ସ୍ୱାମୀକୁ ସପ୍ତାହକୁ ୩ ଦିନ ଲେଖାଏଁ ବାଣ୍ଟିଲେ ପତ୍ନୀ ଓ ପ୍ରେମିକା: ଗୋଟିଏ ଦିିନ ନିଜ ହିସାବରେ ବିତାଇବେ, ଜାଣନ୍ତୁ ପୁରା ମାମଲା

Published By : Prameya-News7 Bureau | February 16, 2021 IST

ରାଞ୍ଚି ୧୬/୦୨ : ଝାରଖଣ୍ଡ ରାଜଧାନୀ ରାଞ୍ଚିରେ ବଲିଉଡ ଅଭିନେତା ଅନିଲ କପୁରଙ୍କ ଫିଲ୍ମ ଘରବାଲୀ-ବାହାରବାଲୀ ଭଳି ସତ କାହାଣୀ ଦେଖିବାକୁ ମିଳିଛି। ଏକ ଚୁକ୍ତି ଅନୁସାରେ ସ୍ୱାମୀକୁ ପତ୍ନୀ ଓ ପ୍ରେମିକା ମଧ୍ୟରେ ବାନ୍ତି ଦିଆଯାଇଛି। ଯୁବକଙ୍କୁ ସପ୍ତାହର ୩ ଦିନ ପତ୍ନୀ ପାଖରେ ଓ ୩ ଦିନ ପ୍ରେମିକା ପାଖରେ ରହିବାକୁ କୁହାଯାଇଛି। ବଳି ପଡିଥିବା ଦିନେ ସେ ନିଜ ହିସାବରେ ବିତାଇ ପାରିବେ।

ପ୍ରାପ୍ତ ସୂଚନା ଅନୁଯାୟୀ, ଜଣେ ବିବାହିତ ଯୁବକ ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଦ୍ୱିତୀୟ ବିବାହ କରିଥିଲେ। ମାମଲା ପୋଲିସ ପାଖରେ ପହଞ୍ଚିଥିଲା। ମାମଲା ପୋଲିସ ପାଖରେ ପହଞ୍ଚିବା ପରେ ସେମାନଙ୍କ ମଧ୍ୟରେ ବୁଝାମଣା କରାଇବା ଛଡା ପୋଲିସ ପାଖରେ ଆଉ କିଛି ବାଟ ନଥିଲା। ସେ ଦୁଇ ପତ୍ନୀ ମଧ୍ୟରେ ସ୍ୱାମୀକୁ ବାଣ୍ଟିଦେଲେ। ପୋଲିସ ଯୁବକଙ୍କୁ ଦୁଇ ପତ୍ନୀ ମଧ୍ୟରେ ବାଣ୍ଟି ଦେଲା ସିନା ଏହି ଶିଳଶିଳ ଅଧିକ ଦିନ ଚାଲିଲା ନାହିଁ। ମାମଲା କୋର୍ଟରେ ପହଞ୍ଚିଲା। ଅଦାଲତ ଯୁବକ ବିରୋଧରେ ୱାରେଣ୍ଟ ଜାରି କରିଛନ୍ତି। ବର୍ତ୍ତମାନ ଦୁଇ ପତ୍ନୀ ସ୍ୱାମୀକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।

ମାମଲା ରାଞ୍ଚିର କୋକର ତିରିଲ ରୋଡ଼ର। ଏଠାରେ ରହୁଥିବା ରାଜେଶ ମହତୋକୁ ପୋଲିସ ଜାନୁଆରୀ ୧୫ ତାରିଖରେ ହାଜତକୁ ନେଇଥିଲା ଏବଂ ଦୁଇ ପତ୍ନୀ ସହ ବରାବର ରହିବାକୁ ପଡିବ ବୋଲି ନିଷ୍ପତ୍ତି ନେଇଥିଲା। ଏଥିପାଇଁ ୩ଜଣଙ୍କ ମଧ୍ୟରେ ବୁଝାମଣା କରାଇଥିଲା। କିନ୍ତୁ ମାମଲା କୋର୍ଟରେ ପହଞ୍ଚିବା ପରେ ପୁରା ଛବି ବଦଳି ଯାଇଛି।

ଦ୍ୱିତୀୟ ପତ୍ନୀ ରାଜେଶ ବିରୋଧରେ ବିବାହ ନାଁରେ ଯୌନ ଶୋଷଣ ମାମଲା ରୁଜ୍ଜୁ କରିଥିଲେ। ସେଥିପାଇଁ ମାମଲା କୋର୍ଟରେ ପହଞ୍ଚିଛି। କୋର୍ଟ ଅଭିଯୁକ୍ତ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଛନ୍ତି। ରାଜେଶ ବର୍ତ୍ତମାନ ଫେରାର ଅଛି। ପୋଲିସ ରାଜେଶକୁ ଖୋଜୁଛି। ପୋଲିସ କହିଛି ରାଜେଶ ପ୍ରଥମ ପତ୍ନୀ ଓ ଛୁଆକୁ ଛାଡି ପ୍ରେମିକା ସହ ରହିବାକୁ ଚାଲିଯାଇଥିଲା। ଏଥିପାଇଁ ପତ୍ନୀ ଥାନାରେ ମାମଲା ରୁଜ୍ଜୁ କରିଥିଲେ। 

ଅପରପକ୍ଷରେ ପ୍ରେମିକାଙ୍କ ପରିବାର ମଧ୍ୟ ରାଜେଶ ବିରୋଧରେ ଝିଅକୁ ଅପହରଣ କରିଥିବା ମାମଲା ରୁଜ୍ଜୁ କରିଥିଲେ। ଦୁଇଟି ମାମଲା ଆଧାରରେ ପୋଲିସ ରାଜେଶକୁ ଖୋଜି ବାହାର କରିଥିଲା। କିନ୍ତୁ ସେତେବେଳେ ରାଜେଶ ପ୍ରେମିକାକୁ ବିବାହ କରି ସାରିଥିଲା। ପୋଲିସ ରାଜେଶକୁ ଓ ଦୁଇ ପତ୍ନୀଙ୍କୁ ଥାନାକୁ ଡାକିଥିଲା। ଥାନାରେ ଦୁଇ ପତ୍ନୀଙ୍କ ମଧ୍ୟରେ ଝଗଡା ହେବାରୁ ପୋଲିସ ଦୁଇଜଣଙ୍କ ମଧ୍ୟରେ ବୁଝାମଣା କରାଇ ସ୍ୱାମୀକୁ ଦୁଇ ସ୍ତ୍ରୀଙ୍କ ମଧ୍ୟରେ ବାଣ୍ଟି ଦେଇଥିଲା। ବର୍ତ୍ତମାନ ମାମଲା କୋର୍ଟରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.