ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଯାଜପୁର: ଶୌଚ ହେବାକୁ ଯାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରିରେ କମ୍ୱିଂ ବେଳେ ପୋଲିସକୁ ସଫଳତା, ମାଓ କ୍ୟାମ୍ପ ଠାବ
  • ||

ବେଲ୍ ପାଇବାର ୭ ବର୍ଷ ପରେ ତିସ୍ତା ଓ ତାଙ୍କ ସ୍ୱାମୀଙ୍କୁ କାହିଁକି ଜେଲ୍ ପଠାଇବାକୁ ଚାହୁଁଛନ୍ତି? ଗୁଜରାଟ ପୁଲିସ ଓ ସିବିଆଇକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

27/01/2023 at 7:08 PM

ନୂଆଦିଲ୍ଲୀ: ସମାଜସେବୀ ତିସ୍ତା ଶିତଲୱାଡ଼ ଓ ତାଙ୍କ ସ୍ୱାମୀ ଜାଭେଦ ଆନନ୍ଦଙ୍କୁ କାହିଁକି ଜେଲ୍ ପଠାଇବାକୁ ଚାହୁଁଛି ଗୁଜରାଟ ପୁଲିସ ଓ ସିବିଆଇ ? ଏହାର କାରଣ ଜାଣିବାକୁ ଚାହିଁଛନ୍ତି ସୁପ୍ରିମକୋର୍ଟ। ଅନ୍ତରୀଣ ଜାମିନ୍ ପାଇ ଦୀର୍ଘ ୭ ବର୍ଷ ହେଲା ଏହି ଦମ୍ପତି ବାହାରେ ରହିବା ପରେ ତାଙ୍କୁ କାହିଁକି ଜେଲ୍ ପଠାଯାଉଛି ବୋଲି ସୁପ୍ରିମ କୋର୍ଟ ଗୁଜରାଟ ପୁଲିସ ଓ ସିବିଆଇକୁ ପ୍ରଶ୍ନ କରିଛନ୍ତି। ପିଟିଆଇରେ ଏହି ଖବର ପ୍ରକାଶ ପାଇଛି।

ଶିତଲୱାଡ଼ ଓ ଆନନ୍ଦଙ୍କ ବିରୋଧରେ ଗୁଜରାଟ ଦଙ୍ଗାରେ ପୀଡ଼ିତଙ୍କ ପାଇଁ ଉଦ୍ଧିଷ୍ଟ ସହାୟତା ରାଶିକୁ ହଡ଼ପ କରିବା ଅଭିଯୋଗ ଲାଗିଛି। ଏହି ଘଟଣାର ଉଭୟ ଅଭିଯୁକ୍ତ ଦମ୍ପତି ଓ ପୁଲିସ, ସିବିଆଇ ପକ୍ଷରୁ ସୁପ୍ରିମକୋର୍ଟ ମାମଲା ଦାୟର ହୋଇଛି। ବୁଧବାର ଜଷ୍ଟିସ୍‌ ଏସ୍‌କେ କୌଲ, ଏଏସ୍‌ ଓକା ଓ ବିଭି ନାଗରତ୍ନଙ୍କ ତିନି ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ। ଶୁଣାଣି ବେଳେ ସେ ଦମ୍ପତିଙ୍କୁ ଜେଲ୍‌ ପଠାଇବାର ଉଦ୍ଦେଶ୍ୟ ଜାଣିବାକୁ ପୁଲିସ ଓ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ପ୍ରଶ୍ନ କରିଥିଲେ।

ଅଭିଯୁକ୍ତ ଦମ୍ପତିଙ୍କ ପକ୍ଷରୁ ବରିଷ୍ଠ ଓକିଲ କପିଲ ଶିବଲ ଏବଂ ଓକିଲ ଅପର୍ଣ୍ଣା ଭଟ ମାମଲା ଲଢୁଛନ୍ତି। ଉଭୟ ଓକଲି କୋର୍ଟଙ୍କ ସାମ୍ନାରେ ୮ ବର୍ଷ ତଳର ଏହି ପୁରୁଣା କେସ୍‌କୁ ଉଜାଗର କରିଥିଲେ। ଶିବଲ କହିଥିଲେ ଯେ ଦମ୍ପତି କିଛି ବର୍ଷ ପୂର୍ବରୁ ମାମଲାରେ ବେଲ୍ ପାଇସାରିଛନ୍ତି। ଘଟଣାକୁ ବର୍ଷ ବର୍ଷ ବିତିଯାଇଥିଲେ ବି ପୁଲିସ ଏପର୍ଯ୍ୟନ୍ତ ଚାର୍ଜଶିଟ୍ ଦାଖଲ କରିପାରିଲା ନାହିଁ।

ଶିବଲଙ୍କ ତର୍କ ଶୁଣିବା ପରେ କୋର୍ଟ କହିଥିଲେ “ ପ୍ରଶ୍ନ ହେଉଛି ଆପଣ ଜଣଙ୍କୁ କେତେ ବର୍ଷ ପର୍ଯ୍ୟନ୍ତ କଷ୍ଟୁଡିରେ ରଖିପାରିବେ ? ଅନ୍ତରୀଣ ଜାମିନ ପ୍ରଦାନକୁ ୭ ବର୍ଷ ପୂରିଗଲାଣି। ଆପଣ କଣ ତାଙ୍କୁ(ତୀସ୍ତା ଶିତଲୱାଡ଼) ପୁଣିଥରେ କଷ୍ଟୁଡିକୁ ପଠାଇବାକୁ ଚାହୁଁଛନ୍ତି?”

କୋର୍ଟଙ୍କର ଏହି ପ୍ରଶ୍ନ ପରେ ଗୁଜରାଟ ପୁଲିସ ଓ ସିବିଆଇ ମାମଲା ସମ୍ପର୍କିତ ଅତିରିକ୍ତ ପ୍ରମାଣ ସହ କୋର୍ଟରେ ହାଜର ହେବାକୁ ଆଉ ୪ ସପ୍ତାହ ସମୟ ମାଗିଛନ୍ତି।

ଶିତଲୱାଡ଼ ଓ ଆନନ୍ଦଙ୍କ ଉପରେ ହୋଇଛି ୩ଟି ମାମଲା

ଦମ୍ପତିଙ୍କ ବିରୋଧରେ ୨୦୧୪ରେ ଅହମଦାବାଦ କ୍ରାଇମ୍ ବ୍ରାଞ୍ଚ ବିଶ୍ୱାସ ଭାଙ୍ଗିବା, ଲୋକଙ୍କୁ ଠକିବା ଓ  ଆଇଟି ଆକ୍ଟର ଅପରାଧିକ ଅଭିଯୋଗରେ ମାମଲା ଦାୟର କରିଛି। ଅହମଦାବାଦର ଗୁଲବର୍ଗ ହାଉସିଂ ସୋସିଆଇଟିରେ ଏକ ମ୍ୟୁଜିୟମ୍‌ ନିର୍ମାଣ ସମ୍ପର୍କରେ ଏହି ମାମଲା ଦାୟର ହୋଇଛି।

୨୦୦୨ ଗୁଜରାଟ ଦଙ୍ଗାରେ ଫେବ୍ରୁଆରୀ ୨୮ ତାରିଖରେ ଭିଡ଼ ହିଂସାରେ ଗୁଲବର୍ଗ ହାଉସିଂ ସୋସାଇଟିରେ ୬୯ ଜଣଙ୍କର ମୃତ୍ୟୁ ହୋଇଥିଲା। ପୂର୍ବତନ କଂଗ୍ରେସ ସାଂସଦ ଇଶାନ ଜାଫ୍ରିଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଦଙ୍ଗା ପରେ ଶିତଲ ୱାଡ଼ ଏବଂ ଆନନ୍ଦ ଦଙ୍ଗା ପୀଡ଼ିତଙ୍କ ସହାୟତା ଓ ଏକ ସମ୍ପର୍କିତ ମ୍ୟୁଜିୟମ ନିର୍ମାଣ କରିବା ପାଇଁ ଏନ୍‌ଜିଓ ସଂସ୍ଥା ‘ସିଟିଜେନ୍ ଫର୍ ଜଷ୍ଟିସ୍ ଆଣ୍ଡ ପିସ୍’ ମାଧ୍ୟମରେ ଦାନ ସଂଗ୍ରହ କରିଥିଲେ। ସେହିପରି ଦମ୍ପତି ଟ୍ରଷ୍ଟି ଥିବା ସଂସ୍ଥା ସବରଙ୍ଗ ଟ୍ରଷ୍ଟ ମାଧ୍ୟମରେ ମଧ୍ୟ ଏହି ଟଙ୍କା ଆଦାୟ ହୋଇଥିଲା।  

ଏହି ମାମଲାକୁ ନେଇ ସିବିଆଇ ଆଉ ଏକ ମାମଲା ଦାୟର କରିଛି। ଦମ୍ପିତଙ୍କ ଦ୍ୱାରା ସ୍ଥାପିତ ସବରଙ୍ଗ କମ୍ୟୁନିକେସନ ଆଣ୍ଡ ପବ୍ଲିଶିଂ ସଂସ୍ଥା ଆମେରିକା ସ୍ଥିତ ଫୋର୍ଡ ଫାଉଣ୍ଡେସନ ଠାରୁ ୧.୮ କୋଟି ଟଙ୍କା ଆଦାୟ କରିଥିଲା। କେନ୍ଦ୍ର ସରକାରଙ୍କର ଅନୁମୋଦନ ବିନା ଏପରି କରାଯାଇଥିଲା ବୋଲି ଅଭିଯୋଗ କରି ସିବିଆଇ ମାମଲା ଦାୟର କରିଛି।

ସେହିପରି ୨୦୧୦ରୁ ୨୦୧୩ ମଧ୍ୟରେ ସବରଙ୍ଗ ଟ୍ରଷ୍ଟ ପାଇଁ ଦମ୍ପତି ବେଆଇନ ଭାବେ ସରକାରୀ ଫଣ୍ଡରୁ ୧.୪ କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ତୃତୀୟ ମାମଲା କରାଯାଇଛି।

   Related Posts