‘ବଧାଇ ହୋ ୨’ରେ ଆୟୁଷ୍ମାନ ଖୁରାନାଙ୍କ ଜାଗାରେ ରାଜକୁମାର ରାଓଙ୍କୁ କଣ ପାଇଁ ନିଆଗଲା ? ସାମ୍ନାକୁ ଆସିଲା କାରଣ

Published By : Prameya-News7 Bureau | March 09, 2020 IST

ମୁମ୍ବାଇ ୦୯।୦୩- ବଲିଉଡ୍ ଅଭିନେତା ଆୟୁଷ୍ମାନ ଖୁରାନା ବଲିଉଡରେ ଏକ ଭିନ୍ନ ଟ୍ରେଣ୍ଡ୍ ସେଟ୍ କରିଛନ୍ତି। ଆୟୁଷ୍ମାନଙ୍କୁ ବଲିଉଡରେ କଣ୍ଟେଡ୍- ବେସ୍‌ଡ ସିନେମାର କିଙ୍ଗ କୁହାଯାଏ। ଆୟୁଷ୍ମାନ ଖୁରାନାଙ୍କ ପ୍ରତି ଫିଲ୍ମରେ ଦର୍ଶକଙ୍କ ଲାଗି ଏକ ସ୍ଵତନ୍ତ୍ର ବାର୍ତ୍ତା ରହିଥାଏ। ଖୁରାନାଙ୍କ କ୍ୟାରିୟରରେ ବଧାଇ ହୋ ମଧ୍ୟ ଏମିତି ଏକ ଫିଲ୍ମ। ଏହି ଫିଲ୍ମରେ ଆୟୁଷ୍ମାନ ଖୁରାନାଙ୍କ ବ୍ୟତୀତ ନୀନା ଗୁପ୍ତା, ରାଜରାଜ ରାଓ ଓ ସୁରେଖା ସିକରୀ ନଜର ଆସିଥିଲେ।

ମାତ୍ର ଫିଲ୍ମ ବଧାଇ ହୋର ସିକ୍ଵେଲରେ ଆୟୁଷ୍ମାନ ନଜର ଆସିବେ ନାହିଁ। ଫିଲ୍ମରେ ଖୁରାନାଙ୍କ ଜାଗାରେ ରାଜକୁମାର ରାଓ ଲିଡ୍ ରୋଲରେ ନଜର ଆସିବେ। ଫିଲ୍ମର ସିକ୍ଵେଲକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ରହିଛି। ଏବେ  ପ୍ରଶ୍ନ ଉଠୁଛି ଯେ, ଫିଲ୍ମର ସିକ୍ଵେଲରୁ ଆୟୁଷ୍ମାନ ଖୁରାନାଙ୍କ ରିପ୍ଲେସ କାହିଁକି କରାଗଲା ? ଏହି ପ୍ରଶ୍ନର ଉତ୍ତର ମିଳି ଯାଇଛି। ଫିଲ୍ମର ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଜଙ୍ଗଲୀ ପିକଚର୍ସ ପାଖରେ ବଧାଇ ହୋର ଫ୍ରାଞ୍ଚାଇଜି ଆରମ୍ଭ କରିବାର ପୂର୍ବରୁ ଏକ ଆଇଡିଆ ଥିଲା।  ଫିଲ୍ମରେ ସିକ୍ଵେଲର କାହାଣୀ ସଂପୂର୍ଣ୍ଣ ଅଲଗା ହେବ ଏବଂ ସେଥିରେ ଚରିତ୍ରକୁ ସଂପୂର୍ଣ୍ଣ ଅଲଗା ରୂପେ ଦେଖାଯିବ।

{"id":235663,"width":749,"height":371,"sizeSlug":"large"}

ରାଜକୁମାରଙ୍କ ସହିତ କିଏ ରହିବେ ଅଭିନେତ୍ରୀ

ସୂତ୍ର ମୁତାବକ, ଫିଲ୍ମ ନିର୍ମାତା ଦୁଇ ବର୍ଷ ପୂର୍ବରୁ ବଧାଇ ହୋର ଆଇଡିଆ ଉପରେ କାମ କରିବା ଆରମ୍ଭ କରି ଦେଇଥିଲେ। ଫିଲ୍ମ ନିର୍ମାତା ଫିଲ୍ମରେ ସଂପୂର୍ଣ୍ଣ ଭାବେ ନୂତନ କ୍ୟାରେକ୍ଟର ଦେଖାଇବାକୁ ଚାହୁଁଥିଲେ। ଏହି  କାରଣରୁ ଆୟୁଷ୍ମାନଙ୍କ ସହିତ ଏନେଇ ଆଲୋଚନା କରାଯାଇନଥିଲା। ଏହା ବ୍ୟତୀତ ଆୟୁଷ୍ମାନ ଖୁରାନା ନିକଟରେ ରିଲିଜ୍ ଶୁଭ ମଙ୍ଗଲ ଜ୍ୟାଦା ସାବଧାନରେ ଗେ ଚରିତ୍ରରେ ଅଭିନୟ କରିଥିଲେ। ତେଣୁ ନିର୍ମାତ ଖୁରାନାଙ୍କୁ ସ୍ଥାନରେ ନୂତନ ଅଭିନେତା ନେବାକୁ ଚାହୁଁଥିଲେ।

{"id":235664,"width":748,"height":416,"sizeSlug":"large"}

ବଧାଇ ହୋ ୨ରେ ରାଜକୁମାର ରାଓଙ୍କ ସହିତ ଅଭିନେତ୍ରୀ ଭୂମି ପାଡନେକର ଅଭିନୟ କରିବେ। ପ୍ରଥମ ଥର ରାଜକୁମାର ରାଓ ଓ ଭୂମି ପାଡନେକର ଏକାଠି ନଜର ଆସିବେ। ରାଜକୁମାର ଫିଲ୍ମରେ ଏକ ପୋଲିସ ଚରିତ୍ରରେ ଏବଂ ଭୂମି ଫିଲ୍ମରେ ଏକ ପିଟି ଶିକ୍ଷକ ଚରିତ୍ରରେ ନଜର ଆସିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.