କେତେବେଳେ ଆହତ ତ ଆଉ କେତେବେଳେ ବିଶ୍ରାମ, ରୋହିତ ଶର୍ମାଙ୍କ ଅଧିନାୟକତ୍ଵ ନେଇ ଉଠିଲା ପ୍ରଶ୍ନ

Published By : Prameya-News7 Bureau | July 06, 2022 IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଜାତୀୟ ଚୟନକର୍ତ୍ତା ବୁଧବାର ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛନ୍ତି। ଶିଖର ଧାଓ୍ଵନଙ୍କୁ ଦଳର ଅଧିନାୟକ କରାଯାଇଛି। ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମରା, ମହମ୍ମଦ ଶାମି ଏବଂ ଋଷଭ ପନ୍ତଙ୍କୁ ବିଶ୍ରାମ ଦିଆଯାଇଛି। ତେବେ ରୋହିତଙ୍କୁ ପୁଣି ଥରେ ବିଶ୍ରାମ ଦିଆଯିବାକୁ ସହଜେ ଗ୍ରହଣ କରି ପାରି ନାହାନ୍ତି କ୍ରିକେଟ୍ ପ୍ରଶଂସକ। ଅନେକ ପ୍ରଶଂସକ ଟୁଇଟ୍ କରି ରୋହିତଙ୍କୁ କାହିଁକି ଅଧିନାୟକ କରାଯାଇଛି ବୋଲି ପ୍ରଶ୍ନ କରିଛନ୍ତି। କେତେବେଳେ ସେ ବିଶ୍ରାମ ନେଉଛନ୍ତି ତ ଆଉ କେତେବେଳେ ସେ ଆହତ ହେଉଛନ୍ତି।

ରୋହିତଙ୍କୁ ଆଇସିସି ଟି-୨୦ ବିଶ୍ଵ କପ୍ ପରେ ରୋହିତ ଶର୍ମାଙ୍କୁ ପର୍ଯ୍ୟାୟକ୍ରମେ ତିନି ଫର୍ମାଟ୍‌ର ନିୟମିତ ଅଧିନାୟକ କରାଯାଇଛି। ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ତାଙ୍କୁ ଦିନିକିଆ ଦଳର ଅଧିନାୟକ କରାଯାଇଥିଲା। ହେଲେ ଆହତ କାରଣରୁ ସେ ଦକ୍ଷିଣ ଆଫ୍ରିକା ଗସ୍ତ କରି ପାରିନଥିଲେ। ପୁଣି କରୋନା ପଜିଟିଭ୍ ଯୋଗୁଁ ସେ ଏଜବାଷ୍ଟନ ଟେଷ୍ଟ ଖେଳି ପାରିନଥିଲେ। ରୋହିତ କେବେ ଆହତ ଯୋଗୁଁ ତ କେତେବେଳେ କରୋନା ଆଉ କେବେ ବିଶ୍ରାମ କାରଣରୁ ଦଳରୁ ନିୟମିତ ବାହାରେ ରହୁଛନ୍ତି। ତେଣୁ ପ୍ରଶଂସକ ଏହି ପରି ପ୍ରଶ୍ନ କରିବା ମଧ୍ୟ ସ୍ଵାଭାବିକ।

{"id":652565,"sizeSlug":"full","linkDestination":"none"}

ଏବେ ବିସିସିଆଇରେ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯିବା ଏକ ଟ୍ରେଣ୍ଡରେ ପରିଣତ ହୋଇ ସାରିଛି। ଆସନ୍ତା ବର୍ଷ ଦିନିକିଆ ବିଶ୍ଵ କପ୍ ହେବାକୁ ଯାଉଛି। ଦିନିକିଆ ସିରିଜରେ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯିବାର ଯଥାର୍ଥତା କଣ ରହିଛି ବୋଲି ପ୍ରଶଂସକ ପ୍ରଶ୍ନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.