ନୂଆଦିଲ୍ଲୀ, ୧୩।୦୭: ୨୦୦୨ ନାଟଓ୍ୱେଷ୍ଟ୍ ସିରିଜରେ ଭାରତ ଇଂଲଣ୍ଡ ବିପକ୍ଷରେ ରୋମାଞ୍ଚକର ବିଜୟ ହାସଲ କରିଥିଲା । ୨୦୦୨ ଜୁଲାଇ ୧୩ରେ ଲର୍ଡସରେ ଖେଳାଯାଇଥିବା ଏହି ଐତିହାସିକ ମୁକାବିଲା ଦୁଇଟି କାରଣ ପାଇଁ ବେଶୀ ଚର୍ଚ୍ଚିତ । ପ୍ରଥମରେ ଦଳର ଅଧିନାୟକ ସୌରଭ ଗାଙ୍ଗୁଲି ବିଜୟୀ ହେବା ପରେ ସାର୍ଟ ଖୋଲି ଉତ୍ସବ ମନାଇଥିଲେ । ଦ୍ୱିତୀୟରେ ଦଳ ଆଉ ଏକ ସଫଳ ଯୋଡି ପାଇଥିଲା । ତାହା ଥିଲା ଯୁବରାଜ ସିଂ ଓ ମହମ୍ମଦ କୈଫ । ଦଳ ଏହି ମ୍ୟାଚରେ ୩୨୬ ରନ୍ର ଟାର୍ଗେଟକୁ ସଙ୍ଘର୍ଷ କରି ଜିତିନେଇଥିଲା ।
ଆଜିର ଦିନରେ ୩୨୬ ରନ୍ର ଟାର୍ଗେଟ୍ ପୂରଣ କରିବା ସହଜ । କିନ୍ତୁ ସେହି ସମୟରେ ଏହା କଷ୍ଟ ଥିଲା । ଏହି ମ୍ୟାଚରେ ଯୁବରାଜ ଓ କୈଫ ମିଡିଲ ଅର୍ଡରରେ ବ୍ୟାଟିଂ କରି ଦଳକୁ ଜିତାଇଥିଲେ । ଉଭୟଙ୍କ ମଧ୍ୟରେ ୧୨୧ ରନ୍ର ପାର୍ଟନରସିପ୍ ହୋଇଥିଲା ।
{"id":299894,"width":685,"height":385,"sizeSlug":"large"}ଯୁବରାଜ ସିଂ ୬୯ ରନ୍ କରି ଆଉଟ ହେବା ପରେ କୈଫ ୭୫ ବଲରୁ ୮୭ ରନ୍ କରି ବିଜୟୀରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏହି ମ୍ୟାଚର ବିଜୟକୁ କୈଫ ଘରକୁ ଫେରି ସେଲିବ୍ରେସନ୍ କରିଥିଲେ । କୈଫ କହିଛନ୍ତି ଯେ, ସେ ଟିକେ ଲାଜକୁଳା ସ୍ୱଭାବର ଅଟନ୍ତି । ସେ ଘରକୁ ଫେରିବା ପରେ ମାଆ ସମସ୍ତଙ୍କୁ ଚା ଜଳଖିଆ ଦେଇଥିଲେ । ଆହ୍ଲାବାଦ ଫେରିବା ପରେ ତାଙ୍କୁ ଏକ ଖୋଲା ଜିପ୍ରେ ସହର ପରିକ୍ରମା କରାଯାଇଥିଲା । ଏହି ସମୟରେ ତାଙ୍କର ଅମିତାଭ ବଚ୍ଚନଙ୍କ କଥା ମନେ ପଡିଥିଲା । ସେ ପିଲାଦିନେ ଅମିତାଭ ବଚ୍ଚନଙ୍କୁ ଏକ ଖୋଲା ଜିପ୍ରେ ଦେଖିଥିଲେ । ସେତେବେଳେ ଅମିତାଭ ୩୫ ବର୍ଷର ଥିଲେ । ଏହି ମ୍ୟାଚକୁ ଭାରତୀୟ ପ୍ରଶଂସକ ମନେ ରଖିଛନ୍ତି କାରଣ ଏହା ୧୯୮୩ ବିଶ୍ୱକପ ଫାଇନାଲ ପରେ ଲର୍ଡସରେ ସର୍ବବୃହତ ଟୁର୍ଣ୍ଣାମେଣ୍ଟ ଥିଲା ।