକୁ ଗିରଫ କରିବା ସହ ବିବାହ ବେଳେ ଦିଆଯାଇଥିବା ଜିନିଷ ପତ୍ର ଜବତ କରିଛି। ମହିଳାଙ୍କ ୮ ବର୍ଷର ଏକ ଝିଅ ଥିବାବେଳେ ନ୍ୟାୟ ମାଗିବା ସହ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।