କାହିଁକି ଦ୍ବିତୀୟ ଦୈତାରି ପଣ୍ଡା ସୃଷ୍ଟି ହୋଇ ନାହାନ୍ତି? ମନଖୋଲି କହିଲେ ଯାତ୍ରା ଜଗତର ଖଳନାୟକ…
10/02/2020 at 7:53 PM

ଭୁବନେଶ୍ବର୧୦/୨: ଯାତ୍ରା ଜଗତରେ ଖଳନାୟକ ତଥା ବରିଷ୍ଠ କଳାକାର ଦୈତାରି ପଣ୍ଡା ଦୀର୍ଘଦିନ ଧରି ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି। ତାଙ୍କ ଅଭିନୀତ ପ୍ରତ୍ୟେକଟି ନାଟକକୁ ଦର୍ଶକ ଏବେ ମନେ ରଖିଛନ୍ତି। ତାଙ୍କ ଅଭିନୀତ ପ୍ରତ୍ୟେକ ନାଟକରେ ଦର୍ଶକଙ୍କ ନିକଟରେ ତାଙ୍କର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥାଏ।
ଦର୍ଶକ ବି ଦୈତାରିଙ୍କ ନାଟକକୁ ବେଶ ପସନ୍ଦ କରିଥାଆନ୍ତି। ନ୍ୟୁଜ ସେଭେନର ପ୍ରତିନିଧି ଖଳନାୟକ ଦୈତାରୀ ପଣ୍ଡାଙ୍କ ସହ ମନ ଖୋଲା କଥା ହୋଇଥିଲେ। ସେ ମଧ୍ୟ ତାଙ୍କର ମୂଲ୍ୟବାନ ସମୟ ବାହାର କରି ମନଖୋଲା କଥା ହୋଇଥିଲେ। ସେ କହିଥିଲେ ଯେ ଯାତ୍ରାରେ ଅଶ୍ଲୀଳ ନୃତ୍ୟ ରହିବ ଠିକ୍ ନୁହେଁ। ଷ୍ଟେଜ୍ ସାମ୍ନାରେ ଦର୍ଶକ ରୂପରେ ଭଗବାନ ବସିଥାଆନ୍ତି। ତେଣୁ ଅଶ୍ଳୀଳ ନୃତ୍ୟକୁ ଦୈତାରି ସମର୍ଥନ କରନ୍ତି ନାହିଁ ବୋଲି ରୋକଠୋକ କହିଥିଲେ।
ଯାତ୍ରା ଜଗତରେ ଦ୍ବିତୀୟ ଦୈତାରି ପଣ୍ଡା କାହିଁକି ସୃଷ୍ଟି ହୋଇ ନାହାନ୍ତି ସେହି ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଏ ପର୍ଯ୍ୟନ୍ତ ଦ୍ବିତୀୟ ଦୈତାରି ପଣ୍ଡା ସୃଷ୍ଟି ହୋଇ ନାହାନ୍ତି। କାହାକୁ କଳାକାର ହେବା ପାଇଁ ଶିକ୍ଷା ଦେବା ଆବଶ୍ୟକ ନୁହେଁ। ଏହା ଭଗବାନଙ୍କ ଦାନ। ଯଦି ତାଙ୍କୁ କେହି ଅନୁସରଣ କରୁଥିବେ ତେବେ ଆଗାମୀ ଦିନରେ ନିଶ୍ଚିତ ଦ୍ବିତୀୟ ଦୈତାରି ପଣ୍ଡା ସୃଷ୍ଟି ହେବେ ବୋଲି ଖଳନାୟକ ଦୈତାରି ପଣ୍ଡା କହିଛନ୍ତି।