ରାସନ୍ କାର୍ଡରେ ମିଳୁଥିବା ହଜାରେ ଟଙ୍କା ନେଇଆସିଲେ ସ୍ତ୍ରୀ, ନିସ୍ତୁକ ପିଟିଲା ସ୍ୱାମୀ

Published By : Prameya-News7 Bureau | February 23, 2024 IST

ଭଦ୍ରକ ୨: ପ୍ରେମ ବିବାହ ପରେ ଅତ୍ୟାଚାର କରନ୍ତି ଓ ମାଡ଼ ମାରନ୍ତି ସ୍ୱାମୀ । କିନ୍ତୁ ରାସନ କାର୍ଡରେ ମିଳୁଥିବା ଏକ ହଜାର ଟଙ୍କା ସରକାରୀ ସହାୟତା ନେଇ ଆସିବା ରୁ ନିସ୍ତୁକ ମାଡ଼ ମାରିଲେ ସ୍ୱାମୀ ଏବେ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛି ସ୍ତ୍ରୀ ।

ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନ ଦୋଳସାହି ପଞ୍ଚାୟତ ଅଧିନ ରାଢ଼ଙ୍ଗ ଗାଁରେ ଜଣେ ବ୍ୟକ୍ତିଙ୍କୁ ପ୍ରେମ ବିବାହ କରିଥିଲେ ମହିଳା । ତେବେ କିଛି ଦିନ ହେବ ସ୍ୱାମୀ ତାଙ୍କୁ ନିର୍ଯାତନା ଦେଉଥିଲେ, ମାଡ଼ ମଧ୍ୟ ମାରୁଥିଲେ । କିନ୍ତୁ ଗୁରୁବାର ସ୍ଥାନୀୟ ଡିଲରଙ୍କ ନିକଟରେ ରାସନ କାର୍ଡ ହିତାଧିକାରୀଙ୍କୁ ମିଳୁଥିବା ସରକାରୀ ସହାୟତା ଏକ ହଜାର ଟଙ୍କା ଆଣିଥିଲେ । କିନ୍ତୁ ସ୍ୱାମୀ ଡିଲରଙ୍କୁ ନିକଟକୁ ଯାଇ ଟଙ୍କା ମାଗିଥିବା ବେଳେ ଡିଲର ଦେଇନଥିଲେ । ପରେ ସ୍ବାମୀ ଘରକୁ ଆସି ସ୍ତ୍ରୀଙ୍କୁ ରଡ୍‌ରେ ମାଡ଼ ମାରିଥିଲେ । ଗୁରୁତର ଅବସ୍ଥାରେ ମହିଳାଙ୍କୁ ତାଙ୍କ ବାପା ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲେ । ଘଟଣାକୁ ନେଇ ତିହିଡି ଥାନାରେ ଲିଖିତ ଅଭିଯୋଗ ହୋଇଛି । ତେବେ ଘଟଣା ପରେ ସ୍ବାମୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

You Can Read :

wp:embed {"url":"https://www.prameyanews7.com/defense-and-aerospace-equipment-to-be-made-in-odisha-state-govt-signed-mou-with-kalyani-steel/","type":"wp-embed","providerNameSlug":"prameya-news-7"}
https://www.prameyanews7.com/defense-and-aerospace-equipment-to-be-made-in-odisha-state-govt-signed-mou-with-kalyani-steel/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.