ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀ ଗିରଫ, ହତ୍ୟାର ଡେମୋ ଦେଖାଇଲା ଅଭିଯୁକ୍ତ

10/10/2022 at 7:05 PM

ଯାଜପୁର, ୧୦/୧୦: ସ୍ବାମୀ ହତ୍ୟାକାରୀ ସ୍ତ୍ରୀକୁ ଗିରଫ କଲା ପୋଲିସ । ପାରିବାରିକ କଳହକୁ କେନ୍ଦ୍ରକରି ପ୍ରଥମେ ପଥରରେ ଛେଚିବା ପରେ ବ୍ଲେଡରେ ଗୁପ୍ତାଙ୍ଗ କାଟି ସ୍ବାମୀକୁ ହତ୍ୟା କରିଥିଲା ସ୍ତ୍ରୀ। ଗତ ଶୁକ୍ରବାର ଦିନ ସ୍ବାମୀର ମୃତଦେହ ମିଳିଥିଲା। ଆଜି ଅଭିଯୁକ୍ତ ସ୍ତ୍ରୀକୁ ଗିରଫ କରିବାରେ ସକ୍ଷମ ହୋଇଛି ସୁକିନ୍ଦା ପୋଲିସ। ହତ୍ୟାକାରୀ ନିଜର ଅପରାଧ ସ୍ବୀକାର କରିବା ସହ ଘଟଣାସ୍ଥଳକୁ ଯାଇ ହତ୍ୟାର ଡେମୋ ଦେଖାଇଛି।

ସୂଚନା ମୁତାବକ ଗତ ଶୁକ୍ରବାର ଦିନ ସୁକିନ୍ଦା ଥାନା ମଙ୍ଗଳପୁର ନିକଟରେ ଜଣେ ଯୁବକଙ୍କ ମୃତ ଶରୀର ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ପରେ ସୁକିନ୍ଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ମୃତକ ସ୍ଥାନୀୟ ପୁବଳ ଗ୍ରାମର ରାଜୁ ଚାମ୍ପିଆ ବୋଲି ଜଣାପଡିଥିଲା। ତେବେ ଘଟଣାର ତଦନ୍ତ ସମୟରେ ମୃତକର ସ୍ତ୍ରୀ ଫେରାର ରହିଥିବାରୁ ପୋଲିସର ସନ୍ଦେହ ଉପୁଜିଥିଲା। ତେଣୁ ସୁକିନ୍ଦା ପୋଲିସର ଗୋଟିଏ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ରାଜୁ ଚାମ୍ପିଆଙ୍କ ସ୍ତ୍ରୀ ବାଲେମା ବଦରାଙ୍କୁ ଆଜି ଗିରଫ କରିଛି । ପ୍ରଥମେ ବାଲେମାଙ୍କୁ ଥାନାରେ ପଚରାଉଚରା ସମୟରେ ସେ ନିଜ ଅପରାଧ ସ୍ବୀକାର କରିଥିଲା। ପରେ ତାଙ୍କୁ ଘଟଣାସ୍ଥଳକୁ ନିଆଯାଇଥିଲା। ସେଠାରେ ସେ ନିଜ ସ୍ବାମୀକୁ କିପରି ହତ୍ୟା କରିଥିଲା ପୋଲିସକୁ ତାହାର ଡେମୋ ଦେଖାଇଥିଲା ।

   Related Posts