ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ଲଣ୍ଡନ  ହୋଟେଲ୍‌ରୁ କ୍ୟାସ୍ ଏବଂ କାର୍ଡ ସହ ଚୋରି ହେଲା ଓ୍ଵିକେଟ୍ କିପର ତାନିଆ ଭାଟିଆଙ୍କ ବ୍ୟାଗ୍, ଟୁଇଟ୍ କରି ଜଣାଇଲେ ଦୁଃଖ

26/09/2022 at 8:19 PM

ନୂଆଦିଲ୍ଲୀ: ଇଂଲଣ୍ଡରେ ଦିନିକିଆ ସିରିଜ୍ ୩-୦ରେ କ୍ଲିନ ସୁଇପ୍ କରିବା ପରେ ସ୍ଵଦେଶ ଫେରିଛନ୍ତି ଭାରତୀୟ ମହିଳା କ୍ରିକେଟ୍‌ ଦଳ। ଭାରତ ପହଞ୍ଚିବା ପରେ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ଦଳର ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ତାନିଆ ଭାଟିଆ । ସେ ଅଭିଯୋଗ କରିଛନ୍ତି ଯେ, ଲଣ୍ଡନରେ ଯେଉଁ କୋଠରୀରେ ସେ ରହୁଥିଲେ, ସେଠାରେ ତାଙ୍କର ବ୍ୟାଗ୍ କେହି ଚୋରି କରି ନେଇ ଯାଇଛି। ବ୍ୟାଗ୍‌ରେ ନଗଦ ସହ କାର୍ଡ, ଘଣ୍ଟା ଏବଂ ଅଳଙ୍କାର ପରି ଅନେକ ମୂଲ୍ୟବାନ ସାମଗ୍ରୀ ଥିଲା। ଏହି ଘଟଣା ଲଣ୍ଡରନ ମେରିୟଟ ହୋଟେଲ୍‌ର କୋଠରୀରେ ଘଟିଥିବା ଭାଟିଆ କହିଛନ୍ତି।

ତାନିଆ ଟୁଇଟ୍ କରି ଲେଖିଛନ୍ତି, ମେରିୟଟ ହୋଟେଲ୍ କର୍ତ୍ତୃପକ୍ଷଙ୍କ ଆଭିମୁଖ୍ୟରେ ମୁଁ ଚକିତ ଏବଂ ନିରାଶ। କୋଠରୀରୁ କ୍ୟାସ୍, କାର୍ଡ, ଘଣ୍ଟା ଏବଂ ଅଳଙ୍କାର ଭର୍ତ୍ତି ବ୍ୟାଗ ଚୋରି ହୋଇ ଯାଇଛି। ମେରିୟଟ ହୋଟେଲ୍‌ରେ କୌଣସି ବ୍ୟବସ୍ଥା ନାହିଁ। ମାମଲାରେ ତୁରନ୍ତ ଯାଞ୍ଚ ଏବଂ ସମାଧାନର ଆଶା କରୁଛି। ଇଂଲଣ୍ଡ କ୍ରିକେଟ୍ ବୋର୍ଡର ମନ ପସନ୍ଦର ହୋଟେଲ୍‌ରେ ଏହି ଧରଣର ଘଟଣା ଆଶ୍ଚର୍ଯ୍ୟ ଲାଗୁଛି। ଆଶା କରୁଛି ଇଂଲଣ୍ଡ ବୋର୍ଡ ଏବଂ  ହୋଟେଲ୍ କର୍ତ୍ତୃପକ୍ଷ ମାମଲା ବିଷୟରେ ପଚାରି ବୁଝିବେ।

ଏହି ଘଟଣାରେ ମେରିୟଟ ହୋଟେଲ୍ ଟୁଇଟ୍ କରି ଏକ ବୟାନ ଜାରି କରିଛି। ହୋଟେଲ୍ କର୍ତ୍ତୃପକ୍ଷ କହିଛନ୍ତି, ହାଏ ତାନିଆ, ଏହି ଖବର ଶୁଣି ଆମେ ଦୁଃଖିତ। ଦୟା କରି ଆପଣଙ୍କ ନିଜ ନାମ ଇମେଲ୍ ଏବଂ ଠିକଣା ପଠାଇ ଦିଅନ୍ତୁ। ହୋଟେଲ୍‌ରେ ରହିବାର ଠିକ୍ ତାରିଖ ଜଣାଇ ଦିଅନ୍ତୁ, ଯଦ୍ଵାରା ଆମେ ମାମଲାର ପରବର୍ତ୍ତୀ ତଦନ୍ତ କରି ପାରିବୁ।

ତାନିଆ ଇଂଲଣ୍ଡ ଗସ୍ତରେ ଭାରତୀୟ  ଟି-୨୦ ଏବଂ ଦିନିକିଆ ଦଳର ଅଂଶ ଥିଲେ। ମାତ୍ର ତାଙ୍କୁ ଗୋଟିଏ ହେଲେ ମ୍ୟାଚ୍‌ରେ ଖେଳିବାକୁ ସୁଯୋଗ ମିଳିନଥିଲା। ଟି-୨୦ ମୁକାବିଲାରେ ଋଚା ଘୋଷ ଓ୍ଵିକେଟ୍ କିପିଂ ଦାୟିତ୍ଵ ସମ୍ଭାଳିଥିବା ବେଳେ ୟାସ୍ତିକା ଭାଟିଆ ଦିନିକିଆରେ ଓ୍ଵିକେଟ୍ କିପିଂ କରିଥିଲେ। ତାନିଆଙ୍କୁ ଆଗାମୀ ୨୦୨୨ ଏସିଆ କପ୍‌ ଲାଗି ଭାରତୀୟ ଦଳରେ ରିଜର୍ଭ ଖେଳାଳି ଭାବେ ରଖାଯାଇଛି।

   Related Posts