ମୁମ୍ବାଇ ୨୭।୦୩; ନିଜ ପର୍ସନାଲ୍ ହେଉ କିମ୍ବା ପ୍ରଫେସନାଲ୍ ଲାଇଫ୍ କୁ ନେଇ ବେଶ୍ ଚର୍ଚ୍ଚାରେ ରହିଥାନ୍ତି ବଲିଉଡର ବେବୋ । ଯେତେବେଳେ ବି ବେବୋ ଓରଫ୍ କରୀନା କପୁର ସୋଶାଲ୍ ମିଡିଆରେ ଫଟୋ ସେୟାର କରିଥାନ୍ତି, ସେତେବେଳେ ବେଶ୍ ଦୃଷ୍ଟି ଆକର୍ଷଣ କରିଥାନ୍ତି । କିନ୍ତୁ ନିକଟରେ ତାଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ସେ ନିଜଠାରୁ ୧୦ ବର୍ଷ ବଡ ସୈଫ୍ ଅଲ୍ଲୀଙ୍କୁ କାହିଁକି ବିବାହ କରିବାକୁ ନିଷ୍ପତି ନେଇଥିଲେ, ସେନେଇ ମୁହଁ ଖୋଲିଛନ୍ତି ।
{"id":763781,"width":839,"height":629,"sizeSlug":"full","linkDestination":"none"}![](https://www.prameyanews7.com/wp-content/uploads/2023/03/2-26.jpg)
ସେ କହିଛନ୍ତି କି ସେ ୧୦ ବର୍ଷ ବଡ ସୈଫ୍ଙ୍କୁ ବିବାହ କରିଥିଲେ କାରଣ ସେ ତାଙ୍କ କ୍ୟାରିୟରକୁ ନେଇ ଚିନ୍ତିତ ଥିଲେ । ସେ ଜଣେ ଆତ୍ମନିର୍ଭରଶୀଳ ମହିଳାଙ୍କ ପରି ବଞ୍ଚିବାକୁ ଚାହାଁନ୍ତି । ବିବାହ ପରେ ମଧ୍ୟ ସେ ଫିଲ୍ମରେ କାମ କରିବାକୁ ଚାହୁଁଥିଲେ । ଜଣେ ପତ୍ନୀ ହେବେ ଏବଂ ଜଣେ ମା’ ମଧ୍ୟ ହେବେ, କିନ୍ତୁ ଏହା ଯେପରି ତାଙ୍କ ଚଳଚ୍ଚିତ୍ର କ୍ୟାରିୟରକୁ ପ୍ରଭାବିତ କରିବ ନାହିଁ ସେଥିପାଇଁ ସେ ଚିନ୍ତିତ ଥିଲେ । କରୀନା ଆହୁରି ମଧ୍ୟ କହିଥିଲେ, ସେ ସାରା ଜୀବନ ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି । ବିବାହ ପୂର୍ବରୁ ସେ ସୈଫ୍ ଅଲି ଖାନଙ୍କ ସାମ୍ନାରେ ଏହି ସର୍ତ୍ତ ରଖିଥିଲେ ଏବଂ ଯେତେବେଳେ ଛୋଟେ ନବାବ ତାଙ୍କ କଥାରେ ରାଜି ହୋଇଥିଲେ କରୀନା ତାଙ୍କୁ ବିବାହ କରିଥିଲେ ।
{"id":763782,"width":844,"height":482,"sizeSlug":"full","linkDestination":"none"}![](https://www.prameyanews7.com/wp-content/uploads/2023/03/BV.png)
ବେବୋ ସାକ୍ଷାତକାରରେ କହିଥିଲେ – “ମୁଁ ନିଜକୁ ଭାଗ୍ୟବାନ ମନେକରେ କାରଣ ମୁଁ ସବୁବେଳେ ତାହା କରିଛି, ଯାହା ମୁଁ କରିବାକୁ ଚାହିଁଛି ଏବଂ ମୁଁ ଏଥିପାଇଁ ଭାଗ୍ୟବାନ। ଯେତେବେଳେ ମୁଁ ବିବାହ କରିବାକୁ ଚାହୁଁଥିଲି, ସେତେବେଳେ ମୁଁ କରିଛି। ଏହା ପୁଣି ସେତେବେଳେ କରିଛି ଯେତେବେଳେ କୌଣସି ଅଭିନେତ୍ରୀ ବିବାହ କରୁ ନଥିଲେ । ମୁଁ ସବୁବେଳେ ଏମିତି କାମ କରିଛି ଯାହାକୁ ମୁଁ ଭଲ ପାଏ ଏବଂ ବିଶ୍ୱାସ କରେ।”
{"id":763783,"width":836,"height":836,"sizeSlug":"full","linkDestination":"none"}![](https://www.prameyanews7.com/wp-content/uploads/2023/03/DXV.jpg)
ତେବେ ଉଭୟଙ୍କ କାମର କଥା କହିଲେ କରୀନାଙ୍କୁ ଶେଷଥର ପାଇଁ ଆମୀର ଖାନଙ୍କ ବିପକ୍ଷରେ 'ଲାଲ ସିଂହ ଚଡ୍ଢା'ରେ ଦେଖିବାକୁ ମିଳିଥିବା ବେଳେ ସୈଫ୍ ଅଲି ଖାନ ହ୍ରିତିକ ରୋଶନଙ୍କ ବିପକ୍ଷରେ 'ବିକ୍ରମ ବେଧା'ରେ ନଜର ଆସିଥିଲେ । ଏବେ କରୀନାଙ୍କୁ 'ଦ ଡିଭୋସନ ଅଫ୍ ସସ୍ପେକ୍ଟ ଏକ୍ସ'ରେ ଦେଖିବାକୁ ମିଳିବ ।