ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆନନ୍ଦପୁର : ବାଇକକୁ ପଛପଟୁ ପିଟିଲା କାର୍‌, ଦୁଗ୍ଧ ବିକ୍ରି କରିବାକୁ ବାହାରିଥିଲେ ରବିନ୍ଦ୍ର
  • ||
  • ଓସ୍କାର ବିଜେତା ଗାୟିକା ଆଇରିନ କାରାଙ୍କ ଦେହାନ୍ତ, ୬୩ ବର୍ଷରେ ଦୁନିଆକୁ କହିଲେ ଅଲବିଦା
  • ||
  • IND vs NZ : ବର୍ଷାରେ ଧୋଇଗଲା ମ୍ୟାଚ୍, ୨ ଦିନିକିଆ ବାତିଲ
  • ||

୨୦ରୋଗୀଙ୍କୁ ବିଷ ଦେଇ ମାରିଦେଲେ ନର୍ସ ; ଜାଣନ୍ତୁ କାହିଁକି

1/12/2018 at 6:03 PM

ଟୋକିଓ ୦୧|୧୨: ଜାପାନର ଅୟୁମୋ କୋବୁକୀ ନାମ୍ନୀ ଜଣେ ନର୍ସ ନରକୀୟ କାଣ୍ଡ ଘଟାଇଛନ୍ତି । ନର୍ସ ଜଣଙ୍କୁ  ଡ୍ୟୁଟି ସମୟରେ ୨୦ ରୋଗୀଙ୍କୁ ବିଷ ଦେଇ ମାରିଦେଇଥିବା ଅଭିଯୋଗରେ ଗିରଫ କରାଯାଇଛି ।

ସୂଚନା ଅନୁସାରେ ୩୧ବର୍ଷୀୟ ଏହି ନର୍ସ ଟୋକିଓଠାରୁ ୩୨ କିମି ଦୂର ଓଗୁଚି ହସ୍ପିଟାଲରେ କାମ କରୁଥିଲେ । ସେ ବୟସ୍କ ରୋଗୀଙ୍କୁ ସାଲାଇନ ରେ ଆଣ୍ଟିସେପ୍ଟିକ୍ ସଲ୍ୟୁସନ ଲଗାଇ ସେମାନଙ୍କୁ ମାରିଦେଇଥିଲେ । ଜାପାନ ପୋଲିସ କହିବା ଅନୁସାରେ ଅୟୁମୋ ନିଜର ଦୋଷ ସ୍ବୀକାର କରିସାରିଛନ୍ତି । ମାତ୍ର ଏହାର କୌଣସି ସନ୍ତୋଷଜନକ କାରଣ କହିନାହାନ୍ତି ।

ଅୟୁମୋ ପୋଲିସକୁ କହିଛନ୍ତି ଯେ ସେ ଏଭଳି କେବଳ ବୟସ୍କ ଏବଂ ଅତ୍ୟଧିକ ଅସୁସ୍ଥ ରୋଗୀଙ୍କୁ ମାରୁଥିଲେ । ସେ ଏପରି ମାରିବାର କାରଣ ଥିଲା ଯେ ରୋଗୀଙ୍କର ତାଙ୍କ ସିଫ୍ଟରେ ମୃତ୍ୟୁ ନହୋଇ ଅନ୍ୟ ନର୍ସଙ୍କ ସିଫ୍ଟରେ ମୃତ୍ୟୁ ହେବ । ଅୟୁମୋ ଏଭଳି ଏଥିପାଇଁ କରୁଥିଲେ ଯେ ତାଙ୍କୁ ରୋଗୀଙ୍କ ସଂପର୍କୀୟଙ୍କୁ ସେମାନଙ୍କର ମୃତ୍ୟୁର ସୂଚନା ଦେବା ଭଲ ଲାଗୁନଥିଲା । ହସ୍ପିଟାଲର ନିୟମ ଅନୁସାରେ ରୋଗୀର ମୃତ୍ୟୁ ହେଲା ପରେ ଯେଉଁ ନର୍ସ ଡ୍ୟୁଟିରେ ଥିବେ ସେ ହିଁ ପରିବାରଲୋକଙ୍କ ସହ କଥାହେବେ ।

ଅୟୁମୋଙ୍କ କାରନାମାର ସମ୍ବନ୍ଧରେ ସେତେବେଳେ ଜଣାପଡିଥିଲା ଯେତେବେଳେ ୨୦୧୬ରେ ୮୮ବର୍ଷୀୟ ରୋଗୀଙ୍କ ମୃତ୍ୟୁ ପରେ ତାଙ୍କର ସାଲାଇନରେ ବବଲ ଦେଖାଦେଇଥିଲା । ବବଲ ଦେଖାଯିବାମାନେ ସାଲାଇନରେ କିଛି ଅପମିଶ୍ରଣ କରାଯାଇଛି । ଏହାପରେ ଡାକ୍ତରମାନେ  ପରୀକ୍ଷା କରିବା ପରେ ରୋଗୀଙ୍କ ରକ୍ତରେ ଅତ୍ୟଧିକ ଆଣ୍ଟିସେପଟିକ୍ ସଲ୍ୟୁସନ ମିଳିଥିଲା । ଏହାପରେ ସ୍ପଷ୍ଟ ହୋଇଥିଲା ଯେ ରୋଗୀଙ୍କୁ ବିଷ ଦିଆଯାଇଥିଲା । ଏହି ସୂଚନା ପୋଲିସକୁ ମିଳିବା ପରେ ଯାଞ୍ଚ ଆରମ୍ଭ ହୋଇଥିଲା । ଏହାପରେ ଅନ୍ୟ ଜଣେ ବୟସ୍କ ରୋଗୀଙ୍କର ଆଟୋସ୍ପି କରାଯାଇଥିଲା । ଜଣାପଡିଥିଲା ଯେ, ତାଙ୍କ ରକ୍ତରେ ମଧ୍ୟ ଆଣ୍ଟିସେପଟିକ୍ ସଲ୍ୟୁସନ ଅତ୍ୟଧିକ ରହିଛି । ଫଳରେ ପୋଲିସ ନର୍ସମାନଙ୍କର କମନ ରୁମ୍ ଯାଞ୍ଚ କରିଥିଲା । ସେଠାରେ ବ୍ୟବହାର ହୋଇନଥିବା ୧୦ଟି ସାଲାଇନ୍ ବ୍ୟାଗ୍ ମିଳିଥିଲା ଯେଉଁଥିଲେ ଆଣ୍ଟିସେପଟିକ୍ ସଲ୍ୟୁସନ ମିଳିଥିଲା । ଏହାପରେ ସମସ୍ତ ନର୍ସଙ୍କର ଡ୍ରେସ ଯାଞ୍ଚ କରାଯାଇଥିଲା । କେବଳ ଆୟୁମୋର ଡ୍ରେସ୍ ରୁ ହିଁ ଆଣ୍ଟିସେପଟିକ୍ ସଲ୍ୟୁସନ ଅଂଶ ମିଳିଥିଲା । ଏହାପରେ ଅୟୁମୋଙ୍କୁ ଗିରଫ କରାଯାଇଥିଲା । ଗିରଫ ହେବା ପରେ ସେ ସମସ୍ତ ଦୋଷ ସ୍ବୀକାର କରିଥିଲେ ।

୨୦୦୮ରେ ନର୍ସ ଡିଗ୍ରୀ ପାଇବା ପରେ ଅୟୁମୋ କେତେକ ହସ୍ପିଟାଲରେ କାମ କରିସାରିଥିଲେ । ୨୦୧୫ ମେ ରେ ସେ ଓଗୁଚି ହସ୍ପିଟାଲରେ ନିଯୁକ୍ତ ହୋଇଥିଲେ । ଅୟୁମୋଙ୍କ ସହକର୍ମୀ ଏବଂ ଅଧିକାରୀମାନଙ୍କ କହିବା ଅନୁସାରେ ଅୟୁମୋ ଭଦ୍ର ଏବଂ ଶାନ୍ତ ସ୍ବଭାବର ଥିଲେ । ରୋଗୀମାନେ ମଧ୍ୟ ତାଙ୍କୁ ଭଲ ନର୍ସ ଭାବୁଥିଲେ । ଚଳିତବର୍ଷ ଜୁନ୍ ରେ ସେ ଓଗୁଚି ହସ୍ପିଟାଲ ଛାଡିଦେଇଥିଲେ ଏବଂ ଜୁଲାଇରେ ତାଙ୍କୁ ଗିରଫ କରାଯାଇଥିଲା ।

   Related Posts