Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭୋଜନ ଶେଷରେ ମିଠା କାହିଁକି ? ଜାଣନ୍ତୁ …..

9/09/2018 at 4:54 PM

ଭୁବନେଶ୍ୱର ୯/୯ : କଥାରେ ଅଛି ଖାଇବା ପରେ କିଛି ମିଠା ଖାଇବା କଥା | ତେବେ ଭୋଜନ ଶେଷରେ କାହିଁକି ମିଠା ଖାଇବା କଥା ଆସନ୍ତୁ ଜାଣିବା | ଧାର୍ମିକ ଶାସ୍ତ୍ର ଅନୁଯାୟୀ, ଘରେ , ବାହାରେ, କୌଣସି ଧରଣିକା ଅନୁଷ୍ଠାନରେ କିମ୍ବା କୌଣସି ଭୋଜିରେ, ସବୁଠି ଭୋଜନର ଆରମ୍ଭ ରାଗ କିମ୍ବା ଲୁଣିରୁ ହୋଇଥାଏ | ଭୋଜନର ଶେଷରେ ମିଠା ଖିଆଯାଇଥଏ | ବୈଜ୍ଞାନିକ କାରଣ ଅନୁସାରେ ରାଗ ଖାଇବା ଯୋଗୁଁ ଆମ ପେଟ ଭିତରେ ଥିବା ପାଚନ ତତ୍ୱ ଠିକ ଭାବରେ ସଂଚାଳନ ହୋଇଥାଏ | ଶେଷରେ ମିଠା ଖାଇବା ଯୋଗୁଁ ଅମ୍ଳର ତୀବ୍ରତା କମ ହୋଇଥାଏ | ଯାହା ଫଳରେ ଆମକୁ ଏସିଡ଼ିଟି ବା ଜ୍ବଳନ ହୋଇନଥାଏ |
ଭୋଜନ ପରେ ଆମକୁ ଶୋଷ ହୋଇଥାଏ | ଆମେ ପାଣି ପିଇବାକୁ ଇଛା କରିଥାଉ | ତେବେ ଖାଇବାର ତୁରନ୍ତ ପରେ ପାଣି ପିଇବା ଅନୁଚିତ | କାରଣ ଏହା ଆମର ପାଚନ ଶକ୍ତି ଉପରେ ଖରାପ ପ୍ରଭାବ ପକାଇଥାଏ | ତେଣୁ ଖାଇବା ପରେ କିଛି ମିଠା ଖାଇଲେ ଖାଦ୍ୟ ମଧ୍ୟ ଭଲ ଭାବେ ହଜମ ହୋଇଥାଏ |

   Related Posts