ସ୍ବାସ୍ଥ୍ୟ ପାଇଁ ବେଶ୍‌ ହିତକାରୀ ପୋସ୍ତକ, ଜାଣନ୍ତୁ ଏହାର ଗୁଣ ବିଷୟରେ...

Published By : Prameya-News7 Bureau | April 12, 2024 IST

ନୂଆଦିଲ୍ଲୀ ୧୨।୦୪: ରୋଷେଇ ଘରେ ବ୍ୟବହୃତ ହେଉଥିବା ମସଲା କେବଳ ସ୍ୱାଦ ବଢ଼ାଇ ନଥାଏ । ବରଂ ଶରୀର ପାଇଁ ମଧ୍ୟ ବେଶ୍‌ ସ୍ୱାସ୍ଥ୍ୟପ୍ରଦ । ଯେମିତିକି ପୋସ୍ତକ । ଏହା ଅଧିକ ମହଙ୍ଗା ହୋଇଥିବାରୁ ଖୁବ୍‌ କମ୍‌ ଲୋକ ଏହାକୁ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରିଥାନ୍ତି । 

ଏହା ପାଚନ ତନ୍ତ୍ରଠାରୁ ଆରମ୍ଭ କରି ହାଡ଼ ଯାଏ ପ୍ରାୟ ସବୁ ଅଙ୍ଗପ୍ରତ୍ୟଙ୍ଗ ପାଇଁ ଲାଭଦାୟକ । ଏହାକୁ ମିଠା ଓ ଲୁଣିଆ ବ୍ୟଞ୍ଜନ ପ୍ରସ୍ତୁତିରେ ବ୍ୟବହାର କରିପାରିବେ । ଏହା ଫାଇବର, ପ୍ରୋଟିନ୍‌, କପର୍‌, ଓମେଗା-୩, ଫ୍ୟାଟି ଏସିଡ୍‌, କ୍ୟାଲସିୟମ୍‌, ମାଙ୍ଗାନିଜ୍‌ ଓ ଥାୟମିନ୍‌ ଆଦି ତତ୍ତ୍ୱରେ ଭରପୂର । 

ପୋଟାସିୟମ୍‌ରେ ଭରା ପୋସ୍ତକ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରିତ କରିବା ସହ ହୃଦ୍ଜନିତ ରୋଗକୁ କମ୍‌ କରିଥାଏ । କ୍ୟାଲସିୟମ୍‌ରେ ଭରା ପୋସ୍ତକ ହାଡ଼ ଓ ଦାନ୍ତ ପାଇଁ ବେଶ୍‌ ଲାଭଦାୟକ । ଫାଇବରର ପ୍ରମୁଖ ସ୍ରୋତ ହେଉଛି ପୋସ୍ତକ । 

ଏହା କୋଷ୍ଠକାଠିନ୍ୟ ପରି ସମସ୍ୟାକୁ ରୋକିବା ସହ ମଳତ୍ୟାଗକୁ ସହଜ କରିଥାଏ । ପେଟଜନିତ ସମସ୍ୟା ଥିଲେ ପୋସ୍ତକକୁ ଡାଏଟ୍‌ରେ ସାମିଲ୍‌ କରନ୍ତୁ । ପୋସ୍ତକ ଅନେକ ପ୍ରକାରର ଶରୀର ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.