Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଦାମୀ ଚାକିରି ଛାଡି କାହିଁକି ହୁଅନ୍ତି ସିଭିଲ୍‌ ସର୍ଭାଣ୍ଟ, କ’ଣ ରହିଛି କାରଣ?

1/06/2023 at 1:28 PM

ନୂଆଦିଲ୍ଲୀ ୦୧/୦୬; ନିକଟରେ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଫଳ ବାହାରିଛି। ପ୍ରତିବର୍ଷ ଭଳି ଏଥର ମଧ୍ୟ ଅନେକ ଶିକ୍ଷାର୍ଥୀ ପ୍ରଶାସନିକ ଅଧିକାରୀ ହେବାର ସ୍ବପ୍ନକୁ ପୂରଣ କରିଛନ୍ତି। କଠିନ ପରିଶ୍ରମର ଫଳ ରାଙ୍କରେ ଆସିଛି ନଜର। ଆଇଆଇଟି, ଆଇଆଇଏମ୍‌ ସହ ଅନେକ ନାମୀ ଶିକ୍ଷାନୁଷ୍ଠାନର ଶିକ୍ଷାର୍ଥୀ ଏଥିରେ କୃତକାର୍ଯ୍ୟ ହୋଇଛନ୍ତି। ଏମିତି ବି କିଛି ପିଲା ସିଭିଲ୍‌ ସର୍ଭିସରେ କୃତକାର୍ଯ୍ୟ ହୋଇଛନ୍ତି ଯେଉଁମାନଙ୍କ ଦରମା ରହିଛି ମୋଟା ଅଙ୍କର। କିଛି ଲୋକ ବାର୍ଷିକ ୩୦ ଲକ୍ଷରୁ ଅଧିକ ଦରମା ପାଉଥିବା ଚାକିରି ଛାଡି ଏହି ପରୀକ୍ଷା ପାଇଁ ପ୍ରସ୍ତୁତି କରିଛନ୍ତି ଏବଂ ଏଥିରେ ସଫଳ ମଧ୍ୟ ହୋଇଛନ୍ତି।

ତେବେ ଅନେକ ଥର ଇଣ୍ଟରଭ୍ୟୁ ପାନେଲ୍‌ରେ ଭଲ ଦରମା ଥିବା ଚିକିରି ଛାଡି ସିଭିଲ୍‌ ସର୍ଭିସ୍‌ ପାଇଁ ଆଗେଇ ଆସିଥିବା ପ୍ରତିଯୋଗୀଙ୍କୁ ଏ ସମ୍ବନ୍ଧୀୟ ପ୍ରଶ୍ନ ପଚରାଯାଏ। କାହିଁକି ସିଭିଲ୍‌ ସର୍ଭିସ୍‌ ବୋଲି  ପ୍ରଶ୍ନ ହୁଏ। କେବଳ ବିଚାରକ ମଣ୍ଡଳୀ ନୁହଁନ୍ତି ଅନେକ ଲୋକଙ୍କ ମନରେ ମଧ୍ୟ ଏହି ପ୍ରଶ୍ନ। ଯେ ଏମିତି କଣ ସୁବିଧା ମିଳେ ଯେ ଜଣେ ଭଲ ଦରମା ଥିବା ଚାକିରି ଛାଡି କମ୍‌ ଦରମାରେ ପ୍ରଶାସନିକ ପଦରେ ଯୋଗଦିଅନ୍ତି। ଯଦି ଲଗ୍‌ଜିରିଅସ୍‌ ଲାଇଫ୍ ବଞ୍ଚିବାର ଅଛି ତେବେ ଅଧିକ ଦରମା ଥିବା ଚାକିରି ଛାଡି ଜଣେ କାହିଁକି ଏହି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ବର୍ଷ ବର୍ଷ ସମୟ ଦେବ। ତେବେ ବିଚାରକ ମାନଙ୍କ ଏହି ପ୍ରଶ୍ନରେ ଭିନ୍ନ ଭିନ୍ନ ଉତ୍ତର ଦିଅନ୍ତି ପ୍ରତିଯୋଗୀ।


କିଏ କୁହେ ଭିନ୍ନ ଭିନ୍ନ ବିଭାଗରେ କାମ କରିବାର ସୁଯୋଗ ମିଳେ ସିଭିଲ୍‌ ସର୍ଭିସ୍‌ରେ। ଲୋକଙ୍କ ସମସ୍ୟା ସମାଧାନ କରିବାର ଏକ ସୁଯୋଗ ଥାଏ ଏଥିରେ। ଅନେକ ସମୟରେ ଟଙ୍କା ଥିଲେ ଜଣେ ଏମିତି ବି ଲୋକଙ୍କର ସାହାଯ୍ୟ କରିପାରିବେ କିମ୍ବା ଅନେକ ଲୋକ ଏନ୍‌ଜିଓ ଦ୍ବାରା ଲୋକଙ୍କ ସାହାଯ୍ୟ କରିପାରିବେ ବୋଲି ମଧ୍ୟ ଓଲଟା ପ୍ରଶ୍ନ ହୁଏ। କିନ୍ତୁ ଏହାର ଉତ୍ତରରେ ଅନେକ ଶିକ୍ଷାର୍ଥୀ ହାତରେ ପାୱାର ଥିଲେ ଲୋକଙ୍କ ହିତରେ ପ୍ରଶାସନିକ ସ୍ଥରରେ ଅନେକ କାମ କରିହେବ ବୋଲି ଉତ୍ତର ଦିଅନ୍ତି। ଆଉ କିଛି ପ୍ରତିଯୋଗୀ ନିଜର ବ୍ୟକ୍ତିତ୍ବ ଯାହା ପ୍ରଶାସନିକ ଅଧିକାରୀ ପଦକୁ ସେ ନ୍ୟାୟ ଦେଇ ପାରିବେ ଏବଂ ଏହି ବିଭାଗ ଗୁଡିକରେ  ଭଲ କାର୍ଯ୍ୟପ୍ରଦର୍ଶନ କରିପାରିବେ ବୋଲି ମଧ୍ୟ କୁହନ୍ତି। 

   Related Posts