ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଯାଜପୁର: ଶୌଚ ହେବାକୁ ଯାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରିରେ କମ୍ୱିଂ ବେଳେ ପୋଲିସକୁ ସଫଳତା, ମାଓ କ୍ୟାମ୍ପ ଠାବ
  • ||

ଧନୀ ଭାରତୀୟଙ୍କ ନୂଆ ଠିକଣା ପାଲଟୁଛି ଦୁବାଇ ! ୨୦୨୨ରେ କିଣିଛନ୍ତି ୩୫ ହଜାର କୋଟି ଟଙ୍କାର ଘର

5/02/2023 at 4:32 PM

ନୂଆଦିଲ୍ଲୀ: ଧନୀ ଭାରତୀୟଙ୍କ ନୂଆ ଠିକଣା ଏବେ ଦୁବାଇ । ଅସୀମିତ ସମ୍ପତ୍ତି ଏବଂ ବିଳାଶପୂର୍ଣ୍ଣ ଜୀବନଶୈଳୀ ସେମାନଙ୍କୁ ଆକୃଷ୍ଟ କରୁଛି । ସ୍ଥାନୀୟ ରିଲୟ ଇଷ୍ଟେଟ୍ ବ୍ୟବସାୟୀଙ୍କ ଅନୁସାରେ, ଏଥିରେ ଅଧିକାଂଶ ହେଉଛନ୍ତି ବ୍ୟବସାୟୀ କିମ୍ୱ ଆନ୍ତ୍ରପ୍ରେନିୟର୍ସ । ପର୍ଯ୍ୟଟନର ହବ୍ ରୂପେ ପରିଚିତ ଡାଉନଟାଉନ ଦୁବାଇରେ ଅନେକ ମଲ ଏବଂ ସ୍କାଇସ୍ପେୟର୍ସ ରହିଛି । ଏଠାରେ ନିକଟ ଅତୀତରେ ଭାରତୀୟମାନେ ବଡ ପରିମାଣରେ ଘର କିଣିଛନ୍ତି । ୨୦୨୨ର ଡାଟାକୁ ଜଣାପଡୁଛି ଯେ ଦୁବାଇରେ ଭାରତୀୟଙ୍କ ଘର ସଂଖ୍ୟା ବହୁ ଗୁଣା ବଢିଛି । ଗତ ବର୍ଷ ଅର୍ଥାତ୍ ୨୦୨୨ରେ ଭାରତୀୟମାନେ ଦୁବାଇର ରିୟଲ ଇଷ୍ଟେଟ୍ ମାର୍କେଟରୁ ୧୬ ବିଲିୟନ ଦିରହମ(୩୫,୫୦୦ କୋଟି ଟଙ୍କା)ର କିଣିଛିନ୍ତି । ୨୦୨୧ରେ ଭାରତୀୟମାନେ ଦୁବାଇରେ ଘରେ କିଣିବା ପାଇଁ ଆଧା ରାଶି ୯ ବିଲିୟନ ଦିରହମ ଖର୍ଚ୍ଚ କରିଥିଲେ । ପୂର୍ବ ବର୍ଷ ଦୁବାଇରେ ଘର କିଣିଥିବା ଲୋକଙ୍କ ମଧ୍ୟରେ ୪୦ ପ୍ରତିଶତ ଭାରତୀୟ ଥିଲେ ।

ବହୁରାଷ୍ଟ୍ରୀୟ କମ୍ପାନିର ବରିଷ୍ଠ ଅଧିକାରୀଙ୍କ ନଜର ଦୁବାଇରେ ପ୍ରୋପର୍ଟି କିଣିବା ଉପରେ ରହିଛି । ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁସାରେ ଦୁବାଇରୁ ସାରା ଦୁନିଆକୁ ଯୋଗାଯୋଗ ରହିଛି । ଅନେକ ଭାରତୀୟ ଆକାଶ ଛୁଆଁ ଦାମୀ ଆପାର୍ଟମେଣ୍ଟରେ ରହିବା ଆରମ୍ଭ କରିଛନ୍ତି । ଦୁବାଇରେ ଭାରତୀୟମାନେ ଯେଉଁ ଘର କିଣିଛନ୍ତି ତାର ମୂଲ୍ୟ ୧.୬ ମିଲିୟନ ଦିରହମରୁ ୧.୭ ଦିରହମ (୩.୬ କୋଟି ଟଙ୍କାରୁ ୩.୮ କୋଟି ଟଙ୍କା)।

ଧନୀମାନଙ୍କ ମନ ପସନ୍ଦର ସ୍ଥାନ ପାଲିଟିଛି ଦୁବାଇ । ସହରର ବିଶ୍ୱ ସ୍ତରୀୟ ଭିତ୍ତିଭୂମି ସାରା ଦୁନିଆକୁ ନିଜ ଆଡକୁ ଆକର୍ଷିତ କରୁଛି । ଏହି ସବୁ ଫ୍ୟକ୍ଟର ଯୋଗୁଁ ଭାରତୀୟଙ୍କ ପସନ୍ଦର ସ୍ଥାନ ପାଲଟୁଛି ଦୁବାଇ ।

   Related Posts