ନୂଆଦିଲ୍ଲୀ ୦୨।୦୩: ଦେଶର ସବୁଠାରୁ ବଡ ଶିଳ୍ପପତି ମୁକେଶ ଅମ୍ବାନୀ। ବର୍ତ୍ତମାନ ସେ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ପାଇଁ ପ୍ରସ୍ତୁତି ଚାଲିଛି। ମାର୍ଚ୍ଚ ୧ରୁ ୩ ଯାଏଁ ବିବାହର ପ୍ରି-ୱେଡିଂ କରାଯାଉଛି । କହିବାକୁ ଗଲେ ବିବାହ ଜୁଲାଇ ମାସରେ ହେବ । ବିବାହ ପୂର୍ବର ରୀତିନୀତିର ପ୍ରଥମ ଦିନ ଖୁବ୍ ଜୋରଦାର ରହିଥିଲା । ବର୍ତ୍ତମାନ ଦ୍ୱିତୀୟ ଦିନ ପାଇଁ ପ୍ରସ୍ତୁତି ଚାଲିଛି । ଏହି କାର୍ଯ୍ୟରେ ବଲିଉଡ ତାରକାମାନେ ମଧ୍ୟ ଉତ୍ସାହର ସହିତ ଅଂଶଗ୍ରହଣ କରୁଛନ୍ତି । ଏସବୁ ଇଶା ଅମ୍ବାନୀଙ୍କ ବିବାହରେ ମଧ୍ୟ ଦେଖିବାକୁ ମିଳିଥିଲା । ଏତିକି ହିଁ ନୁହେଁ ବଲିଉଡର କେତେ ବଡ ତାରକା ଅତିଥିମାନଙ୍କୁ ସର୍ଭ କରୁଥିବାର ନଜର ଆସିଥିଲେ । ଏହାକୁ ନେଇ ଅଭିଷେକ ବଚ୍ଚନ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି।

ଇଶା ଅମ୍ବାନୀ ୨୦୧୮ରେ ଆନନ୍ଦ ପିରାମଲଙ୍କୁ ବିବାହ କରିଥିଲେ । ବିବାହ ସମୟରେ ଦୁହିଙ୍କ ଫଟୋ ଏବଂ ଭିଡିଓ ଖୁବ୍ ଭାଇରାଲ ହୋଇଥିଲା। ବଲିଉଡ ଇଣ୍ଡଷ୍ଟ୍ରିର ଭେଟେରାନ ଅଭିନେତାଙ୍କ ସମେତ ଅନେକ ଅତିଥି ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ। ଏଥିରେ ଅମିତାଭ ବଚ୍ଚନ, ଶାହାରୁଖ ଖାନ ଏବଂ ଅମୀର ଖାନଙ୍କ ଭଳି ତାରକା ଅତିଥିମାନଙ୍କୁ ନିଜ ହାତରେ ଖାଦ୍ୟ ପରିବେଷଣ କରୁଥିବା ଦେଖିବାକୁ ମିଳିଥିଲା। ଭିଡିଓ ଗୁଡିକ ଭାଇରାଲ ହେବା ପରେ ପ୍ରଶଂସକମାନେ ଏହାକୁ ନେଇ ବହୁତ ପ୍ରତିକ୍ରିୟା ପ୍ରକାଶ କରିଥିଲେ କି ଏତେ ବଡ଼ ତାରକା ହୋଇ କିପରି ଅତିଥିମାନଙ୍କୁ ଖାଦ୍ୟ ପରିବେଷଣ କରୁଥିଲେ । ଅଭିଷେକ ସୋସିଆଲ ମିଡିଆ ଜରିଆରେ ଏ ବିଷୟରେ ସ୍ପଷ୍ଟୀକରଣ କରିଥିଲେ କି- 'ଏହା ଏକ ପରମ୍ପରା ଯାହା ସଜନ ଘୋଟ ନାମରେ ଜଣାଶୁଣା । ଏହି ପରମ୍ପରାରେ କନ୍ୟାର ପରିବାର ଲୋକେ ବରର ପରିବାରକୁ ଖାଦ୍ୟ ପରିବେଷଣ କରନ୍ତି। 'ଅଭିଷେକଙ୍କ ଏହି ପ୍ରତିକ୍ରିୟା ପରେ ଲୋକମାନେ ସ୍ପଷ୍ଟ ହୋଇଯାଇଥିଲେ ତାରକାମାନେ କାହିଁକି ଖାଦ୍ୟ ପରିବେଷଣ କରିଥିଲେ ।
ଅନନ୍ତ ଅମ୍ବାନୀଙ୍କ ବିବାହ ବିଷୟରେ କହିବାକୁ ଗଲେ ସେ ୧୨ ଜୁଲାଇ ୨୦୨୪ରେ ରାଧିକା ମର୍ଚାଣ୍ଟଙ୍କ ସହ ସାତ ଫେରା ନେବେ। କିନ୍ତୁ ବିବାହ ପୂର୍ବରୁ ଏହି ସମସ୍ତ କାର୍ଯ୍ୟଗୁଡ଼ିକ ପ୍ରଥମେ ରଖାଯାଇଛି । ୧-୩ ମାର୍ଚ୍ଚ ଗୁଜୁରାଟର ଜାମନଗରରେ ପୂର୍ବ ବିବାହ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ବର୍ତ୍ତମାନ ଫଙ୍କସନ୍ ଗୁଡିକରୁ ଫଟୋ ଏବଂ ଭିଡିଓ ମଧ୍ୟ ଆସୁଛି ।
wp:embed {"url":"https://www.prameyanews7.com/rihanna-left-from-jamnagar-after-attending-radhika-and-anant-pre-wedding/","type":"wp-embed","providerNameSlug":"prameya-news-7"}