‘ତାଙ୍କୁ କାହିଁକି ଗମ୍ଭୀରତାର ସହ ନେଉଛ...’ରାହୁଲ ଗାନ୍ଧୀଙ୍କ ଟିପ୍ପଣୀ ପରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ କଡ଼ ଜବାବ

Published By : Prameya-News7 Bureau | December 11, 2022 IST

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ରବିବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଉପରେ କଟାକ୍ଷ କରିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆପଣ ସମସ୍ତେ ରାହୁଲ ଗାନ୍ଧୀଙ୍କୁ ଗମ୍ଭୀରତାର ସହ କାହିଁକି ନେଉଛନ୍ତି । ଏହାସହ ସେ ଏହା ମଧ୍ୟ କହିଛନ୍ତି ଯେ ବିଜେପି ଶାସନରେ ସବୁ ସଂସ୍ଥା ଠିକ୍ କାମ କରୁଛନ୍ତି । ଯୋଶୀଙ୍କ ଏହି ବୟାନ ବିଜେପି ଏବଂ ଆରଏସଏସ ଉପରେ ରାହୁଲ ଗାନ୍ଧୀଙ୍କ ଦ୍ୱାରା କରାଯାଇଥିବା ଟିପ୍ପଣୀ ପରେ ଆସିଛି । ଉଲ୍ଲେଖଯୋଗ୍ୟ ଯେ ରାହୁଲ ଗାନ୍ଧୀ କହିଥିଲେ ଯେ ପାର୍ଟି ସବୁ ସଂସ୍ଥା ଉପରେ କବଜା କରି ରଖିଛି ଏବଂ ସମ୍ୱିଧାନ କେବଳ ନାଁକୁ ମାତ୍ର ରହିଛି ।   

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆପଣ ସମସ୍ତେ ରାହୁଲ ଗାନ୍ଧୀଙ୍କ ଗମ୍ଭୀରତାର ସହ କାହିଁକି ନେଉଛନ୍ତି । ସବୁ ସଂସ୍ଥା ଠିକ ଭାବେ କାମ କରୁଛନ୍ତି...ଯେତେବେଳେ ସେମାନେ(କଂଗ୍ରେସ) ହାରନ୍ତି, ସେତେବେଳେ ସଂସ୍ଥା ଗୁଡିକୁ ଦୋଷ ଦିଅନ୍ତି । ବିଜେପି ରାଜ୍ୟସଭା ସାଂସଦ ଜୁଗଳ ଠାକୋର ଲୋଖଣ୍ଡୱାଲା ମଧ୍ୟ ରାହୁଲ ଗାନ୍ଧୀଙ୍କୁ କଡ଼ା ଜବାବ ଦେଇ କହିଥିଲେ ଯେ ବିଜେପି ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରସାୟରେ ବିଶ୍ୱାସ କରୁଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ମନ୍ତ୍ରରେ କାମ କରୁଛି ।

ରାହୁଲ ଗାନ୍ଧୀ ଗତ ସପ୍ତାହରେ ଇନ୍ଦୋରରେ ଭାରତ ଯୋଡୋ ଯାତ୍ରା ସମୟରେ ବିଜେପି ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଥିଲେ ଯେ ସବୁ ସଂସ୍ଥା ସଂସଦ, ନ୍ୟାୟପାଳିକା, ମିଡିଆ ଏବଂ କାର୍ଯ୍ୟପାଳିକା କାମ କରିବା ବନ୍ଦ କରି ଦେଇଛି । ରାହୁଲ ଗାନ୍ଧୀଙ୍କ ବୟାନ ପରେ କେନ୍ଦ୍ରମନ୍ତ୍ରୀ ଯୋଶୀ ଏବଂ ଲୋଖଣ୍ଡୱାଲାଙ୍କ କଡ଼ା ଜବାବ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.