ଶୀତଦିନେ ପ୍ରତିଦିନ ଖାଆନ୍ତୁ ୫ଟି ଖଜୁରୀ : ୧୫ଦିନରେ ମିଳିବ ସୁଫଳ

Published By : Prameya-News7 Bureau | December 10, 2018 IST

ଶୀତଦିନେ ଖାଇବା ପିଇବାରେ ଅଧିକ ଧ୍ୟାନ ରଖିବାକୁ ପଡ଼ିଥାଏ। ଛୋଟ ଛୁଆଏବଂ ବୟସ୍କ ଲୋକମାନଙ୍କର ଅଧିକ ଦେଖାଶୁଣା କରିବାକୁ ପଡ଼ିଥାଏ। ଥଣ୍ଡା,କାଶ,ଜ୍ବର,ଗଳା ସଂକ୍ରମଣଆଦି ସାଧାରଣ ସମସ୍ୟା ଦେଖାଯାଇଥାଏ। ଏଥିପାଇଁ ଗରମ ତତ୍ତ୍ବ ଥିବା  ଜିନିଷ ଖାଇବା ଉଚିତ୍। ଏଥିପାଇଁ ଖଜୁରୀ ଏବଂ ଶୁଖିଲା ଖଜୁରୀସବୁଠୁ ଉତ୍କୃଷ୍ଟ  ଫଳ ଅଟେ। ଏଗୁଡ଼ିକରେ ଉଷ୍ମ ତତ୍ତ୍ବଥିବାରୁ ଏହା ଶରୀରକୁ ସୁସ୍ଥ ଏବଂ ମଜବୁତ ରଖିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଶୀତଦିନେପ୍ରତିଦିନ କେବଳ ୫ଟି ଖଜୁରୀ ଖାଇଲେ ୧୫ଦିନରେ ସୁଫଳ ମିଳିଥାଏ।

wp:gallery {"ids":[62590]} /wp:gallery

୧. ଖଜୁରୀ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ଯାହା ଦ୍ବାରାଶୀତଦିନେ ଜ୍ବର ,ଥଣ୍ଡା ହେବ ନାହିଁ। ଏହା ଶ୍ବାସ ରୋଗ ପାଇଁ ମଧ୍ୟ ସର୍ବୋତ୍କୃଷ୍ଟ। ଯଦି ଆପଣଙ୍କୁଥଣ୍ଡା କାଶ ହୋଇଥାଏ ତେବେ ଗୋଟିଏ ଗିଲାସ କ୍ଷୀରରେ ୫/୬ଟି ଖଜୁରୀ ପକାଇ ସେଥିରେ ୫ଟି ଗୋଲମରିଚଦାନା,ଗୋଟିଏ ଅଳେଇଚ ଏବଂ ଗୋଟିଏ ଚାମଚ ଘିଅ ପକାଇ ଭଲଭାବେ ଫୁଟାଇଦିଅନ୍ତୁ। ଏହାକୁ ରାତିରେ ଶୋଇବାପୂର୍ବରୁ ପିଇଲେ ଥଣ୍ଡା କାଶରୁ ମୁକ୍ତି ମିଳିଥାଏ। ଶ୍ବାସ ରୋଗରେ ଶୁଣ୍ଠି ଚୂର୍ଣ୍ଣରେ ଖଜୁରୀ ମିଶାଇପାଣି ସହ ପିଇଲେ ଲାଭ ମିଳିଥାଏ।

wp:gallery {"ids":[62593]} /wp:gallery

୨.ଖଜୁରୀରେ ଫାଇବର,ପ୍ରୋଟିନ୍ ଅଧିକ ମାତ୍ରାରଳେ ରହିଥାଏ ଯାହା ଦ୍ବାରାକୋଷ୍ଠକାଠିନ୍ୟର ସମସ୍ୟା ଦୂର ହୋଇଥାଏ। ରାତିରେ ଶୋଇବା ପୂର୍ବରୁ କିଛି ଖଜୁରୀ ପାଣିରେ ବତୁରାଇଦିଅନ୍ତୁ ଏବଂ ସକାଳେ ଉଠି ଖାଆନ୍ତୁ। ଖଜୁରୀ ଖାଇବା ଦ୍ବାରା ସ୍ଥଳାନ୍ତ୍ରକୁ ବଳ ଏବଂ ଶରୀରକୁ ଫୂର୍ତ୍ତିମିଳିଥାଏ। ଏହା ଛଡ଼ା ଖଜୁରୀରେ ଥିବା ବିଶିଷ୍ଟ ତତ୍ତ୍ବ ଏପରି ଜୀବାଣୁକୁ ଜନ୍ମ ଦେଇଥାନ୍ତି ଯେଉଁଗୁଡ଼ିକସ୍ଥଳାନ୍ତ୍ରକୁ ଅଧିକ ଶକ୍ତିଶାଳୀ ଏବଂ ସକ୍ରିୟ କରିଥାନ୍ତି।

wp:gallery {"ids":[62595]} /wp:gallery

୩.ଖଜୁରୀ ରକ୍ତର ଅଭାବକୁ ଦୂର କରିଥାଏ। ରକ୍ତର ଅଭାବ ଥିଲେ ରାତିରେଖଜୁରୀ ବତୁରାଇ ସକାଳେ କ୍ଷୀର କିମ୍ବା ଘିଅ ସହିତ ଖାଆନ୍ତୁ । ଖଜୁରୀ ଖାଇଲେ କମ୍ ରକ୍ତଚାପ ଥିବାସମସ୍ୟାରୁ ମୁକ୍ତି ମିଳିଥାଏ। ଏଥିପାଇଁ ୩/୪ଟି ଖଜୁରୀ ଗରମ ପାଣିରେ ଧୋଇ ଗାଇ କ୍ଷୀର ସହ ଫୁଟାଇଦିଅନ୍ତୁ। ଫୁଟାକ୍ଷୀରକୁ ସକାଳେ ସନ୍ଧ୍ୟାରେ ପିଇବା ଦ୍ବାରା ଲାଭ ମିଳିଥାଏ।

wp:gallery {"ids":[62596]} /wp:gallery

୪.ଖଜୁରୀରେ କ୍ୟାଲସିୟମ୍ ପ୍ରଚୁର ପରିମାଣରେ ରହିଥାଏ। ନିୟମିତ ଭାବେଖଜୁରୀ ଖାଇଲେ କ୍ୟାଲସିୟମର ଅଭାବ ଦୂର ହୋଇଥାଏ। ଖଜୁରୀ ହେମୋଗ୍ଲୋବିନ୍ ବଢ଼ାଇଥାଏ। ଗର୍ଭବତୀମହିଳାଙ୍କ ପାଇଁଲୈାହ,କ୍ୟାଲସିୟମ୍,ମ୍ୟାଗ୍ନେସିୟମ୍,ଫସଫରସ୍  ଏବଂ ସେଲିନିୟମରେ ଗଢ଼ା ଖଜୁରୀ ଲାଭଦାୟକ ହୋଇଥାଏ।

wp:gallery {"ids":[62597]} /wp:gallery

୫.ଶୀତଦିନେ ଆର୍ଥରାଇଟିସର ଯନ୍ତ୍ରଣା ଅସହ୍ୟ ହୋଇଥାଏ। ଖଜୁରୀ ଖାଇଲେଏଥିରୁ ମୁକ୍ତି ମିଳିଥାଏ। ପକ୍ଷାଘାତ ଏବଂ ଛାତି ଯନ୍ତ୍ରଣାରୁ ମଧ୍ୟ ଏହା ମୁକ୍ତି ଦେଇଥାଏ।

୬. ଭୋକ ବଢ଼ାଇବା ପାଇଁ ଶୁଖିଲା ଖଜୁରୀ କ୍ଷୀରରେ ଭାଜନ୍ତୁ। କିଛିସମୟ ଭଜା ହେବା ପରେ ଏହାକୁ ବାଟି ଦିଅନ୍ତୁ। ଏହି କ୍ଷୀର ପୁଷ୍ଟିସାରଯୁକ୍ତ ହୋଇଥାଏ। ଏହା ଦ୍ବାରାଭୋକ ହୋଇଥାଏ ଏବଂ ଖାଦ୍ୟ ମଧ୍ୟ ଶୀଘ୍ର ହଜମ ହୋଇଥାଏ।

୭.ଯଦି ଆପଣ ପତଳା ଏବଂ ଟିକେ ମୋଟା ହେବାକୁ ଚାହୁଁଛନ୍ତି ତେବେ ଶୁଖିଲାଖଜୁରୀ ଲାଭଦାୟକ।

୮.ଖଜୁରୀ ଖାଇବା ଦ୍ବାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରି ଯାଇଥାଏଏବଂ ତ୍ବଚାର ଚମକ ବଢ଼ିଥାଏ।

୯.ଏଥିରେ ପେଣ୍ଟୋଥେନିକ୍ ଏସିଡ ରହିଥାଏ ଯାହା ଦ୍ବାରା ମୃତ କୋଷଗୁଡ଼ିକବାହାରିଯାଇଥାଏ ଏବଂ ତ୍ବଚାର ଚମକ ବଢ଼ିଥାଏ।

୧୦.ଖଜୁରୀରେ ଭିଟାମିନ୍ ସି ରହିଥାଏ ଯାହା ଦ୍ବାରା ତ୍ବଚା ଦୃଢ଼ ହୋଇଚର୍ମକୁଞ୍ଚନ ଦୂର ହୋଇଥାଏ।

   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.