ଯଦି ଘରେ ଏମିତି ପିଚ୍, ତେବେ ବିଦେଶରେ କେମିତି ଜିତିବ ଭାରତୀୟ ଦଳ ?

Published By : Prameya-News7 Bureau | March 15, 2020 IST

ନୂଆଦିଲ୍ଲୀ ୧୫।୦୩: ଶୁକ୍ରବାର ସୌରାଷ୍ଟ୍ରର ବିଜୟ ସହିତ ଦେଶର ରଣଜୀ ସିଜିନ୍ ସମାପ୍ତ ହୋଇଛି। ଜୟଦେବ ଉନାଦକତଙ୍କ ଅଧିନାୟକତ୍ଵରେ ଘରୋଇ ମାଟିରେ ପଶ୍ଚିମବଙ୍ଗକୁ ହରାଇ ଟାଇଟଲ୍ ନିଜ ନାମରେ କରିଛି। ମାତ୍ର ସୌରାଷ୍ଟ୍ରର ବିଜୟଠୁ ଅଧିକ ଚର୍ଚ୍ଚା ରାଜକୋଟ୍ ଷ୍ଟାଡିୟମର ପିଚକୁ ନେଇ ହେଉଛି। କାରଣ ଏଠାରେ ବଲ୍‌ରେ ନା ଗତି ନଥିଲା ନା ବାଉନ୍ସ। ଦୁଇ ଦଳର ବ୍ୟାଟସମ୍ୟାନଙ୍କୁ ବଲ୍ ସହିତ ତାଳମେଳ ରଖିବାରେ ଲମ୍ବା ସଂଘର୍ଷ କରିବାକୁ ପଡିଛି। ମ୍ୟାଚ୍‌ର ପଞ୍ଚମ ଦିନ ମଧ୍ୟ ଦୁଇ ଦଳର ଗୋଟିଏ ଗୋଟିଏ ଇନିଂସ ମୁସ୍କିଲରେ ଶେଷ  ହୋଇଛି। ଅର୍ଥାତ ଦ୍ଵିତୀୟ ଇନିଂସର ପ୍ରଶ୍ନ ମଧ୍ୟ ଉଠିନି।

ଏମିତି ପିଚ୍ ହେଲେ ବିଦେଶରେ କେମିତି ଜିତିବ ଟିମ୍ ଇଣ୍ଡିଆ ?

ଏବେ ଟିମ୍ ଇଣ୍ଡିଆର ନିକଟ ନ୍ୟୁଜିଲାଣ୍ଡ ଗସ୍ତକୁ ମନେ ପକାନ୍ତୁ। ୦-୨ରେ ଟେଷ୍ଟ ଶୃଙ୍ଖଳା ହାରି ଫେରିଥିବା ଭାରତୀୟ ଦଳର ସବୁଠୁ ବଡ ଦୁର୍ବଳତା ଥିଲା, ବ୍ୟାଟସମ୍ୟାନ କିଓ୍ଵି ବୋଲରଙ୍କ ବାଉନ୍ସିଂ ବଲକୁ ଖେଳିବାରେ ବିଫଳ ହୋଇଥିଲେ। ଭାରତୀୟ ବ୍ୟାଟସମ୍ୟାନଙ୍କ ବାଉନ୍ସର ଖେଳିବା ଶୈଳୀ ଉପରେ କ୍ରିକେଟ୍ ବିଶେଷଜ୍ଞ ପ୍ରଶ୍ନ ଉଠାଇଥିଲେ। ମାତ୍ର ଯେବେ ଘରୋଇ କ୍ରିକେଟ୍‌ରେ ଖେଳିବା ଲାଗି ବ୍ୟାଟସମ୍ୟାନଙ୍କୁ ଏମିତି ପିଚ୍ ଦିଆଯିବ, ଯେଉଁଠି ବଲ୍ ଆଣ୍ଠୁଠୁ ଅଣ୍ଟା ପର୍ଯ୍ୟନ୍ତ ଉଠିବାକୁ ସଂଘର୍ଷ କରୁଛି ତେବେ ବିଦେଶରେ ବ୍ୟାଟସମ୍ୟାନ ବାଉନ୍ସିଂ ବଲକୁ କେମିତି ମୁକାବିଲା କରିବେ।

{"id":238869,"width":599,"height":380,"sizeSlug":"large"}

କୋଚ୍ ଅରୁଣ ଲାଲ୍ ପିଚକୁ କହିଲେ ବହୁତ ଦୁର୍ବଳ
ପଶ୍ଚିମବଙ୍ଗର  କୋଚ୍ ଅରୁଣ ଲାଲ ପ୍ରଥମ ଦିନରୁ ହିଁ ପିଚ୍‌କୁ ଅତି ନିମ୍ନମାନର କହିଥିଲେ। ଏପରିକି ଆୟୋଜକ ଦଳର ଖେଳାଳି ମଧ୍ୟ ସ୍ଵୀକାର କରିଥିଲେ ଯେ, ପିଚ୍ ମୁସ୍କିଲ ଥିଲା ଏବଂ ବ୍ୟାଟସମ୍ୟାନଙ୍କୁ ସଂଘର୍ଷ କରିବାକୁ ପଡିଥିଲା। ରଣଜୀ ସ୍ତରରେ ଏମିତି ପିଚ୍ ଦେଖି କୋଚ୍ ଅରୁଣ ଲାଲ ବହୁତ ଅସନ୍ତୁଷ୍ଟ ଥିଲେ। ସେ ପିଚ୍ ବିଷୟରେ କହିଥିଲେ ଯେ, ଏହା ବହୁତ ଖରାପ ପିଚ୍। ବୋର୍ଡକୁ ଏହି ଦିଗ ପ୍ରତି ଯତ୍ନବାନ ହେବା ଦରକାର। ରାଜକୋଟ୍ ପିଚରେ ବଲ୍ ବାଉନ୍ସ ମଧ୍ୟ ହେଉ ନାହିଁ। ପିଚ୍‌କୁ ଭଲ ଭାବେ ପ୍ରସ୍ତୁତ କରାଯାଇ ନାହିଁ।

{"id":238870,"width":600,"height":375,"sizeSlug":"large"}

କାମ କରି ନାହାନ୍ତି ପିଚ୍ କ୍ୟୁରେଟର

ପିଚ୍ କ୍ୟୁରେଟରଙ୍କ କାମକୁ ନେ ପଶ୍ଚିମବଙ୍ଗ କ୍ରିକେଟ୍ ଦଳର କୋଚ୍ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଲାଲ କହିଛନ୍ତି ଯେ, ଆପଣଙ୍କ ପାଖରେ ଏଠାରେ ତଟସ୍ଥ ଓ୍ଵିକେଟ୍ କିପର ଥିଲେ। ବୋର୍ଡକୁ ଏହା ଦେଖିବା ଉଚିତ୍। ବୋର୍ଡକୁ ମ୍ୟାଚ୍‌ର ୧୫ ଦିନ ପୂର୍ବରୁ କ୍ୟୁରେଟରଙ୍କୁ ଷ୍ଟାଡିୟମ ପଠାଇବା ଉଚିତ୍। ଏଥର କ୍ୟୁରେଟର ନିଜର କାମ ଠିକରେ କରି ନାହାନ୍ତି।

ଭାରତୀୟ ଦଳ ଯେବେ ବି ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ଗସ୍ତ କରନ୍ତି, ତେବେ ବ୍ୟାଟସମ୍ୟାନଙ୍କୁ ଦ୍ରୁତ ଓ ବାଉନ୍ସିଂ ପିଚ୍‌ରେ ଖେଳିବାକୁ ପଡିଥାଏ। ଏହି କାରଣରୁ ଗତ ୮୮ ବର୍ଷରୁ ଟେଷ୍ଟ କ୍ରିକେଟ୍ ଖେଳୁଥିବା ଭାରତର ପ୍ରଦର୍ଶନ ଏହି ଚାରି ଦେଶରେ ଖାସ୍ ରହି ନାହିଁ। ଦକ୍ଷିଣ ଆଫ୍ରିକା ମାଟିରେ ଭାରତ ଅଦ୍ୟାବଧି କୌଣସି ଟେଷ୍ଟ ଶୃଙ୍ଖଳା ଜିତି ନାହିଁ। ଯଦି ଘରୋଇ ମ୍ୟାଚରେ ବିଶେଷ କରି ରଣଜୀ ସ୍ତରରେ ଭାରତୀୟ ଦଳକୁ ଦ୍ରତ ଓ ବାଉନ୍ସିଂ ପିଚ୍ ଦିଆଯାଏ ତେବେ ଭାରତୀୟ ଦଳ ଏହି ଦେଶ ଯାଇ ପ୍ରତିପକ୍ଷ ଦଳକୁ ଚ୍ୟାଲେଞ୍ଜ କରି ପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.