ନୂଆଦିଲ୍ଲୀ ୧୪।୦୪: ମହିଳା ହୁଅନ୍ତୁ କିମ୍ବା ଝିଅ ହାତରେ ଚୁଡି଼ ପିନ୍ଧିଥିବା ସମସ୍ତେ ଦେଖିଥିବେ । କେତେକ ନିଦ୍ଧିଷ୍ଟ ଧର୍ମକୁ ଛାଡ଼ିଦେଲେ ପ୍ରାୟ ସବୁ ଧର୍ମର ମହିଳାମାନେ ଚୁଡ଼ି ପିନ୍ଧିବାର ପରମ୍ପରା ରହିଛି । ଅନେକ ସମୟରେ ମହିଳାମାନଙ୍କ ହାତରେ ଚୁଡ଼ି ସହ ସେଫଟି ପିନ ଥିବାର ଦେଖିଥିବେ । ଏହାର କାରଣ କଣ ? ଏହା ପଛରେ କିଛି ନିର୍ଦ୍ଦିଷ୍ଟ କାରଣ ମଧ୍ୟ ରହିଛି । ଆସନ୍ତୁ ଜାଣିବା...
ସେଫଟି ପିନ୍ ଏକ ଗୁରୁତ୍ୱପୂର୍ଣ୍ଣ ଜିନିଷ । ପ୍ରାୟ ସମୟରେ ଏହାର ଆବଶ୍ୟକ ପଡିଥାଏ । ଯେହେତୁ ମହିଳାମାନେ ଶାଢ଼ୀ କିମ୍ବା ସାଲୱାର ପିନ୍ଧନ୍ତି, ତେଣୁ କାନି ବା ଓଢଣୀରେ ଲଗାଇବା ବେଳେ ଏହା କାମରେ ଆସିଥାଏ । ଚୁଡ଼ିରେ ସେଫଟି ଲଗାଇ ରଖିବାର ଏହା ଏକ କାରଣ ହୋଇପାରେ ।
କିନ୍ତୁ ଆପଣ ଜାଣିଛନ୍ତି କି ଚୁ଼ଡ଼ିରେ ପିନ୍ ଲଗାଇ ରଖିବାକୁ ମନା କରାଯାଇଛି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପିନ୍ ଲୁହାରେ ନିର୍ମିତ ଓ ଏହାର ଶନିଦେବଙ୍କ ସହ ସମ୍ୱନ୍ଧ ରହିଛି । ତେଣୁ, ଯଦି ଗୋଟିଏ ପିନ୍ ରଖୁଛନ୍ତି, ତେବେ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଝଗଡା ହୋଇପାରେ ।