WTC Tournament : ଇଂଲଣ୍ଡରେ କାହିଁକି ଖେଳାଯାଏ ଫାଇନାଲ ମ୍ୟାଚ୍‌ ?

Published By : Prameya-News7 Bureau | June 10, 2023 IST

ଇଂଲଣ୍ଡ ୧୦।୦୬ : ଚାଲିଛି ବିଶ୍ୱ ଟେଷ୍ଟ ଚମ୍ପିଆନ୍ସିପ୍ ଫାଇନାଲ ମ୍ୟାଚ୍ । ଦୁଲୁକୁଛି ଇଂଲଣ୍ଡର ଓଭାଲ ଗ୍ରାଉଣ୍ଡ । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଛି ଟକ୍କର । ମୈଦାନରେ ଦମ୍ ଦେଖାଉଛନ୍ତି ଦୁଇ ଟିମ୍ । WTCର ଏହା ୨ୟ ସଂସ୍କରଣ । ଇଂଲଣ୍ଡର ସାଉଥ ଆମ୍ଫଟନରେ ହୋଇଥିଲା ପ୍ରଥମ ସଂସ୍କରଣ । ଆଉ ଏବେ ଇଂଲଣ୍ଡର ଓଭାଲ ଗ୍ରାଉଣ୍ଡରେ ଚାଲିଛି ୨ୟ ସଂସ୍କରଣ । ୨୦୨୫ରେ ବି ଲଡ୍ସ ଗ୍ରାଉଣ୍ଡରେ ଖେଳାଯିବ WTC ଫାଇନାଲ୍ । ହେଲେ ଇଂଲଣ୍ଡରେ କାହିଁକି ଖେଳାଯାଏ ବିଶ୍ୱ ଟେଷ୍ଟ ଚମ୍ପିଆନ୍ସିପ୍ । 

wp:html /wp:html

ଆଇସିସିର ଜଣେ ବରିଷ୍ଠ ଅଧିକାରୀଙ୍କ ମତରେ, ଦୁଇ ବର୍ଷ ଧରି ଚାଲିଥାଏ ଏହି ଟୁର୍ଣ୍ଣାମେଣ୍ଟ । ବିଶ୍ୱ ଟେଷ୍ଟ ଚମ୍ପିଆନ୍ସିପ ଫାଇନାଲ ପାଇଁ ଧାର୍ଯ୍ୟ ହୁଏ ନିର୍ଦ୍ଧିଷ୍ଟ ତାରିଖ । ଯାହା ଜୁନ୍ ମାସରେ ପଡିଥାଏ । ଏହି ସମୟରେ ଇଂଲଣ୍ଡ ଅପେକ୍ଷା ଅନ୍ୟ ଦେଶମାନଙ୍କରେ ପାଣିପାଗ ସଠିକ୍ ରହିନଥାଏ । ଇଂଲଣ୍ଡରେ ମେ’ରୁ ଅଗଷ୍ଟ ମାସ ଯାଏ ହୁଏ କମ୍ ବର୍ଷା । ତେଣୁ WTC ଫାଇନାଲ୍ ପାଇଁ ଇଂଲଣ୍ଡ ସାଜିଥାଏ ପରଫେକ୍ଟ ଭେନ୍ୟୁ । ଏହାବ୍ୟତୀତ ଆଉ ଏକ କାରଣ ମଧ୍ୟ ରହିଛି ଟୁରିଷ୍ଟ । ଏହି ସମୟରେ ଇଂଲଣ୍ଡକୁ ଅଧିକ ମାତ୍ରାରେ ଟୁରିଷ୍ଟ ବି ଆସିଥାନ୍ତି । ଯାହାଫଳରେ ଫାଇନାଲ ମ୍ୟାଚ୍‌ରେ ଟିକେଟ୍ ଅଧିକ ବିକ୍ରି ହୁଏ । ଏଥିରୁ ଆଇସିସିକୁ ଭଲ ରେଭେନ୍ୟୁ ମିଳେ ।

wp:embed {"url":"https://www.prameyanews7.com/ponting-prediction-on-ajinkya-rahanes-test-future/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ponting-prediction-on-ajinkya-rahanes-test-future/
/wp:embed

୨୦୧୯ରେ ଆଇସିସି ଆରମ୍ଭ କରିଥିଲା ବିଶ୍ୱ ଟେଷ୍ଟ ଚମ୍ପିଆନ୍ସିପ ।ଏହି ଟୁର୍ଣ୍ଣାମେଣ୍ଟରେ ଦୁଇ ବର୍ଷ ଧରି ବିଶ୍ୱ କ୍ରିକେଟର ସମସ୍ତ ଟିମ୍‌କୁ ନେଇ ଟେଷ୍ଟ ମ୍ୟାଚର ଏକ ସିଡ୍ୟୁଲ୍ ପ୍ରସ୍ତୁତ ହୁଏ । ସେହି ଅନୁସାରେ ସମସ୍ତ ଟିମ୍ ଟେଷ୍ଟ ମ୍ୟାଚ୍ ଖେଳିଥାନ୍ତି । ଶେଷକୁ ଏହି ଟୁର୍ଣ୍ଣାମେଣ୍ଟର ଦୁଇ ଶ୍ରେଷ୍ଠ ଟିମ୍ ମଧ୍ୟରେ ଖେଳାଯାଏ ଫାଇନାଲ ମ୍ୟାଚ୍। ୨୦୨୧ରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିଲା WTC ଫାଇନାଲ୍ ମ୍ୟାଚ୍ । ଭାରତକୁ ପରାସ୍ତ କରି ଚମ୍ପିଆନ୍ ହୋଇଥିଲା ନ୍ୟୁଜିଲାଣ୍ଡ । ଆଉ ଏବେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଛି WTC ୨ୟ ସଂସ୍କରଣର ଫାଇନାଲ ମ୍ୟାଚ୍ । ଏହାପରେ ୨୦୨୫ରେ ଖେଳାଯିବ ତୃତୀୟ ସଂସ୍କରଣ  ।

You Can Read :

wp:embed {"url":"https://www.prameyanews7.com/amarnath-yatra-preparations-amit-shah-review-meeting-insurance-for-every-pilgrim-rfid-card-health-checkup/","type":"wp-embed","providerNameSlug":"prameya-news-7"}
https://www.prameyanews7.com/amarnath-yatra-preparations-amit-shah-review-meeting-insurance-for-every-pilgrim-rfid-card-health-checkup/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.