Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଶାଶୂ-ଶ୍ୱଶୁରଙ୍କ ଦେଖାଶୁଣା କରିବାକୁ ବାଧ୍ୟ ନୁହଁନ୍ତି ବିଧବା ବୋହୂ: ବମ୍ବେ ହାଇକୋର୍ଟ

18/04/2023 at 8:37 AM

bombay high court

ମୁମ୍ବାଇ: ଶାଶୂ-ଶ୍ୱଶୁରଙ୍କ ଦେଖାଶୁଣା କରିବାକୁ ବାଧ୍ୟ ନୁହଁନ୍ତି ବିଧବା ବୋହୂ। ଏକ ମାମଲାର ଶୁଣାଣି କରି ସୋମବାର ଏହି ରାୟ ଦେଇଛନ୍ତି ବମ୍ବେ ହାଇକୋର୍ଟଙ୍କ ଔରଙ୍ଗାବାଦ ଖଣ୍ଡପୀଠ। ବିଚାରପତି କିଶୋର ସନ୍ଥଙ୍କ ନେତୃତ୍ୱାଧୀନ ଜଣିକିଆ ଖଣ୍ଡପୀଠ ୩୮ ବର୍ଷୀୟା ମହିଳା ଶୋଭା ତିଡ଼କେଙ୍କ ଦ୍ୱାରା ଦାଖଲ ପିଟିସନର ଶୁଣାଣି କରି ଏହି ରାୟ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଶୋଭାଙ୍କ ସ୍ୱାମୀ ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମରେ କାର୍ଯ୍ୟ କରୁଥିଲେ । ତାଙ୍କର ଅକାଳ ବିୟୋଗ ପରେ ଶୋଭା ମୁମ୍ବାଇସ୍ଥିତ ସରକାରୀ ଜେ.ଜେ. ହସ୍ପିଟାଲରେ ଚାକିରି ଆରମ୍ଭ କରିଥିଲେ । ଏହାପରେ ଶୋଭାଙ୍କ ଶ୍ୱଶୁର କ୍ରିଷ୍ଣାରାଓ ତିଡ଼କେ (୬୮) ଓ ଶାଶୂ କାନ୍ତାବାଈ ତିଡ଼କେ (୬୦) ନିଜର କୌଣସି ଆୟ ନ ଥିବା ଦର୍ଶାଇ ବୋହୂଙ୍କଠାରୁ ରକ୍ଷଣାବେକ୍ଷଣ ଦାବି କରିଥିଲେ ।

ଶୋଭା ନିଜ ଯୁକ୍ତିରେ ଦର୍ଶାଇଥିଲେ ଯେ ତାଙ୍କ ସ୍ୱାମୀଙ୍କ ପିତାମାତାଙ୍କର ଗ୍ରାମରେ ଜମି ଓ ଘର ରହିଛି । ଏଥିସହ କ୍ଷତିପୂରଣ ଭାବେ ସେମାନେ ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମଠାରୁ ୧.୮୮ ଲକ୍ଷ ଟଙ୍କା ପାଇଥିଲେ । ହାଇକୋର୍ଟଙ୍କ ଖଣ୍ଡପୀଠ କହିଥିଲେ ଯେ ଆବେଦନକାରୀ ମହିଳା ଶୋଭା ତିଡ଼କେ ଅନୁକମ୍ପା ଭାବେ ଚାକିରି ପାଇନାହାନ୍ତି । ତେଣୁ ସେ ଶାଶୂ ଓ ଶ୍ୱଶୁରଙ୍କ ଦେଖାଶୁଣା କରିବାକୁ ବାଧ୍ୟ ନୁହନ୍ତି ।

ସୂଚନାଯୋଗ୍ୟ, ମାମଲାରେ ପୂର୍ବରୁ ମହାରାଷ୍ଟ୍ରର ଲାଟୁର ସହରସ୍ଥିତ ନ୍ୟାୟାଧିକାରୀ ଗ୍ରାମ ନ୍ୟାୟାଳୟ (ସ୍ଥାନୀୟ କୋର୍ଟ) ପକ୍ଷରୁ ଦିଆଯାଇଥିବା ରାୟକୁ ଶୋଭା ବମ୍ବେ ହାଇକୋର୍ଟରେ ଚ୍ୟାଲେଞ୍ଜ୍‌ କରିଥିଲେ । ମୃତ ସ୍ୱାମୀଙ୍କ ପିତା ଓ ମାତାଙ୍କ ଦେଖାଶୁଣା କରିବା ଲାଗି ସ୍ଥାନୀୟ କୋର୍ଟ ଶୋଭାଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

   Related Posts