କେହି କେହି କାହିଁକି ଶୀଘ୍ର ବାର୍ଦ୍ଧକ୍ୟର ଶିକାର ହୁ୍ଅନ୍ତି ଜାଣନ୍ତି କି ? ଜାଣିଲେ କରିପାରିବେ ପ୍ରତିକାର…
19/08/2019 at 5:39 PM

ମଣିଷ ପାଖରେ ଯଦି ଟଙ୍କା ଥିବ ତାହେଲେ ସେ ସବୁ କାମ କରିପାରିବ ବୋଲି କୁହାଯାଏ। ଟଙ୍କା ଥିଲେ ନିଜର ମଧ୍ୟ ଭଲ ଭାବେ ଦେଖାରେଖା କରିହେବ। ଟଙ୍କା ମଣିଷକୁ କେବଳ ଗରିବରୁ ଧନି କରେ ନାହିଁ। ଚାଲିଚଳନ ସହ ବ୍ୟକ୍ତିତ୍ବରେ ମଧ୍ୟ ପରିବର୍ତ୍ତନ ଆଣିପାରେ ଟଙ୍କା। ଏକ ଗବେଷଣାରୁ ଜଣା ପଡିଛି ଯେ, ଯେଉଁମାନେ ଗରିବ ଥାନ୍ତି ସେମାନେ ଶୀଘ୍ର ବାର୍ଦ୍ଧକ୍ୟର ଶିକାର ହୁଅନ୍ତି। ଏହା ଜାଣିବା ପରେ ଅନେକ ଆଚମ୍ବିତ ହେଲେ ମଧ୍ୟ ଏହା ସତ।

ମିୟାମି ବିଶ୍ବବିଦ୍ୟାଳୟର ଅନୁସାରେ ଅଧିକ ଆୟ କରୁଥିବା ଲୋକ ଜୀବନର ପ୍ରତ୍ୟେକ ମୂହୁର୍ତ୍ତ ଭଲ ଭାବେ ବଞ୍ଚନ୍ତି। ସେମାନେ ତାଙ୍କ ଯୁବାବସ୍ଥା, ମଧ୍ୟଜୀବନରେ ଅନେକ ଭଲ ଅନୁଭବ କରିଥାନ୍ତି। କିନ୍ତୁ ଆର୍ଥିକ ରୂପରେ ଦୁର୍ବଳ ଥିବା ବ୍ୟକ୍ତିଙ୍କ ଜୀବନରେ ଅନେକ ସମସ୍ୟା ଆସିଥାଏ। ଖୁବ ଶୀଘ୍ର ଏହି ଲୋକମାନେ ବୃଦ୍ଧଅବସ୍ଥାର ସାମ୍ନା କରନ୍ତି।

ଆର୍ଥିକ ସ୍ଥିତି ଭଲ ନଥିଲେ ଏହାର ପ୍ରଭାବ ଜୀବନଶୈଳୀରେ ପଡେ। ଏହି ଗବେଷଣା ପାଇଁ କିଛି ଲୋକଙ୍କ ଇନ୍କମ ଡାଟା ବ୍ୟବହାର କରାଯାଇଥିଲା। ଆମେରିକାର ୩,୪୦୦ ଲୋକଙ୍କୁ ସାମ୍ପୁଲ ଆକାରରେ ନିଆଯାଇଥିଲା । ଏହି ସାମ୍ପୁଲ ମଧ୍ୟରେ ୧୮ ବର୍ଷରୁ ୧୩ ବର୍ଷ ବୟସ୍କଙ୍କ ସଂଖ୍ୟା ଅଧିକ ଥିଲା । ଏହି ଗବେଷଣାରୁ ଜଣା ପଡିଥିଲା ଯେ, ଇନ୍କମ୍ ଟ୍ରେଣ୍ଡ ଓ ଅନ୍ୟାନ୍ୟ ସାମାଜିକ ଓ ଅର୍ଥନୈତିକ ପରିସ୍ଥିତି ଯୋଗୁଁ ସ୍ବାସ୍ଥ୍ୟ ପ୍ରଭାବିତ ହେଉଛି।