ସ୍ତ୍ରୀର ଟାଙ୍ଗିଆ ଚୋଟରେ ସ୍ବାମୀ ଗୁରୁତର
3/03/2020 at 2:23 PM

କଳାହାଣ୍ଡି ୩।୩: ସ୍ତ୍ରୀର ଟାଙ୍ଗିଆ ଚୋଟରେ ସ୍ବାମୀ ଗୁରୁତର ହୋଇଛନ୍ତି । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଉପରଝାପୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ଅବସ୍ଥାରେ ହରୀ ମାଝୀ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ତେବେ ପାରିବାରିକ କଳହ ଯୋଗୁଁ ଏଭଳି ଘଟିଥିବା ସନ୍ଦେହ କରାଯାଉଛି । ଅଭିଯୁକ୍ତ ସ୍ତ୍ରୀ ଲକ୍ଷ୍ମୀ ମାଝୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଥୁଆମୁଳ ରାମପୁର ପୋଲିସ । ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023