ଋଷ ଛାଡି କାହିଁକି ପଳାଉଛନ୍ତି ଲୋକେ? ରାଜଧାନୀ ମସ୍କୋ ସଡ଼କ ଫାଙ୍କା, କୁଆଡେ ଗଲେ ନାଗରିକ?

Published By : Prameya-News7 Bureau | October 20, 2022 IST

ମସ୍କୋ ୨୦।୧୦: ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଋଷୀୟ ସହରମାନଙ୍କରୁ ପୁରୁଷ ଲୋକେ ଘର ଛାଡି ପଳାୟନ କରିଛନ୍ତି। ଏବେବି ଲୋକଙ୍କ ପଳାୟନ ଜାରି ରହିଛି। ଏବେ କେବଳ ମହିଳା ଓ ବୟସ୍କ ଲୋକେ ହିଁ ରାସ୍ତାଘାଟରେ ଦେଖା ଯାଉଛନ୍ତି। ଯେଉଁ ସଡକ ଏକଦା କୋଳାହଳମୟ ଥିଲା ଏବେ ସେହି ସବୁ ମୁଖ୍ୟ ସଡ଼କ ଶୁନସାନ ହୋଇଯାଇଛି। ବାର ଓ ପବ୍ ମାନଙ୍କରେ ଅଧିକାଂଶ ମହିଳା ହିଁ ଦେଖା ଯାଉଛନ୍ତି।

{"id":698407,"width":843,"height":475,"sizeSlug":"full","linkDestination":"none"}

କୁହାଯାଉଛି ୟୁକ୍ରେନ ସହ ଯୁଦ୍ଧରେ ଋଷିଆକୁ ସୈନ୍ୟ ଅଭାବ ଦେଖାଦେଇଛି। ଏଣୁ ସରକାର ଋଷୀୟ ପୁରୁଷମାନଙ୍କୁ ସେନାରେ ଯୋଗଦେବା ଲାଗି ବାଧ୍ୟ କରୁଛନ୍ତି। ଯୁବକଙ୍କୁ ଧରି ସେନାରେ ସାମିଲ କରାଯାଉଛି ଓ ସେମାନଙ୍କୁ ଯୁଦ୍ଧ କରିବାକୁ ୟୁକ୍ରେନ ପଠାଯାଉଛି। ଏହି ଡରରେ ବହୁ ସଂଖ୍ୟାରେ ଲୋକ ଘର ଛାଡି ଅନ୍ୟଦେଶମାନଙ୍କୁ ପଳାୟନ କରୁଛନ୍ତି। କେବଳ କାଜିକସ୍ତାନକୁ ୨ ଲକ୍ଷରୁ ଅଧିକ ଲୋକେ ପଳାୟନ କରିଥିବା ଜଣାପଡିଛି।

{"id":698408,"sizeSlug":"full","linkDestination":"none"}

କାଜିକସ୍ତାନ ଯିବା ଲାଗି ଋଷୀୟଙ୍କୁ ପାସପୋର୍ଟର ଆବଶ୍ୟକତା ନାହିଁ। ଏହା ଛଡା ଲୋକେ ଜର୍ଜିଆ, ଆର୍ମେନିଆ, ଅଜରବୈଜାନ, ଇରାନ, ଇସ୍ରାଏଲ, ଆର୍ଜେଣ୍ଟିନା ଓ ପଶ୍ଚିମ ଇୟୁରୋପ ଅନେକ ଦେଶଙ୍କୁ ଋଷୀୟ ପୁରୁଷ ପଳାୟନ କରିଛନ୍ତି। ଋଷିୟ ସୈନିକମାନେ ରାସ୍ତାଘାଟରେ ଏବେ ଲୋକଙ୍କ ଆଇଡି ଚେକ୍‌ କରୁଛନ୍ତି। ଏଥିରୁ ଯେଉଁମାନେ ଉପଯୁକ୍ତ ମନେ ହେଉଛନ୍ତି ସେମାନଙ୍କୁ ଧରି ନେଉଛନ୍ତି ବୋଲି ଲୋକେ କହୁଛନ୍ତି। ପୁଟିନଙ୍କ ନିଷ୍ପତ୍ତିରେ ଦେଶବାସୀ ଖୁସି ନୁହନ୍ତି। ଏଣୁ ଦେଶଛାଡି ପଳାଇଛନ୍ତି। ଯେଉଁ କିଛି ଲୋକେ ମିଳୁଛନ୍ତି ସେମାନଙ୍କୁ ଧରି ଯୁଦ୍ଧ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.