scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସିଡନୀ ଗ୍ରାଉଣ୍ଡରେ ଖେଳିବାକୁ କାହିଁକି ଡରୁଛନ୍ତି ବିରାଟ ? ଏହା ହେଉଛି କାରଣ…

28/11/2020 at 11:58 AM

ସିଡନୀ,୨୮/୧୧:  ସିଡନୀରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ଭାରତ ୬୬ ରନରେ ପରାସ୍ତ ହୋଇଛି । ଏହି ମ୍ୟାଚରେ ସମସ୍ତଙ୍କ ଫୋକସରେ ଥିଲେ ଚଳିତ ସମୟର ଶ୍ରେଷ୍ଠ ବ୍ୟାଟସମ୍ୟାନ୍ ବିରାଟ କୋହଲି । କିନ୍ତୁ ସେ ସମସ୍ତଙ୍କୁ ନିରାଶ କରିଥିଲେ ।ମାତ୍ର ୨୧ ରନ୍ ଖେଳି ସେ ପ୍ୟାଭିଲିୟନ ଫେରିଥିଲେ । ଏହି ଇନିଂସରେ ସେ ଗୋଟିଏ ଜୀବନଦାନ ପାଇଥିଲେ ମଧ୍ୟ ଏହାର ଫାଇଦା ଉଠାଇପାରି ନଥିଲେ । ଲାଗୁଥିଲା ବିରାଟ ସିଜନୀ ଗ୍ରାଉଣ୍ଡକୁ ଡରୁଛନ୍ତି । ଏହି ମଇଦାନରେ ସେ ଲଗାତର ଭାବେ ଫ୍ଲପ୍ ହେଉଛନ୍ତି ।

ବିଶ୍ୱ କ୍ରିକେଟରେ ବିରାଟଙ୍କୁ ସଚିନ ତେନ୍ଦୁଲକରଙ୍କ ସହ ତୁଳନା କରାଯାଏ । ସିଡନୀ ହେଉଛି ସଚିନଙ୍କ ପସନ୍ଦଯୋଗ୍ୟ ଷ୍ଟାଡିୟମ । ସେ ଅଷ୍ଟ୍ରେଲିଆରେ ସର୍ବାଧିକ ୪ଟି ଶତକ ଏହି ଷ୍ଟାଡିୟମରେ ଲଗାଇଛନ୍ତି । କିନ୍ତୁ ବିରାଟ ଏଠାରେ ରନ୍ ସଂଗ୍ରହ ପାଇଁ ସଙ୍ଘର୍ଷ କରିଥାନ୍ତି । ଟେଷ୍ଟରେ ସେ ଏହି ଷ୍ଟାଡିୟମରେ ଶତକ ଲଗାଇଥିଲେ ମଧ୍ୟ ଦିନିକିଆରେ ମୋଟ୍ ୬ଟି ଇନିଂସ ଖେଳି ସେ ୫୭ ରନ୍ କରିଛନ୍ତି । ତାଙ୍କର ଆଭରେଜ ରହିଛି ୧୧.୪ । ସିଡନୀରେ ତାଙ୍କର ସର୍ବାଧିକ ସ୍କୋର ୨୧ । ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆ ମଧ୍ୟ ଏହି ଷ୍ଟାଡିୟମରେ ଖେଳାଯିବ । ପ୍ରଶଂସକମାନେ ବିରାଟଙ୍କଠୁ ଏକ ବଡ ପାଳି ଆଶା କରୁଛନ୍ତି ।  

ଅଷ୍ଟ୍ରେଲିଆରେ ବିରାଟଙ୍କ ଫେଭରେଟ୍ ଗ୍ରାଉଣ୍ଡ ହେଉଛି ଆଡିଲେଡ୍ ।  ତାଙ୍କର ଆଭରେଜ ୭୬ । ଏଠାରେ ସେ ଟେଷ୍ଟ୍ ଓ ଦିନିକିଆରେ ଖେଳିଥିବା ୧୧ଟି ଇନିଂସରେ ୭୬୫ ରନ୍ କରିଛନ୍ତି । ୫ଟି ଶତକ ମଧ୍ୟ ଲଗାଇଛନ୍ତି । ୨୦୧୨ରେ ବିରାଟ ପ୍ରଥମେ ଏହି ଷ୍ଟାଡିୟମରେ ୧୧୬ ରନ୍ କରିଥିଲେ । ଗତ ବର୍ଷ ମଧ୍ୟ ୧୦୪ ରନର ଇନିଂସ ଖେଳିଥିଲେ ରନ୍ ମେସିନ୍ ।

ଏତତ୍ ବ୍ୟତୀତ ମେଲବର୍ଣ୍ଣ ଷ୍ଟାଡିୟମରେ ସେ ୫୦ ରନରୁ ଅଧିକ ଆଭରେଜରେ ରନ୍ କରିଛନ୍ତି । ସେ ଦୁଇଟି ଶତକ ଲଗାଇଛନ୍ତି । ଏହାସହ ପର୍ଥରେ ମଧ୍ୟ ବିରାଟ ତିନୋଟି ଅର୍ଦ୍ଧଶତକ ଅର୍ଜନ କରିଛନ୍ତି ।

   Related Posts