ଦୁଷ୍କର୍ମକାରୀ ହାତରେ ନାବାଳିକାକୁ ଟେକି ଦେଇଥିଲେ: ବିଧବା ମହିଳାଙ୍କ ବିରୋଧରେ ସଂଗୀନ ଅଭିଯୋଗ
31/08/2020 at 5:04 PM

ଝାରସୁଗୁଡା୩୧/୮: ବନ୍ଧା ହେଲେ ବିଧବା ମହିଳା। ନାବାଳିକାଙ୍କୁ ଅପହରଣ କରି ଯୌନ କାରବାରରେ ନିୟୋଜିତ କରିବା ଅଭିଯୋଗରେ ପୁଲିସ୍ ତାଙ୍କୁ ଗିରଫ କରିଛି। ସ୍ବାମୀଙ୍କ ମୃତ୍ୟୁ ପରେ ନିଜ ଗାଁ ଛାଡି ଅନ୍ୟ ଏକ ଗାଁରେ ଏହି ବିଧବା ମହିଳା ରହୁଥିଲେ। ସେଠାରେ ସମସ୍ତଙ୍କ ସହ ମଧୁର ସଂପର୍କ ସ୍ଥାପନ କରିବା ସହ ଆରମ୍ଭ କରି ଦେଇଥିଲେ ସେକ୍ସ କାରବାର।
ଝାରସୁଗୁଡା ଜିଲ୍ଲା ସଦର ବ୍ଲକର ଅଞ୍ଚଳର ଜଣେ୧୪ ବର୍ଷର ନାବାଳିକାକୁ ମହିଳା ଜଣକ ଅପହରଣ କରି ନେଇଥିଲା। ଅପହରଣର କିଛିଦିନ ପରେ ପୁଲିସ୍ ଉକ୍ତ ନାବାଳିକାଙ୍କୁ ଉଦ୍ଧାର କରିବା ସହ ସେକ୍ସ କାରବାରରେ ସଂପୃକ୍ତ ବିଧବା ମହିଳାଙ୍କୁ ଗିରଫ କରିଥିଲା। ଉଦ୍ଧାର ପରେ ପୀଡିତା ଯାହା ବୟାନ ଦେଇଥିଲେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା। ତାଙ୍କୁ ଅପହରଣ କରି ଜଣେ ଯୁବକଙ୍କ ପାଖରେ ଛାଡି ଦେଇ ଆସିଥିଲେ।
ଏହା ପରେ ଦୀର୍ଘ ୩ ଦିନ ଧରି ଦୁଷ୍କର୍ମର ଶିକାର ହୋଇଥିଲା ପୀଡିତା। ସ୍ଥାନୀୟ ବିଟିଏମ୍ ଫାଣ୍ଡିରେ ପୀଡିତାଙ୍କ ପରିବାର ଲୋକେ ଏତଲା ଦେବାପରେ ଅଭିଯୁକ୍ତ ଯୁବକ ଏବଂ ସଂପୃକ୍ତ ମହିଳାଙ୍କୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ମିଳିଥିବା ସୂଚନା ଅନୁସାରେ ସେହି ବିଧବା ମହିଳାଙ୍କ ନାଁ ବୀଣାପାଣି ଧାରୁଆ ଏବଂ ତାଙ୍କ ଘର କୁଚିଣ୍ଡା। ପୀଡିତାଙ୍କ କହିବା ଅନୁସାରେ ସେକ୍ସ କାରବାରରେ ବୀଣାପଣିଙ୍କ ଚେର ବହୁତ ଲମ୍ବିଛି। ଆବଶ୍ୟକ ପଡିଲେ, ବୀଣାପାଣିକୁ ରିମାଣ୍ଡରେ ଆଣିବ ବୋଲି ପୁଲିସ୍ କହିଛି।