ନରେନ୍ଦ୍ର ମୋଦୀ କାହିଁକି ହୋଇପାରନ୍ତି ସବୁଠୁ ଲୋକପ୍ରିୟ ନେତା

Published By : Prameya-News7 Bureau | September 11, 2020 IST

ନୂଆଦିଲ୍ଲୀ ୧୧/୦୯: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏପରିକି ଦେଶରେ କରୋନା ଅଣାୟତ୍ତ ହୋଇଥିବା କହିଲେ କିଛି ଭୁଲ ହେବନି। ସେପଟେ ଚୀନ ଲଦାଖ ବର୍ଡରରେ ଅଶାନ୍ତି ସୃଷ୍ଟି କରୁଥିବା ବେଳେ ଅନେକ ଭାରତୀୟ ସୈନ୍ୟ ମଧ୍ୟ ସହିଦ ହୋଇଛନ୍ତି। କରୋନା କାଳରେ ଅର୍ଥନୀତିରେ ଅବନତି କାରଣରୁ ୨୧ ମିଲିୟନ୍ ଲୋକ ଚାକିରୀ ହରାଇଛନ୍ତି। ରାଜ୍ୟ ସରକାର କେନ୍ଦ୍ର ଉପରେ ଖୁସିନାହାନ୍ତି। ତଥାପି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକପ୍ରିୟତା ତାଲିକାରେ ଶୀର୍ଷରେ। କେମିତି ହେଉଛି ସମ୍ଭବ ?

ମୋଦୀ ସରକାର ବିଭିନ୍ନ ଉପାୟରେ କରୋନା ମୁକାବିଲା କରୁଥିବା ବେଳେ ବିଶ୍ଵର ଅନ୍ୟ ଲୋକପ୍ରିୟ ନେତା ନିଜର ଲୋକପ୍ରିୟତା ବଜାୟ ରଖିବାକୁ ଉଦ୍ୟମ କରି ବିଫଳ ହେଉଥିବା ଦେଖିବାକୁ ମିଳୁଛି। ମେକ୍ସିକୋର ଆନ୍ଡ୍ରେସ୍ ମାନୁଏଲ୍ ଲୋପେଜ୍ ଓବ୍ରାଡୋର୍ ନିର୍ବାଚନରେ କମ୍ ଭୋଟ୍ ପାଇଛନ୍ତି। କାରଣ ସେମାନେ ସତ୍ୟ ବୋଲି ଲୋକେ ମାନିବାକୁ ନାରାଜ। ନିକଟରେ କିଛି ଭୁଲ ପଦକ୍ଷେପ ପାଇଁ ଇଂଲଣ୍ଡରେ ଚାଲିଥିବା ନିର୍ବାଚନରେ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ଲୋପ୍ରିୟତା କମୁଥିବା ପରିଲକ୍ଷିତ ହୋଇଛି। ସେପଟେ ସ୍ଥାନୀୟ ନିର୍ବାଚନରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦଳକୁ ବହୁ କଠିନ ସମୟ ଦେଇ ଗତିକରିବାକୁ ପଡ଼ିଛି। କିନ୍ତୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ବାଚନ ପ୍ରଚାର ବେଳକୁ ପ୍ରାୟ କରୋନା ମହାମାରୀର ପ୍ରକୋପ କମିସାରିଥିବ।

wp:gallery {"ids":[328311]} /wp:gallery

ମୋଦୀ ହୁଏତ ଭଲଭାବେ ଜାଣିଛନ୍ତି ଜଣେ ଲୋକପ୍ରିୟ ନେତା ଓ ଭୋଟରମାନଙ୍କ ମଧ୍ୟରେ କିଭିଳି ସମ୍ପର୍କ ରହିବା ଦରକାର। ବ୍ରାଜିଲ୍ ପ୍ରଧାନମନ୍ତ୍ରୀ ଜୈର ବୋଲସୋନାରୋଙ୍କ ନିଜର ଲୋକପ୍ରିୟତା ନମ୍ବର ବୃଦ୍ଧି ପାଇଁ ଲୋକଙ୍କ ଖାତାରେ ସାମୟିକ ଭାବେ ଟଙ୍କା ଟ୍ରାନ୍ସଫର ମଡେଲ୍କୁ ସଙ୍କଟ ସମୟରେ ଆପଣାଇପାରିବେ। ତୁର୍କୀର ରିସେପ୍ ତାଇପି ଏର୍ଡୋଗାନ ଲୋକଙ୍କୁ ପ୍ରଭାବିତ କରିବା ପାଇଁ ନିଜର ଫେସ୍ ଭ୍ୟାଲ୍ୟୁର ବ୍ୟବହାର କରିବା ଭଳି ଭାରତରେ ମଧ୍ୟ ଏହାର ବ୍ୟବହାର ମଧ୍ୟ ଭାରତରେ ହେଉଥିବା ଦେଖିବାକୁ ମିଳିଛି।
ଅନ୍ୟଏକ ଦିଗ ପ୍ରତି ଯଦି ଧ୍ୟାନ ଦିଆଯାଏ ତେବେ ଜଣେ ଲୋକପ୍ରିୟ ନେତା କେବେ ବି କେବଳ ନିର୍ବାଚନ ଦୃଷ୍ଟିଭଙ୍ଗୀରେ ନିଜର ଭୋଟରଙ୍କୁ ଦେଖିନଥାଏ ।

ସେ ନିଜ ନିଜର ଏକ ନୂଆ ଫଣ୍ଡା ତିଆରି କରେ ଯେଉଁଥିରେ ସେ ହିଁ କେବଳ ହିରୋ ହୋଇଥାଏ । ଦେଶର ବିଭିନ୍ନ ସଙ୍କଟ ସମୟରେ ସେ ଏହି ଟ୍ରିକର ବ୍ୟବହାର କରିବାକୁ ପଡିଥାଏ। ସେମାନଙ୍କୁ ଆକ୍ଟିଂ କରିବାକୁ ବି ପଡ଼େ। ବହୁ କମ୍ ସମୟ ମଧ୍ୟରେ ସେମାନେ ବହୁ ବଡ଼ ବଡ଼ ନିଷ୍ପତ୍ତି ନେଇଥାନ୍ତି। ଯାହାକି ଲୋକଙ୍କ ମନରେ ତାଙ୍କ ପ୍ରତି ଏକ ନିଆରା ଭାବନା ଜାଗ୍ରତ କରିବ। ଯେପରି ସିଏ ଜଣେ ସାହସୀ, ବିଜ୍ଞ, ପ୍ରେରଣାଦାୟୀ ଆଦି ଶବ୍ଦ ସେମାନଙ୍କ ପାଇଁ ଲୋକେ ବ୍ୟବହାର କରିବେ।

wp:gallery {"ids":[328312]} /wp:gallery


ଆପଣ କଣ ନିଷ୍ପତ୍ତି ନେଲେ ତାହା କାମ କଲା କି ନାହିଁ ତା’ର କିଛି ଫରକ ପଡ଼େନି। ଏନେଇ ମୋଦୀ ନିଜ ଅଭିଜ୍ଞତାରୁ ଶିଖିଛନ୍ତି। କିନ୍ତୁ ଲୋକ ତାହାକୁ ବହୁ ବଡ଼ ନିଷ୍ପତ୍ତି ବୋଲି ମାନିଲେ କି ନାହିଁ ତାହା ହିଁ ବଡ଼ ବିଷୟ।
ସବୁଠୁ ବଡ଼ କଥା ହେଲା ମୋଦୀଙ୍କ ପ୍ରତି ଲୋକେ ଏହା ହିଁ ଭାବନ୍ତି ଯେ ଅନ୍ୟ ନେତା ଏଭଳି କରି ପାରିନଥିଲେ କି ଏମିତି ଦୁଃସାହାସ ନିଷ୍ପତ୍ତି ନେଇ ପାରିନଥିଲେ। ଆପଣ ବିମୂଦ୍ରୀକରଣକୁ ଉଦାହରଣ ଭାବେ ନେଇପାରିବେ। ବିମୂଦ୍ରୀକରଣ ହୋଇନଥିଲେ ଦେଶରେ ଦୁର୍ନୀତି ଥମିନଥାନ୍ତା। ଏପରିକି ଏଭଳି ଏକ ପଦକ୍ଷେପ କେବଳ ମୋଦୀ ହିଁ ନେଇପାରିଲେ ବୋଲି ଲୋକଙ୍କ ଦୃଢ଼ ବିଶ୍ବାସ। ଏହା ମୋଦିଙ୍କ ଲୋକପ୍ରିୟତା ବଜାୟ ରଖିବାରେ ସହାୟକ ହେଉଛି।

କୋଭିଡ-୧୯ ଆସିବା ପରେ ମାର୍ଚ୍ଚରେ ଅନ୍ୟ ଦେଶ ତୂଳନାରେ ପ୍ରଥମେ ଅର୍ଥବ୍ୟବସ୍ଥା ଉପରେ ରୋକ ଲଗାଇଦେଲେ ମୋଦୀ ସରକାର। ଏହାପରେ ଲୋକେ ଏହାର କଷ୍ଟ ଭୋଗିବା ଆରମ୍ଭ କଲେ। କିନ୍ତୁ ବିଶ୍ଵରେ କେବଳ ମୋଦୀ ହିଁ ମହାମାରୀ ସତ୍ଵେ ଅର୍ଥନୀତି ଅବନତିରେ ସୁଧାର ଆଣିପାରିବେ ବୋଲି ଲୋକଙ୍କ ମନରେ ବିଶ୍ଵାସ ରହିଛି। ସଙ୍ଗେସଙ୍ଗେ ବିଭିନ୍ନ ପଦକ୍ଷେପ ନେବା ସହ ମହାମାରୀରେ ରାଜନୈତିକ ବାଧା ସତ୍ଵେ ନିଜର ଲୋକପ୍ରିୟତାକୁ ବଜାୟ ରଖିଲେ ମୋଦୀ। ଏବେ ଏମିତି କେହି ପ୍ରମାଣ କରି ପାରିବେନି ଯେ, ସେ କିଛି କରିନାହାନ୍ତି। ଏହାସହ ଭୋଟରଙ୍କୁ ବିଶ୍ଵାସ ଦେଇପାରିବେନି ଯେ ମୋଦୀ କିଛି କରିନାହାନ୍ତି।

wp:gallery {"ids":[328313]} /wp:gallery

ଯେତେବେଳେ ନିଷ୍ପତ୍ତି ବହୁତ ବଡ଼ ହୋଇଯାଏ ସେତେବେଳେ ନେତାର ଲୋକପ୍ରିୟତାରେ ବୃଦ୍ଧି ଘଟିବାର ଆଶା ବୃଦ୍ଧିପାଏ। ଭାରତ ସମେତ ଅନ୍ୟ ଦେଶରେ ଯଦି ମହାମାରୀ କାୟାବିସ୍ତାର କରିଛି କେବଳ ପ୍ରଶାସକ, ରାଜ୍ୟସରକାର କିମ୍ବା ଲୋକମାନେ ହିଁ ଦାୟୀ। କାରଣ ସେମାନେ ନେତାଙ୍କ ଦୂରଦୃଷ୍ଟିରେ ପହଞ୍ଚିପାରିଲେ ନାହିଁ। କିଛି ଲୋକ ଭାବୁଛନ୍ତି ଯେ ମହାମାରୀ ବିଶ୍ଵର ମତଦାତାମାନଙ୍କୁ ପୁଣି ଥରେ ପ୍ରବର୍ତ୍ତାଇବ କି ତାଙ୍କର ନେତାଙ୍କ ପାରିବା ପଣିଆ କେତେ ଜାଣିବା ପାଇଁ । କିନ୍ତୁ ଭାରତର କିଛି ବି ବଦଳିନି କି ବଦଳିବନି ମୋଦିଙ୍କ ଭଳି ନେତା ଥିବା ଯାଏଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.