ମେକଅପ୍ ପୂର୍ବରୁ ପ୍ରାଇମର କାହିଁକି ଲଗାଯାଇଥାଏ: ଜାଣନ୍ତୁ

Published By : Prameya-News7 Bureau | March 27, 2019 IST

ଏବେ ମେକଅପ୍ ଉତ୍ପାଦ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏପରି କେତେକ ଜିନିଷ ରହିଛି ଯାହା ବିଷୟରେ ଆମେ ଆଗରୁ କିଛି ଜାଣିନଥିଲୁ। ତ୍ବଚାକୁ କୈାଣସି ପ୍ରକାରର କ୍ଷତି ନ ପହଞ୍ଚିବା ପାଇଁ ଏବଂ ଅଧିକ ସମୟ ମେକଅପ୍ ଫ୍ରେଶ୍ ରହିବା ପାଇଁ କେତେକ ଉତ୍ପାଦ ପ୍ରସ୍ତୁତ ହୋଇଛି। କେତେକ ମେକଅପ୍ ଆର୍ଟିଷ୍ଟ ମେକଅପ୍ ଲଗାଇବା ପୂର୍ବରୁ ପ୍ରାଇମର ପ୍ରୟୋଗ କରିଥାଆନ୍ତି ଯାହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ। ବଜାରରେ ବିଭିନ୍ନ ପ୍ରକାରର ପ୍ରାଇମର ଉପଲବ୍ଧ। ଓଠରୁ ଆରମ୍ଭ କରି ଆଖିର ମେକଅପ୍ ପର୍ଯ୍ୟନ୍ତ ସବୁ ବଜାରରେ ଉପଲବ୍ଧ। କିନ୍ତୁ ପ୍ରାଇମର କିଣିବା ପୂର୍ବରୁ ଏହା ଜାଣିବା ଅତ୍ୟନ୍ତ ଜରୁରୀ ଯେ କେଉଁ ପ୍ରାଇମର ଆପଣଙ୍କ ତ୍ବଚା ପାଇଁ ଉପଯୋଗୀ ଅଟେ।

୧.ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କ ମେକଅପ୍ ଫାଉଣ୍ଡେସନ୍ ୧୨ଘଣ୍ଟା ଯାଏଁ ଆପଣଙ୍କୁ ଫ୍ରେସ୍ ଲୁକ୍ ଦେଉଥିବା ଦରକାର ତେବେ ପ୍ରାଇମର ଏଥିପାଇଁ ଉପଯୋଗୀ ହୋଇଥାଏ। ପ୍ରାଇମର ଲଗାଇବା ଦ୍ବାରା ଆପଣଙ୍କ ଫାଉଣ୍ଡେସନ୍ ଅଧିକ ସମୟ ଯାଏଁ ରହିଥାଏ।

୨.ଆଜିକାଲି ଏୟାର ବ୍ରଶିଙ୍ଗ୍ ମେକଅପର ଚାହିଦା ଅଧିକ ଏଥିପାଇଁ ପ୍ରାଇମର ଯେକୈାଣସି ଫାଉଣ୍ଡେସନ ସହ ଲୁକ୍ ପାଇବାରେ ସାହାଯ୍ୟ କରିଥାଏ।

୩.ଯଦି ଆପଣଙ୍କ ତ୍ବଚାରେ ଲୋମ ଛିଦ୍ର,ବ୍ରଣ ଏବଂ ଚର୍ମ କୁଞ୍ଚନ ହୋଇଥାଏ ତେବେ ପ୍ରାଇମର ଏହାକୁ କଭର କରିବାରେ ସାହାଯ୍ୟ କରିଥାଏ। ସିଲିକନ୍ ଜେଲ ବେସଡ୍ ପ୍ରାଇମର ପରଫେକ୍ଟ ଲୁକ୍ ଦେବାରେ ସାହାଯ୍ୟ କରିଥାଏ।

୪.ଯଦି ଆପଣଙ୍କ ତ୍ବଚାରେ ମେକଅପ୍ ପରେ ଲାଇନ୍ ଦେଖାଯାଇଥାଏ ତେବେ ପ୍ରାଇମର ଏହାକୁ ରୋକିଥାଏ।

୫.ଯଦି ଆପଣଙ୍କୁ ଲାଗୁଛି ଯେ ଏହା ଠିକଭାବେ କାମ କରୁନାହିଁ ତେବେ ଏହା ଅର୍ଥ ଆପଣ ଉପଯୁକ୍ତ ପ୍ରାଇମର ବ୍ୟବହାର କରି ନାହାନ୍ତି। ରୁକ୍ଷ ତ୍ବଚାକୁ ଏପରି ପ୍ରାଇମର ଆବଶ୍ୟକ ହୋଇଥାଏ ଯାହା ଆପଣଙ୍କ ତ୍ବଚାକୁ ହାଇଡ୍ରେଟ୍ କରି ରଖିବ ଏବଂ ତୈଳାକ୍ତ ତ୍ବଚା ପାଇଁ ଏପରି ପ୍ରାଇମର ଆବଶ୍ୟକ ଯାହା ଆପଣଙ୍କ ତ୍ବଚାକୁ ଚିପଚିପ୍ ହେବାଠାରୁ ରୋକିବ।

୬.ପ୍ରାଇମର କିଣିବା ପୂର୍ବରୁ ରିସର୍ଚ୍ଚ କରି ଦେଖନ୍ତୁ ଯେ ଏହା ଆପଣଙ୍କ ଫାଉଣ୍ଡେସନରେ ମିଶାଯାଇପାରିବ ନାହିଁ। ଯଦି ଆପଣ ଓ୍ବାଟର ବେସଡ୍ ଫାଉଣ୍ଡେସନ ବ୍ୟବହାର କରୁଛନ୍ତି ତେବେ ସିଲିକନ୍ ବେସଡ୍ ଫାଉଣ୍ଡେସନ୍ ସବୁଠୁ ଭଲ ପରିଣାମ ଦେବ।

୭.ଆଖିର ମେକଅପ୍ ପାଇଁ ପ୍ରାଇମର ଅତ୍ୟନ୍ତ ଜରୁରୀ। ଏହା ଦ୍ବାରା ଆପଣଙ୍କ ଆଖିକୁ ଏକ ପରଫେକ୍ଟ ଲୁକ୍ ମିଳିବ। ଆଇ ମେକଅପରେ ଆପଣଙ୍କୁ ଓ୍ବାଟରପ୍ରୁଫ୍ ଫିଚର ମିଳିବ ଏବଂ ଆପଣଙ୍କ ମେକଅପ୍ ଅଧିକ ସମୟ ରହିବ। ଏଥିପାଇଁ ଆଇ ସ୍ୟାଡୋ ଲଗାଇବା ପୂର୍ବରୁ ପ୍ରାଇମର ଲଗାଇଲେ ଆପଣଙ୍କ ଆଖିକୁ ମ୍ୟାଟ୍ ଫିନିଶ୍ ସହ ପରଫେକ୍ଟ ଲୁକ୍ ମିଳିବ।

୮.ଯଦି ଆପଣଙ୍କୁ ଲାଗୁଛି ଯେ ଆଇ ସ୍ୟାଡୋ ଲଗାଇବା ପରେ ଆପଣଙ୍କ ଆଖିର କ୍ରିଜରେ ଲାଇନ୍ ଆସୁଛି ତେବେ ପ୍ରାଇମର ଦ୍ବାରା ଏହାକୁ ରୋକାଯାଇପାରିବ।

୯.ଆମ ସମସ୍ତଙ୍କୁ ଲିପଷ୍ଟିକ୍ ପାଇଁ ଏକ ଭଲ ଲିପ୍ ଲାଇନର ବାଛିବା ପାଇଁ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏଥିପାଇଁ ଆପଣଙ୍କୁ ଲିପ୍ ପ୍ରାଇମର ବ୍ୟବହାର କରିବା ଉଚିତ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.