oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଓଡିଶା ଗ୍ରାମ୍ୟବ୍ୟାଙ୍କର ମ୍ୟାନେଜର ମୃତ, ଗୁରୁତର ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟରୁ ସୂଚନା, ଧାମନଗର ଉପନିର୍ବାଚନ ପାଇଁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି
  • ||
  • ଅଗ୍ନିଶ୍ଵର ମନ୍ଦିର ଉପରେ ଚଢ଼ିଗଲେ ପୂଜକ, ସିଂହଦ୍ୱାର ଥାନାରେ ଅଟକ ରଖିଲା ପୋଲିସ୍‌
  • ||
  • ଅରୁଣାଚଳ ପ୍ରଦେଶ: ତଓ୍ୱାଙ୍ଗରେ ସେନା ହେଲିକପ୍ଟର କ୍ରାସ୍, ପାଇଲଟଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

ସ୍ୱାଧୀନତା ଦିବସରେ ଲୋକେ କାହିଁକି ଉଡ଼ାନ୍ତି ଗୁଡ଼ି? ଜାଣନ୍ତୁ ଐତିହାସିକ କାରଣ

2/08/2022 at 4:58 PM

ନୂଆଦିଲ୍ଲୀ ୨।୮: ପାଖେଇ ଆସୁଛି ସ୍ୱାଧୀନତା ଦିବସ। ଜାତୀୟ ଦିବସ ସମାରୋହ ଲାଗି ଲୋକଙ୍କ ମନରେ ଅନେକ ଉତ୍ସାହ। ପ୍ରତିବର୍ଷ ସ୍ୱାଧୀନତା ଦିବସ ଅବସରରେ ରାଜଧାନୀ ଦିଲ୍ଲୀ ସମେତ ଅନେକ ସ୍ଥାନରେ ଲୋକେ ଗୁଡ଼ି ଉଡାଇ ସ୍ୱାଧୀନତା ଦିବସ ପାଳନ କରିଥାନ୍ତି। ତେବେ ଦେଶ ସ୍ୱାଧୀନ ହେବା ପୂର୍ବରୁ ମଧ୍ୟ ଲୋକେ ଗୁଡି ଉଡାଇ ଦିବସ ପାଳନ କରୁଥିଲେ। ଏହାର ଏକ ରୋଚକ ଐତିହାସିକ କାହାଣୀ ମଧ୍ୟ ଅଛି।

୧୯୨୭ ମସିହାରେ ସାଇମନ କମିଶନ ଭାରତ ଆସିଥିଲେ। ଏହ କମିଶନରେ ଜଣେ ବି ଭାରତୀୟ ନଥିଲେ। ଏଣୁ ସାରା ଦେଶରେ ସାଇମନ କମିଶନକୁ ବିରୋଧ କରାଯାଇଥିଲା। ସ୍ୱାଧୀନତା ସଂଗ୍ରାମୀମାନେ ‘ସାଇମନ ଗୋ ବ୍ୟାକ୍’ ସ୍ଲୋଗାନ ଲଗାଇଥିଲେ। ଦେଶରେ ଜନ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଥିବା ବେଳେ ଇଂରେଜ ସରକାର ଦମନମୂଳକ ପଦକ୍ଷେପ  ଗ୍ରହଣ କରିଥିଲେ। ବିକ୍ଷୋଭକାରୀଙ୍କ ଉପରେ ସ୍ଥାନେ ସ୍ଥାନେ ଲାଠି ମାଡ ହୋଇଥିଲା। ଏଥିରେ ଇଂରେଜ ପୋଲିସଙ୍କ ଲାଠି ମାଡରେ ଲାଲା ଲଜପତ ରାୟ ଆହତ ହୋଇ ଶେଷରେ ପ୍ରାଣ ହରାଇଥିଲେ। ଲକ୍ଷ୍ନୌରେ ଇଂରେଜଙ୍କୁ ବିରୋଧ କରି ପଣ୍ଡିତ ଜବାହାରଲାଲ ନେହେରୁ ମଧ୍ୟ ଲାଠିମାଡରେ ଗୁରୁତର ଆହତ ହୋଇଥିଲେ।

ଇଂରେଜଙ୍କ ଦମନମୂଳକ ପଦକ୍ଷେପରେ ଦେଶବାସୀ ହାରି ଯାଇ ନଥିଲେ କି ଡରିଯାଇନଥିଲେ। ସାଇମନ କମିଶନ ବିରୋଧରେ ଲୋକେ ଗୋ ବ୍ୟାକ୍ ସାଇମନ ଗୁଡି ଉଡାଇଥିଲେ। ସେବେଠାରୁ ଦେଶରେ ଜାତୀୟ ସମାରୋହରେ ଗୁଡି ଉଡା ପରମ୍ପରା ଜଡିତ ହୋଇଯାଇଥିବା ବେଳେ ୧୫ ଅଗଷ୍ଟ ସ୍ୱାଧୀନତା ଦିବସରେ ବିଭିନ୍ନ ସ୍ଥାନରେ ଗୁଡି ଉଡାଯିବା ସହ ଆକାଶ ତ୍ରିରରଙ୍ଗାରେ ରଙ୍ଗୀନ ହୋଇଥାଏ।

   Related Posts