ଟିମ୍ ଇଣ୍ଡିଆର କୋଚ୍ ହୋଇପାରିବେନି ଧୋନୀ, ଜାଣନ୍ତୁ ଏହା ପଛର କାରଣ ?

Published By : Prameya-News7 Bureau | May 30, 2024 IST

ନୂଆଦିଲ୍ଲୀ ୩୦/୦୫: କମୁନି ଚର୍ଚ୍ଚା, ଥମୁନି ଆଲୋଚନା । କିଏ ହେବେ ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ୍? ଚର୍ଚ୍ଚାରେ ପଡିପାରୁନି ପୂର୍ଣ୍ଣଛେଦ । ଟି-୨୦ ବିଶ୍ୱକପ୍ ଆରମ୍ଭ ହେବାକୁ ବସିଲାଣି ତଥାପି କୋଚ୍ କିଏ ହେବ ସେନେଇ ନିଷ୍ପତ୍ତି ସରୁନି । କାରଣ ଜୁନ ୨ରୁ ଆରମ୍ଭ ହେଉଥିବା ଟି-୨୦ ବିଶ୍ୱକପ ଶେଷ ହେବା ପରେ ଟିମ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଡ୍ରାଭିଡଙ୍କ କାର୍ଯ୍ୟକାଳ ବି ସରିବ । 

ଡ୍ରାଭିଡଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ମୁଖ୍ୟ କୋଚ୍ ପଦ ପାଇଁ ବିସିସିଆଇ ଦରଖାସ୍ତ ଆହ୍ୱାନ କରିଥିଲା । ମେ’ ୨୭ରେ ଥିଲା ଆବେଦନର ଶେଷ ତାରିଖ । ତେବେ ବିସିସିଆଇ ପାଖକୁ ଆସିଥିଲା ୩ ହଜାରରୁ ଅଧିକ ଆବେଦନପତ୍ର । ଏଥିରୁ ଅଧିକାଂଶ ଥିଲା ଫେକ । 

ବିସିସିଆଇ ପାଖେର କେତୋଟି ଫେକ୍ କେତୋଟି ପ୍ରକୃତ ଆବେଦନପତ୍ର ସେକଥା ସ୍ପଷ୍ଟ ହୋଇନାହିଁ। କିନ୍ତୁ ସୋଶିଆଲ ମିଡିଆରେ ଧୋନି ଭାରତୀୟ ଟିମର ମୁଖ୍ୟ କୋଚ୍ ହୁଅନ୍ତୁ ବୋଲି ଟ୍ରେଣ୍ଡ ଚାଲିଛି । ଖାସ୍ କରି ତାଙ୍କ ପ୍ୟାନ୍ସ ଚାହୁଁଛନ୍ତି ଧୋନୀ କୋଚ୍ ହୁଅନ୍ତୁ । 

ଏସବୁ ଚର୍ଚ୍ଚା ଭିତରେ ନୁଆ ଚର୍ଚ୍ଚା ସାମ୍ନାକୁ ଆସିଛି କି, ତେବେ ଧୋନି ଚାହିଁଲେ ବି ଟିମ ଇଣ୍ଡିଆର ମୁଖ୍ୟ କୋଚ୍ ପଦ ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ ନାହିଁ। ବିସିସିଆଇ ନିୟମ ଅନୁଯାୟୀ ମୁଖ୍ୟ କୋଚ୍ ପାଇଁ ଆବେଦନ କରୁଥିବା ବ୍ୟକ୍ତି ପ୍ରଥମେ କ୍ରିକେଟର ସବୁ ପ୍ରକାରର ଫର୍ମାଟରୁ ଅବସର ନେଇଥିବା ଦରକାର । 

ଧୋନି ୨୦୨୦ରୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଛନ୍ତି। କିନ୍ତୁ ସେ ଏବେ ବି ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ପାଇଁ ଖେଳୁଛନ୍ତି । ଯେଉଁଥିପାଇଁ ସେ କେବେ ହେଲେ ବି ମୁଖ୍ୟ କୋଚ୍ ପଦ ପାଇଁ ଚୟନ ହୋଇପାରିବେନି । 

ଯଦିଓ ସେ ମୁଖ୍ୟ କୋଚ୍ ନ ହୁଅନ୍ତି ତେବେ ଧୋନି ଟିମ ଇଣ୍ଡିଆ ସହ ଯୋଡ଼ି ହୋଇପାରିବେ। 

କାରଣ ପୂର୍ବରୁ ମଧ୍ୟ ୨୦୨୧ ଟି-୨୦ ବିଶ୍ୱକପ ସମୟରେ ଧୋନିଙ୍କୁ ଟିମ ଇଣ୍ଡିଆର ମେଣ୍ଟର ଭାବେ ନିଯୁକ୍ତ କରାଯାଇଥିଲା । ହେଲେ ଭାରତୀୟ ଟିମ ଗ୍ରୁପ ଷ୍ଟେଜରୁ ହିଁ ବିଶ୍ୱକପରୁ ବିଦାୟ ନେଇଥିଲା । ଏପଟେ ୨୦୨୪ ଆଇପିଏଲ ପରେ ଧୋନି ଅବସର ନେଇଯିବେ ବୋଲି ଶୁଣିବାକୁ ମିଳୁଥିଲା । କିନ୍ତୁ ୨୦୨୪ ଆଇପିଏଲରେ ଧୋନିଙ୍କ ପ୍ରଦର୍ଶନ ଦମଦାର ଥିଲା । ଏଯାଏଁ ସେମିତି କିଛି ସ୍ପଷ୍ଟ ଘୋଷଣା କରିନାହାଁନ୍ତି ଏମ୍‌ ଏସ୍ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.