Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ଆମେରିକାରେ କାହିଁକି ପାଳନ କରାଯାଏ ଶ୍ରେୟା ଘୋଷାଲ ଡେ’ ? ଜାଣନ୍ତୁ ଏହାର କାରଣ

13/03/2023 at 8:04 AM

ମୁମ୍ଵାଇ ୧୩।୦୩: ବଲିଉଡ୍‌ର ଲୋକପ୍ରିୟ ଗାୟିକା ଶ୍ରେୟା ଘୋଷାଲ। ତାଙ୍କ ସ୍ୱରରେ ସମସ୍ତେ ପାଗଳ । ବର୍ତ୍ତମାନ ଶ୍ରେୟାଙ୍କୁ କୌଣସି ପରିଚୟ ଆବଶ୍ୟକତା ନାହିଁ । ତାଙ୍କ ଫ୍ୟାନ୍ସ ଫଲୋର୍ସ ଖୁବ୍‌ ଅଧିକା । ନିଜର ଯାଦୁଗରୀ ସ୍ୱରରେ ଅନେକ ଆଓ୍ଵାର୍ଡ ହାତେଇଛନ୍ତି । ଶ୍ରେୟା ଏମିତି କିଛି କୃତ୍ତିତ୍ୱ ହାସଲ କରିଛନ୍ତି। ଯେଉଁଥିପାଇଁ କେବଳ ଦେଶ ନୁହେଁ ଦେଶ ବାହାରେ ମଧ୍ୟ ପରିଚିତ। ତାଙ୍କ ଫ୍ୟାନ୍ସ ଲିଷ୍ଟରେ ଆମେରିକାର ଗର୍ଭନର ମଧ୍ୟ ସାମିଲ ରହିଛନ୍ତି ।

Happy birthday Shreya Ghoshal: 8 amazing songs by the playback singer to  add to your playlist | Music News – India TV

୨୬ ଜୁନରେ ଆମେରିକାରେ ଶ୍ରେୟା ଘୋଷାଲ ଡେ’ ପାଳନ କରାଯାଏ । ଏହି ଦିନ ଶ୍ରେୟାଙ୍କ ନାମରେ ସମର୍ପିତ ରହିଥାଏ । ୨୦୧୦ରେ ଶ୍ରେୟା ଆମେରିକାର ଓହିୟୋକୁ ଯାଇଥିଲେ । ସେଠିକାର ଗଭର୍ନର ଟେଡ୍‌ ଷ୍ଟ୍ରିକଲ୍ୟାଣ୍ଡ ୨୬ ଜୁନକୁ ଶ୍ରେୟା ଘୋଷାଲ ଡେ’ ପାଳନ କରିବାକୁ ପାଇଁ ଘୋଷଣା କରିଥିଲେ ।

अमेरिका के इस शहर में हर साल मनाया जाता है श्रेया घोषाल डे, जानें इसके पीछे  की दिलचस्प कहानी

ମାତ୍ର ୬ ବର୍ଷ ବୟସରେ ସଂଗୀତ ଶିକ୍ଷା ନେଇଥିବା ଶ୍ରେୟା ୧୬ ବର୍ଷ ବୟସରେ ମ୍ୟୁଜିକ ରିଆଲିଟି ଶୋ ସା ରେ ଗା ମା ର ୱିନର ହୋଇଥିଲେ । ୨୦୦୦ ମସିହାରେ ସଞ୍ଜୟ ଲୀଲା ଭନସାଲୀଙ୍କ ଫିଲ୍ମ ‘ଦେବଦାସ’ରେ ୫ଟି ଗୀତ ଗାଇ ଲୋକଙ୍କ ହୃଦୟରେ ରାଜ କରିଥିଲେ ଶ୍ରେୟା । ବଲିଉଡରେ ଅନେକ ଗାୟକ, ଗାୟିକା ଥିଲେ ମଧ୍ୟ ଶ୍ରେୟାଙ୍କର ଏକ ସ୍ୱତନ୍ତ୍ରସ୍ଥାନ ରହିଛି । ଶ୍ରେୟା ପ୍ରତି ଗୀତ ପାଇଁ ୨୫ ରୁ ୨୭ ଲକ୍ଷ ଟଙ୍କା ଆଦାୟ କରନ୍ତି।

These Songs Of Shreya Ghoshal Make You Feel Happy & Relaxed

ଶ୍ରେୟା ତାଙ୍କ ପିଲାଦିନର ବନ୍ଧୁ ଶିଲାଦିତ୍ୟ ମୁଖୋପାଧ୍ୟାୟଙ୍କୁ ୨୦୧୫ ରେ ବିବାହ କରିଥିଲେ। ବିବାହ ପୂର୍ବରୁ ଦୁହେଁ ପ୍ରାୟ ୧୦ ବର୍ଷ ଧରି ପରସ୍ପରକୁ ଡେଟ କରିଥିଲେ। ପରେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ବିବାହର ୫ ବର୍ଷ ପରେ ଏକ ପୁଅ ଜନ୍ମ ହୋଇଥିଲା । ସେ ସୋସିଆଲ ମିଡିଆରେ ତାଙ୍କର ଏବଂ ତାଙ୍କ ପୁଅର ଖୁବ୍‌ ଫଟୋ ସେୟାର କରନ୍ତି।

   Related Posts