ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କାହିଁକି ମାଟିରେ ମିଶାଗଲା ଟ୍ୱିନ ଟାୱାର ? ସବୁଠୁ ବଡ଼ ପ୍ରଶ୍ନର ଜାଣନ୍ତୁ ଉତ୍ତର

28/08/2022 at 5:20 PM

ନୂଆଦିଲ୍ଲୀ: ନୋଏଡାର ସେକ୍ଟର ୯୩ଏରେ ରବିବାର ଆକାଶ ଛୁଆଁ ଦୁଇ ବିଲ୍ଡିଂ ମାଟିରେ ମିଶି ଯାଇଛି । ଟ୍ୱିନ ଟାୱାର ଉପରେ ସାରା ଦେଶର ନଜର ଥିଲା। ଏକ ବିସ୍ଫୋରଣ ସହ କୁତୁବ ମୀନାର ଉଚ୍ଚ ଟାୱାର ମାତ୍ର କିଛି ସେକେଣ୍ଡରେ ମାଟିରେ ମିଶିଗଲା । ତେବେ ଶହ ଶହ କୋଟି ନିର୍ମାଣ ହୋଇଥିବା ଏହି ଟ୍ୱିନ ଟାୱାରକୁ କାହିଁକି ଧ୍ୱଂସ କରାଗଲା ? କଣ ଏମିତି ଭୁଲ ଥିଲା ? ଆସନ୍ତୁ ଜାଣିବା ସବୁ କିଛି।

ରବିବାର ଅପରାହ୍ମ ଅଢେଇଟା ସମୟରେ ଯେତେବେଳେ ଟ୍ୱିନ ଟାୱାରରେ ବିସ୍ଫୋରଣ ହେଲା ତାହା ସେହି ଶହ ଶହ ଫ୍ଲାଟ କିଣାଳିଙ୍କ ବିଜୟର ଧ୍ୱନି ଥିଲା। ଯେଉଁମାନେ ଚାନ୍ଦା ଏକାଠି କରି ଆଇନଗତ ଲଢେଇ ଲଢିଥିଲେ ଏବଂ ଭଷ୍ଟ୍ରାଚାର ମୂଳଦୁଆରେ ଠିଆ ହୋଇଥିବା ଆକାଶଛୁଆଁ ବିଲ୍ଡିଂଙ୍କୁ ମାଟିରେ ମିଶାଇଲେ ଏହା ସେମାନଙ୍କର ବିଜୟ । ଟ୍ୱିନ ଟାୱାର ନିର୍ମାଣରେ ସୁପରଟେକ ୨୦୦ କୋଟି ଟଙ୍କା ଖର୍ଚ୍ଚ କରିଥିଲା ଏବଂ ୮୦୦ କୋଟି ଟଙ୍କାର ଆମଦାନୀର ଆଶା ରଖିଥିଲା।

ନୋଏଡା ସେକ୍ଟର ୯୩ଏରେ ୨୦୦୪ ଡିସେମ୍ୱର ୨୩ରେ ସୁପରଟେକକୁ ଏମରାଲ୍ଡ କୋର୍ଟ ନାଁରେ ଜମି ଆବଣ୍ଟିତ ହୋଇଥିଲା । ଏଥିରେ ୧୪ଟି ଟାୱାର ନିର୍ମାଣ କରିବାର ନିକ୍ସା ପାସ ହୋଇଥିଲା। ଏହା ପରେ ଯୋଜନାରେ ତିନି ଥର ସଂଶୋଧନ କରାଯାଇ ଦୁଇ ନୂଆ ଟାୱାର ପାଇଁ ମଞ୍ଜୁରୀ ଦିଆଯାଇଥିଲା। ଏହି ଦୁଇ ଟାୱାର ଗ୍ରୀନ ପାର୍କ, ଚିଲଡ୍ରନ ପାର୍କ ଏବଂ ଦୁଇ ମହଳା ବିଶିଷ୍ଟ ବାଣିଜ୍ୟିକ କମ୍ପ୍ଲେକ୍ସର ଭୂମିରେ ନିର୍ମାଣ କରାଯାଇଥିଲା । ଫ୍ଲାଟ କିଣିଥିବା ବ୍ୟକ୍ତିମାନେ ପ୍ରଥମ ଥର ୨୦୧୦ ମାର୍ଚ୍ଚରେ ଏହା ବିରୋଧରେ ସ୍ୱର ଉଠାଇଥିଲେ । ଏହାପରେ ଆଲହବାଦ ହାଇକୋର୍ଟ ଏବଂ ପରେ ସୁପ୍ରିମକୋର୍ଟ ଯାଏଁ ଯାଇଥିଲେ । ଉଭୟ କୋର୍ଟ ଟାୱାର ଭାଙ୍ଗିବା ସପକ୍ଷରେ ନିଷ୍ପତ୍ତି ଶୁଣାଇଥିଲେ।

ପ୍ରାୟ ୧୫ ବର୍ଷ ପୂର୍ବେ ସୁପରଟେକ୍ ଏମରାଲ୍ଡ କୋର୍ଟ ପ୍ରୋଜେକ୍ଟ ଉପରେ କାମ କରିବା ଆରମ୍ଭ କରିଥିଲା । ଏଥିରେ ୩,୪, ଏବଂ ୫ ବିଏଚକେ ଫ୍ଲାଟ ଥିଲା। ଏହି ସୋସାଇଟି ନୋଏଡା ଏବଂ ଗ୍ରେଟର ନୋଏଡା ଏକ୍ସପ୍ରେସ ନିକଟରେ ରହିଛି । ବର୍ତ୍ତମାନ ସମୟରେ ଏଠାରେ ଗୋଟିଏ ଫ୍ଲାଟର ମୂଲ୍ୟ ୧ରୁ ୩ କୋଟି ଯାଏଁ ରହିଛି । ପ୍ରଥମେ ନୋଏଡା ଅଥରିଟି ଆଗରେ ବିଲ୍ଡର ଯେଉଁ ପ୍ଲାନ ରଖିଥିଲେ ସେଥିରେ ୯ ମହଳା ବିଶିଷ୍ଟ ୧୪ଟି ଟାୱାର ନିର୍ମାଣ କରାଯିବାର ଯୋଜନା ଥିଲା। ପରେ ୨୦୧୨ରେ ସୁପରଟେକ୍ ୧୪ ପରିବର୍ତ୍ତେ ୧୫ ଟାୱାର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲା। ଏହାସହ ୯ ପରିବର୍ତ୍ତେ ୧୪ ମହଲା କରିବାକୁ ଯୋଜନା କରିଥିଲା। ୪୦ ମହଲା ବିଶିଷ୍ଟ ଅନ୍ୟ ଦୁଇଟି ଟାୱାର ନିର୍ମାଣ କରିବାକୁ ମଧ୍ୟ ଯୋଜନା କରାଗଲା।

ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ଏହି ମାମଲାରେ ବିଲ୍ଡରଙ୍କୁ ଦୋଷୀ ସାବ୍ୟସ୍ତ କରି ଫ୍ଲାଟ କିଣିଥିବା ଲୋକଙ୍କ ପକ୍ଷରେ ନିଷ୍ପତ୍ତି ଶୁଣାଇଥିଲେ। ଟ୍ୱିନ ଟାୱାର ନିର୍ମାଣରେ ନ୍ୟାଶନାଲ ବଲ୍ଡିଂ କୋଡ ନିୟମର ଉଲ୍ଲଂଘନ କରାଯାଇଛି । ଏମାରଲ୍ଡ କୋର୍ଟରେ ଯେତେବେଳେ ଲୋକେ ଫ୍ଲାଟ କିଣିଥିଲେ ସେତେବେଳେ ଟ୍ୱିଟ ଟାୱାର ସ୍ଥାନରେ ଗ୍ରୀନ ଏରିଆର ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ପରେ ବିଲ୍ଡର ନୋଏଡା ଅଥରିଟିର ଅଧିକାରୀଙ୍କ ସହ ମିଶି ଏହି ଟ୍ୱିନ ଟାୱାର ଠିଆ କରିଥିଲେ। ନିୟମ ଅନୁସାରେ ଟାୱାର ଗୁଡିକ ମଧ୍ୟରେ ୧୬ ମିଟର ଦୂରତା ରହିବା ଜରୁରୀ, କିନ୍ତୁ ଏଠାରେ କେବଳ ୯ ମିଟର ଥିଲା।

   Related Posts