ଅର୍ଜୁନଙ୍କ ବ୍ୟତୀତ କିଏ ଶୁଣିଥିଲେ ଶ୍ରୀକୃଷ୍ଣଙ୍କ ଗୀତାଜ୍ଞାନ ? ଜାଣନ୍ତୁ…
20/11/2023 at 2:00 PM

ନୂଆଦିଲ୍ଲୀ ୨୦।୧୧: ମହାଭାରତ ଯୁଦ୍ଧ କୌରବ ଏବଂ ପାଣ୍ଡବଙ୍କ ମଧ୍ୟରେ ହୋଇଥିଲା । କିନ୍ତୁ ଭାଇ ଅର୍ଥାତ୍ କୌରବଙ୍କ ବିରୋଦ୍ଧରେ ଅସ୍ତ୍ର ଉଠାଇବାକୁ ରାଜି ନଥିଲେ ଅର୍ଜୁନ । ତାଙ୍କୁ ବୁଝେଇବା ପାଇଁ ଭଗବାନ ଶ୍ରୀକୃଷ୍ଣ କୁରୁକ୍ଷେତ୍ରରେ ହିଁ ଅର୍ଜୁନଙ୍କୁ ଦେଇଥିଲେ ଗୀତାଜ୍ଞାନ ।

କୁରୁକ୍ଷେତ୍ରରେ ଚାରିଆଡେ ସେନା ଦ୍ବାରା ଘେରି ହୋଇଥିଲେ ସମସ୍ତେ । କିନ୍ତୁ ଗୀତା ଶୁଣାଇବା ସମୟରେ ଶ୍ରୀକୃଷ୍ଣ ସମୟକୁ ରୋକି ଦେଇଥିଲେ ଏବଂ ରଣଭୂମୀରେ ଥିବା ସୈନିକ ସ୍ତବ୍ଧ ହୋଇ ଯାଇଥିଲେ ।

ଏହି ସମୟରେ ହିଁ ଗୀତାଜ୍ଞାନ ଅର୍ଜୁନଙ୍କୁ ଦେଇଥିଲେ ଶ୍ରୀକୃଷ୍ଣ । ସବୁଠାରୁ ବଡ କଥା ହେଉଛି ଗୀତାଜ୍ଞାନ ଦେବା ବେଳେ ସମସ୍ତଙ୍କ ମଧ୍ୟରୁ କିଛି ଜଣ ହିଁ ଏହାକୁ ଶୁଣିପାରିଥିଲେ । ଗଣତି ଅନୁଯାୟୀ ଅର୍ଜୁନଙ୍କ ବ୍ୟତୀତ କେବଳ ୩ଜଣ ଥିଲେ ଯିଏକି ଶୁଣିପାରିଥିଲେ ଗୀତା ଜ୍ଞାନ । ଆସନ୍ତୁ ଜାଣିବା ସେମାନେ କିଏ ଥିଲେ…

ସବୁଠାରୁ ପ୍ରଥମେ ଥିଲେ ବଜରଙ୍ଗବାଲୀ ହନୁମାନ । କାରଣ ସେ ଅର୍ଜୁନଙ୍କ ରଥରେ ହିଁ ଥିଲେ । ଦ୍ବିତୀୟରେ ରହିଛନ୍ତି ସଞ୍ଜୟ । ତାଙ୍କୁ ବେଦବ୍ୟାସଙ୍କ କୃପାରୁ ଦିବ୍ୟ ଦୃଷ୍ଟି ପ୍ରାପ୍ତ ହୋଇଥିଲା । ଏହି କାରଣରୁ ହିଁ ସେ ମହଲରେ ଥାଇ ମଧ୍ୟ ଶୁଣିପାରିଥିଲେ ଗୀତା ଜ୍ଞାନ ।

ତୃତୀୟ ତଥା ଶେଷରେ ଗୀତା ଜ୍ଞାନ ଶୁଣିଥିଲେ ଘଟୋତ୍କୋଚଙ୍କ ପୁଅ ଅର୍ଥାତ୍ ଭୀମଙ୍କ ନାତି । ତାଙ୍କ ନାଁ ହେଉଛି ବର୍ବରିକ । ସେ ମଧ୍ୟ ଶ୍ରୀକୃଷ୍ଣଙ୍କ ବରଦାନରୁ ଶୁଣିପାରିଥିଲେ ଗୀତାଜ୍ଞାନ ।
You Can Read: