oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ଭଞ୍ଜବିହାର କ୍ୟାମ୍ପସ୍‌ରେ ବାଘ ! ଭୟଭୀତ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ, ବନ ବିଭାଗର ପାଟ୍ରୋଲିଂ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୨୨ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଉଗ୍ରରୂପ ରୂପ ନେଲା ପାରିବାରିକ କଳହ, ଜୀବନ ହାରିଦେଲେ ଜିଲ୍ଲା ପରିଷଦ ସଭ୍ୟ
  • ||
  • ୫ ଦୋକାନ ଉପରେ ଚଢିଗଲା ସାର ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ୧୪ କର୍ମଚାରୀ
  • ||
  • ପୂଜାରେ ଭିଜିବ ପାର୍ବଣ, ଲଘୁଚାପ ପ୍ରଭାବରେ ୨୬ରୁ ୨୯ ଯାଏ ନିର୍ଦ୍ଧୁମ ଛେଚିବ
  • ||

ସଞ୍ଜୁ ବାବାଙ୍କୁ ଛାଡି ଦୁବାଇରେ ଅଲଗା ରହୁଛନ୍ତି ମାନ୍ୟତା, ଅଭିନେତା କଲେ ଖୁଲାସା          

14/05/2022 at 8:51 AM

ନୂଆଦିଲ୍ଲୀ ୧୪।୦୫: ସଞ୍ଜୟ ଦତ୍ତ ବଲିଉଡର ଅନେକ ଅଭିନେତାମାନଙ୍କ ମଧ୍ୟରୁ ଜଣେ। ୮୦ ଦଶକରୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ ଇଣ୍ଡଷ୍ଟ୍ରିରେ ରାଜ୍‌ କରି ଆସୁଛନ୍ତି । KGF -୨ରେ ତାଙ୍କ ଦମ୍‌ଦାର ଅଭିନୟ ପାଇଁ ଖୁବ୍‌ ଲୋକପ୍ରିୟ ହୋଇପାରିଛନ୍ତି । ଚଳଚ୍ଚିତ୍ରରେ ଆକ୍ଟିଭ୍‌ ଥିବା ସଞ୍ଜୟ ଦତ୍ତଙ୍କ ଜୀବନ ମଧ୍ୟ ଏକ ଫିଲ୍ମ କାହାଣୀଠାରୁ କମ୍ ନୁହେଁ । ତାଙ୍କୁ ନେଇ ଏକ ବାୟୋପିକ୍ ମଧ୍ୟ ତିଆରି କରାଯାଇଥିଲା । ଯାହା ସୁପରହିଟ୍ ହୋଇଥିଲା । ସଞ୍ଜୟ ଦତ୍ତ ତିନୋଟି ବିବାହ କରିଛନ୍ତି। ପ୍ରଥମ ପତ୍ନୀ ରିଚା ଶର୍ମାଙ୍କ ମୃତ୍ୟୁ ପରେ ସେ ଦ୍ବିତୀୟ ପତ୍ନୀ ରିୟା ପିଲ୍ଲାଇଙ୍କୁ ବିବାହ କରିଥିଲେ । ହେଲେ ତାହା ବି ବେଶୀ ଦିନ ତିଷ୍ଠି ନଥିଲା ଛାଡପତ୍ର ପରେ ସେ ମାନ୍ୟତାଙ୍କ ସହ ତୃତୀୟ ବିବାହ କରିଥିଲେ । କିନ୍ତୁ ଗତ ୨ବର୍ଷ ଧରି ମାନ୍ୟତା ସଞ୍ଜୟଙ୍କ ଠାରୁ ଅଲଗା ରହୁଛନ୍ତି ।

ନିକଟରେ ଏକ ସାକ୍ଷାତକାରରେ ସଞ୍ଜୟ ଦତ୍ତଙ୍କୁ ମାନ୍ୟତା ଏବଂ ତାଙ୍କ ପିଲାମାନଙ୍କ ଅଲଗା ରହିବାର କାରଣ ପଚରାଯାଇଥିଲା । ସେ କହିଥିଲେ ତାଙ୍କ ପିଲାମାନେ ଏବଂ ମାନ୍ୟତା ସେଠାରେ ରହିବାକୁ ଭଲ ପାଆନ୍ତି। ହଁ ସେ ଏଠାରେ ମଧ୍ୟ ରହିପାରିବେ, କିନ୍ତୁ ଦୁବାଇରେ ରହିବାକୁ ସେ ଅଧିକ ପସନ୍ଦ କରନ୍ତି । ସଞ୍ଜୟ ଦତ୍ତଙ୍କ ପିଲାମାନେ ଦୁବାଇ ବିଦ୍ୟାଳୟରେ ପାଠ ପଢୁଛନ୍ତି।  ମାନ୍ୟତା ସେଠାରେ ତାଙ୍କର ବ୍ୟବସାୟର କାମ ଆରମ୍ଭ କରିଛନ୍ତି ।

ମାନ୍ୟତା ଏବଂ ପିଲାମାନେ ଦୁବାଇରେ ରହିବାକୁ ପସନ୍ଦ କରୁଥିବାବେଳେ ସଞ୍ଜୟ ଦତ୍ତ ମୁମ୍ବାଇକୁ ଅଧିକ ପସନ୍ଦ କରନ୍ତି। କିନ୍ତୁ ସମୟ ପାଇବା ମାତ୍ରେ ସେମାନେ ନିଜ ପିଲାମାନଙ୍କ ପାଖକୁ ଯାଆନ୍ତି। ତାଙ୍କ କହିବାନୁସାରେ, ସଞ୍ଜୟ ଦତ୍ତ ପିଲାମାନଙ୍କ ସହିତ ଦୁବାଇରେ ପ୍ରତି ବର୍ଷ ଗ୍ରୀଷ୍ମ ଛୁଟି କାଟନ୍ତି।

   Related Posts